🔥 TRENDING Dry weather continues in Punjab and Ch... પાટણ જિલ્લા, સમી તાલુકામાં તળાવમાં યુવ... Two Killed, Three Injured as Gunmen Op... Rahul Gandhi to Launch Punjab Campaign... સુરતમાં 150 મોટરસાઇકલની નશામુક્તિ રેલી... Four More Arrested Over Bihu Troupe At...
26 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ଘନୀଭୂତ ହେଉଛି ଗଭୀର ଅବପାତ: ଆନ୍ଧ୍ର ଦେଇ ଓଡ଼ିଶାରେ ପ୍ରବେଶ କରିବ ବାତ୍ୟା, ମୁକାବିଲା ପାଇଁ ବାହାରିଲେ ଯୋଦ୍ଧା

✍️ Reporter: Deepak Mahapatra 🗓 26 Oct 2026, 12:54 PM 👁 14
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ଆସନ୍ତା ୨୬ରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ହଇଚଇ। ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ୨୮ ମଧ୍ୟାହ୍ନରେ ଆନ୍ଧ୍ରରେ ମାଡ଼ ହେବ ଓ ଓଡ଼ିଶାରେ ପ୍ରଭାବ ଛାଡ଼ିବ। ଆନ୍ଧ୍ର ଦେଇ ଏହା ଓଡ଼ିଶାରେ ପ୍ରବେଶ କରିବ। ଏଥିଯୋଗୁ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାର ମୁକାବିଲା ପାଇଁ ଓଡ଼ିଶା ଠାରୁ ଆରମ୍ଭ କରି ଆନ୍ଧ୍ରରେ ଚାଲିଛି ପ୍ରସ୍ତୁତି।
ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଥମେ ଘନୀଭୂତ ହୋଇ ଅବପାତ ଓ ଆଉ ଏବେ ଏହା ଗଭୀର ଅବପାତରେ ପରିଣତ ହୋଇଛି। ଦିନ ସାଢ଼େ ୧୧ରେ ଅବପାତ ଗଭୀର ଅବପାତର ରୂପ ନେଇଛି। ଗଭୀର ଅବପାତରେ ପରିଣତ ହେବା ପରେ ଏହା ଦକ୍ଷିଣପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫ କିମି ବେଗରେ ଆଗକୁ ବଢ଼ୁଛି।
ସମୁଦ୍ର ଭିତରେ ଘନୀଭୂତ ହେଉଛି ଗଭୀର ଅବପାତ। ଏହା ଆସନ୍ତାକାଲି ଅର୍ଥାତ ୨୬ ତାରିଖରେ ବାତ୍ୟା ଅର୍ଣ୍ଣବର ରୂପ ନେବ ଓ ୨୭ ତାରିଖ ସକାଳ ବେଳକୁ ଅତିଭୀଷଣ ରୂପ ଧାରଣ କରି ସ୍ଥଳ ଭାଗ ମୁହାଁ ହେବ।
ଆସନ୍ତା ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୪୦ କିଲୋମିଟର ଛୁଇଁପାରେ।
ଆନ୍ଧ୍ରରେ ଏହା ମାଡ଼ ହେବା ପରେ ଓଡ଼ିଶାରେ ପ୍ରବେଶ କରିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ତାଙ୍କ କହିବା କଥା ଯେ ବାତ୍ୟା ଯୋଗୁ ଓଡ଼ିଶାର ୫ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇପାରନ୍ତି।
ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ। ଏହି ୫ ଜିଲ୍ଲାକୁ କ୍ୟାଟେଗୋରୀ-୧ରେ ରଖି ପ୍ରସ୍ତୁତି କରାଯାଇଛି। କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ କ୍ୟାଟେଗୋରୀ-୨ରେ ରଖାଯାଇଛି।
ବାତ୍ୟା ଆନ୍ଧ୍ରରେ ଦେଇ ଓଡ଼ିଶାକୁ ପ୍ରବେଶ କରିବ। ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ପ୍ରବଳ ବର୍ଷା ହେବ। ପରେ ପଶ୍ଚିମ ଓଡ଼ିଶାକୁ ପ୍ରବେଶ କରି ଛତିଶଗଡ଼ ଯିବ। ଛତିଶଗଡ଼ରୁ ପୁଣି ଟର୍ଣ୍ଣ କରି ଝାରଖଣ୍ଡ ଆଡ଼କୁ ଗତି କରିବ।
ଛତିଶଗଡ଼କୁ ଯିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ। ଛତିଶଗଡ଼ରେ ବର୍ଷା ହେଲେ ପାଣି ମହାନଦୀକୁ ଆସିବ। ତେଣୁ ପାଣି ରିଲିଜ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଝାରଖଣ୍ଡରେ ବର୍ଷା ହେଲେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲା ପ୍ରଭାବିତ ହୋଇପାରନ୍ତି ବୋଲି ସେ କହିଛନ୍ତି।
ଏପଟେ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ୨୭ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ। ସେହିପରି କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାର ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି।
ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଯେହେତୁ ବାତ୍ୟା ଅର୍ଣ୍ଣବ ଆନ୍ଧ୍ରରୁ ଓଡ଼ିଶା ଦେଇ ଛତିଶଗଡ଼ ଆଡକୁ ମୁହାଁଇବ, ତେଣୁ ଏହାର ପ୍ରଭାବ ପଶ୍ଚିମ ଓଡ଼ିଶାରେ ବି ପଡ଼ିପାରେ। ଏନେଇ ଜଳ ନିଷ୍କାସନର ବ୍ୟବସ୍ଥା କିପରି ହେବ ସେଥିପାଇଁ ଛତିଶଗଡ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଓଡ଼ିଶା ସରକାର।
ଲଗାଣ ବର୍ଷା ଯୋଗୁ ମହାନଦୀରେ ଜଳସ୍ତର ବଢିବାର ଆଶଙ୍କା ରହିଛି। ପ୍ରବଳ ବର୍ଷା କାରଣରୁ କଟକରେ ଜଳବନ୍ଦୀ ସମସ୍ୟା ବି ଉପୁଜିପାରେ। ତେଣୁ କଟକ ଜିଲ୍ଲା ପାଇଁ ୩୦ ଟି ଟିମ ଗଠନ କରାଯାଇଛି। ଏହା ମଧ୍ୟରୁ ୪ଟି ଟିମ କଟକ ସହର ପାଇଁ ପ୍ରସ୍ତୁତ ହୋଇ ରହିଛି।
ଆସ୍କା ଲାଇଟ, କଂକ୍ରିଟ କଟର, ପ୍ଲାଜମା କଟର ସହ ଅନ୍ୟାନ୍ୟ ଯନ୍ତ୍ରପାତି ସହ ଟିମକୁ ଆଲର୍ଟରେ ରହିବାକୁ କୁହାଯାଇଛି। ବାତ୍ୟା ସମୟରେ ଜଳବନ୍ଦୀ ସମସ୍ୟା ହେଉ କି ପରବର୍ତ୍ତୀ ସମୟରେ ସମସ୍ତ ସ୍ଥିତିର ମୁକାବିଲା ଅଗ୍ନିଶମ କର୍ମଚାରୀ କରିବେ ବୋଲି କହିଛନ୍ତି କଟକ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ଧଳ।
ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲା ପାଇଁ ସରକାର ୫ ଆଇଏଏସ୍‌ଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି। କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ରାୟଗଡ଼ା ଜିଲ୍ଲା, ଡ. ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲା, ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲା ଓ ଡ. ୟେଦୁଲା ବିଜୟଙ୍କୁ ମାଲକାନଗିରି ଦାୟିତ୍ୱ ଦିଆଯାଇଛି।
📲Get App