🔥 TRENDING UP Board Exam 2027: 7,526 Exam Centres... MP और MLA ने फारबिसगंज के रावन दहन कार... ബ്ലഡ് ബാങ്കിൽ രക്തദാന ക്യാമ്പ് സംഘടിപ്... 2026 MLC Election Results: Bihar's 8 S... Uttar Pradesh Election Commission apol... SGPC Celebrates Prakash Parv of Guru R...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଘର ସମ୍ମୁଖରୁ ସାଢ଼େ ୪ ବର୍ଷର ଶିଶୁକନ୍ୟା ନିଖୋଜ, ଥାନାରେ ଏତଲା ପରେ ତନାଘନା କରୁଛି ପୋଲିସ ଟିମ୍

✍️ Reporter: Deepak Mahapatra 🗓 26 Oct 2026, 01:02 PM 👁 25
Share: 💬 WhatsApp 📘 Facebook 𝕏 Post
ମୟୂରଭଞ୍ଜ : ବାରିପଦାରେ ଏବେ ମାତିଛନ୍ତି ଛୁଆ ଚୋର। ଟିକେ ସତର୍କ ନହେଲେ ଛୁଆ ହୋଇ ଯାଉଛନ୍ତି ଗାଏବ। ବାରିପଦା ଭଞ୍ଜପୁର ରେଳ ଷ୍ଟେସନ ନିକଟରୁ ଜଣେ ସାଢ଼େ ଚାରି ବର୍ଷର ଶିଶୁକନ୍ୟା ନିଖୋଜ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଛୁଆ ଚୋର ସନ୍ଦେହକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁଯାୟୀ ଭଞ୍ଜପୁର ରେଳ ଷ୍ଟେସନ ନିକଟରେ ଏକ ଭଡ଼ା ଘରେ ରହୁଥିବା ଜଣେ ମହିଳାଙ୍କର ସାଢେ ଚାରି ବର୍ଷର ଶିଶୁକନ୍ୟା ମାହି ମାଇରା ସୋରେନ୍ ଗତ ରବିବାର (୨୫ ଅକ୍ଟୋବର) ସକାଳ ପ୍ରାୟ ୧୧ଟା ସମୟରେ ଘର ବାରଣ୍ଡାରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ. ମା' ରୋଷେଇ କରିବାକୁ କିଛି ସମୟ ପାଇଁ ଭିତରକୁ ଯାଇଥିବା ବେଳେ ବାହାରେ କେବଳ ଛୁଆର ଚପଲ ଓ ଖେଳନା ପଡ଼ି ରହିଥିଲା.
ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ. ଶିଶୁଟିକୁ କେହି ଅପହରଣ କରି ନେଇଥିବା ସନ୍ଦେହ କରାଯାଉଛି। ବାରିପଦା ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ୩ଟି ସ୍ପେଶାଲ ଟିମ୍ ଗଠନ କରିଛି ଏବଂ ବିଭିନ୍ନ ସ୍ଥାନରେ ତନାଘନା ସହ ସିସିଟିଭି (CCTV) ଯାଞ୍ଚ କରୁଛି।
ଏହି ଘଟଣା ପରେ ସୋସିଆଲ ମିଡିଆ ଓ ସ୍ଥାନୀୟ ଅଞ୍ଚଳରେ "ଛୁଆ ଚୋର ମାତିଛନ୍ତି" ବୋଲି ଚର୍ଚ୍ଚା ହେଉଛି। ନିଜ ପିଲାମାନଙ୍କ ପ୍ରତି ସତର୍କ ରହିବା ନିହାତି ଜରୁରୀ, କିନ୍ତୁ କୌଣସି ଗୁଜବରେ ବିଶ୍ୱାସ କରି ଆଇନକୁ ହାତକୁ ନିଅନ୍ତୁ ନାହିଁ କିମ୍ବା କୌଣସି ଅଜଣା ବ୍ୟକ୍ତିଙ୍କୁ ସନ୍ଦେହ କରି ମାଡ଼ ମାରନ୍ତୁ ନାହିଁ। କିଛି ବି ସନ୍ଦେହଜନକ ସ୍ଥିତି ଦେଖିଲେ ତୁରନ୍ତ ସ୍ଥାନୀୟ ପୋଲିସକୁ ଜଣାନ୍ତୁ ବୋଲି ପ୍ରଶାସନ ତରଫରୁ ଆଡଭାଇଜରୀ ଜାରି ହୋଇଛି।
📲Get App