🔥 ट्रेंडिंग बिहार के युवक को गर्लफ़्रेंड से मिलने... कांग्रेस आज खड़गे टिप्पणी विवाद पर प्र... भारत बनाम न्यूज़ीलैंड: आज पहला टी20 मै... IWF અમદાવાદ ને આગણે सराब पीकर गाली देने पर बवाल पुणे के सिंहगढ़ किले पर अंतरराष्ट्रीय...
27 अक्टू. 2026•
ગુજરાતી मराठी ਪੰਜਾਬੀ বাংলা

ସାଲମାରିକୋଣ୍ଡାରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ, ଦୁଇ ଅଟକ

✍️ रिपोर्टर: SUKUMAR MANDAL 🗓 26 अक्टू. 2026, 11:20 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୬ ଅକ୍ଟୋବର – ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ସାଲମାରିକୋଣ୍ଡା ଗ୍ରାମ ଉପକଣ୍ଠରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରି ଦୁଇ ଜଣଙ୍କୁ ଅଟକ ରଖିଛି। ଏହି ଚଢ଼ଉରେ ୬ଟି ଜୁଆ ଗୋଟି ଓ ନଗଦ ୩,୪୫୦ ଟଙ୍କା ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫,୪୫୦ ଟଙ୍କା ବୋଲି ପୋଲିସ ସୂଚନା ଦେଇଛି।

ଅଟକ ଦୁଇ ଜଣ ହେଲେ ପୋତାଖାଲ ଗ୍ରାମର ରାମା କବାସୀ (୩୮) ଏବଂ ସାଲମାରିକୋଣ୍ଡା ଗ୍ରାମର ନୀଳକଣ୍ଠ ଭଣ୍ଡାରୀ (୫୯)। ଏହି ଘଟଣାକୁ ନେଇ କାଲିମେଳା ଥାନାରେ କେସ୍ ନଂ ୨୬୬/୨୦୨୬ ରୁଜୁ ହୋଇଛି। ଓଡ଼ିଶା ପବ୍ଲିକ୍ ଗ୍ୟାମ୍ବଲିଂ ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି। ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
📲Get App