🔥 TRENDING Bihar Man Beaten by Mob After Being Fo... Congress to stage protests today over... भारत बनाम न्यूज़ीलैंड: आज पहला टी20 मै... IWF અમદાવાદ ને આગણે सराब पीकर गाली देने पर बवाल International Cycling Event Held at Pu...
27 Oct 2026•
ગુજરાતી मराठी ਪੰਜਾਬੀ বাংলা

ଲୋକାଭିମୁଖୀ ସାମ୍ବାଦିକତାରେ ରାମକୃଷ୍ଣ ଚୌଧୁରୀଙ୍କୁ ଆଜୀବନ ସାଧକ ସମ୍ମାନ

✍️ Reporter: SUKUMAR MANDAL 🗓 26 Oct 2026, 11:12 PM 👁 15
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୬ ଅକ୍ଟୋବର: ଲୋକାଭିମୁଖୀ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲକାନଗିରିର ଯୁବ ସାମ୍ବାଦିକ ରାମକୃଷ୍ଣ ଚୌଧୁରୀଙ୍କୁ ‘ଲୋକାଭିମୁଖୀ ସାମ୍ବାଦିକତାରେ ଆଜୀବନ ସାଧକ’ ସମ୍ମାନ ପ୍ରଦାନ କରାଯାଇଛି। ଶନିବାର ଭୁବନେଶ୍ୱରସ୍ଥିତ ସୂଚନା ଓ ସଚେତନ ଟ୍ରଷ୍ଟର ଡିଜିଟାଲ୍ ମଞ୍ଚ ‘କହୁଛି ଓଡ଼ିଶା’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ଯୁବ ଲେଖକ ଓ ସ୍ରଷ୍ଟାମାନଙ୍କ ପ୍ରଶିକ୍ଷଣ ଓ କର୍ମଶାଳା’ରେ ତାଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା।

ଏହି ସମାରୋହରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ‘ଅର୍ଗାନାଇଜର’ର ମୁଖ୍ୟ ସମ୍ପାଦକ ପ୍ରଫୁଲ୍ଲ କେତକର ଓ ପଦ୍ମଶ୍ରୀ ମହେନ୍ଦ୍ର ମିଶ୍ର ଉପସ୍ଥିତ ରହି ଶ୍ରୀ ଚୌଧୁରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ଶ୍ରୀ ଚୌଧୁରୀ ନିଜ ସାମ୍ବାଦିକତା ମାଧ୍ୟମରେ ଗ୍ରାମୀଣ ବିକାଶ, ଦୁର୍ନୀତିର ପର୍ଦ୍ଦାଫାସ, ଦୁର୍ଗମ ଅଞ୍ଚଳରେ ସରକାରୀ ସହାୟତା ପହଞ୍ଚାଇବା, ଉଚ୍ଚଶିକ୍ଷା, କ୍ୟାରିୟର ପରାମର୍ଶ ଓ ମହିଳାଙ୍କ ସ୍ୱରୋଜଗାର ଭଳି ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ସର୍ବଦା ଗୁରୁତ୍ୱ ଦେଇଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟଧାରା ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣିବା ସହ ସମାଜ ପ୍ରତି ସାମ୍ବାଦିକତାର ଦାୟିତ୍ୱବୋଧକୁ ପ୍ରତିଫଳିତ କରୁଛି।

ସିଏସ୍ଆଇଆର୍-ଆଇଏମ୍ଏମଟିର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ରାଜ୍ୟର ୩୧୪ଟି ବ୍ଲକ୍‌ରୁ ପ୍ରତିନିଧିମାନେ ଯୋଗଦେଇଥିଲେ। ଏଥିରେ ଡିଜିଟାଲ୍ ଗଣମାଧ୍ୟମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ତଥ୍ୟ ସଂଗ୍ରହ, ଲେଖନ ଓ ଉପସ୍ଥାପନା ଶୈଳୀ ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।

ରାମକୃଷ୍ଣ ଚୌଧୁରୀଙ୍କୁ ମିଳିଥିବା ଏହି ସମ୍ମାନ ମାଲକାନଗିରି ଜିଲ୍ଲା ପାଇଁ ଗୌରବର ବିଷୟ ହୋଇଥିବାବେଳେ ଯୁବ ସାମ୍ବାଦିକମାନଙ୍କୁ ଜନସ୍ୱାର୍ଥ, ସତ୍ୟନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି।
📲Get App