🔥 TRENDING ਰਾਤੋਂ-ਰਾਤ ਲੱਖਪਤੀ ਬਣੀ ਫਿਰੋਜ਼ਪੁਰ ਦੀ ਪਰਮਜ... छतरगढ़ में कार दुर्घटना में लापता युवक... Protesters Hold Torchlight March In De... Protesters Hold Torchlight March In De... ବାତ୍ୟା ପରିଚାଳନା ପାଇଁ ୫ ଜଣ ଅଭିଜ୍ଞ ଆଇଏଏସ... US FDA Raises Concerns at Zydus Lifesc...
26 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

୯୨ ଲକ୍ଷର ସାଇବର ଲୁଟ୍‌, ଚାଇନା ଲିଙ୍କରେ ଭଦ୍ରକରୁ ମୁଖ୍ୟ ଏଜେଣ୍ଟ ଗିରଫ

✍️ Reporter: Deepak Mahapatra 🗓 26 Oct 2026, 12:52 PM 👁 12
Share: 💬 WhatsApp 📘 Facebook 𝕏 Post
ଭଦ୍ରକରୁ ଅପରେଟ୍ ହେଉଥିଲା ଇଣ୍ଟରନ୍ୟାସନାଲ ଫ୍ରଡ୍ ରାକେଟ୍। ଚାଇନା ସହ ରହିଥିଲା ଲିଙ୍କ୍‌। ଚାଇନିଜ୍ ସାଇବର ଠକଙ୍କୁ ଯୋଗାଉଥିଲା ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ। ଫେସବୁକ୍ ଓ ହ୍ୱାଟ୍ସଆପ୍‌ରେ ଡବଲ୍ ରିଟର୍ଣ୍ଣର ଲୋଭ ଦେଖାଇ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କଠାରୁ ୯୧ ଲକ୍ଷ ୯୦ ହଜାର ଟଙ୍କାର କରିଥିଲା ଠକେଇ।
ଏବେ ମାମଲାର ତଦନ୍ତ କରି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳର ପ୍ରୀତମ ନାୟକ ଓରଫ ବବୁଲୁକୁ ଗିରଫ କରିଛି ପୁଲିସ୍‌। ତଦନ୍ତ ବେଳେ ଭଦ୍ରକରୁ ପରିଚାଳିତ ଏକ ବଡ଼ ମ୍ୟୁଲ୍ ଆକାଉଣ୍ଟ ନେଟୱାର୍କର ପର୍ଦ୍ଦାଫାସ ହୋଇଛି।
ସାଧାରଣ ଲୋକଙ୍କୁ କମିସିନ ଓ ପୁଞ୍ଜିନିବେଶ ନାଁରେ ଲୋକଙ୍କ ବ୍ୟାଙ୍କ ଡକ୍ୟୁମେଣ୍ଟ ନେଇ ମ୍ୟୁଲ ଆକାଉଣ୍ଟ ଖୋଲୁଥିଲା ବବୁଲୁ। ପରେ ଏ ସବୁ ଡାଟାବେସକୁ ଚାଇନା ସାଇବର ଠକଙ୍କୁ ପଠାଇ ମୋଟା ଅଙ୍କର ରୋଜଗାର କରୁଥିଲା।
ଏହି କାମରେ ଗ୍ରାମାଞ୍ଚଳର ବେକାର ଯୁବକଙ୍କୁ ନିୟୋଜିତ କରି ମାସିକ ଦରମା ମଧ୍ୟ ଦେଉଥିଲା। ଗିରଫ ବେଳେ ଅଭିଯୁକ୍ତ ନିକଟରୁ ୩ଟି ମୋବାଇଲ ଓ ଗୋଟିଏ ଲ୍ୟାପଟପ ଜବତ କରାଯାଇଛି। ଯେଉଁଥିରେ ଚାଇନିଜ ଭାଷାରେ ଚାଟ, ବ୍ୟାଙ୍କ ଡିଟେଲ୍ସ, କ୍ରିପ୍ଟ ଡକୁମେଣ୍ଟ ଆଦି ରହିଛି।
ଅକ୍ଟୋବର ୩ ତାରିଖରେ ଏହି ରାକେଟରେ କାମ କରୁଥିବା ୪ ଜଣଙ୍କୁ ଗିରଫ କରିଥିଲା ସାଇବର ଥାନା ପୁଲିସ। ଶୈଳଶ୍ରୀ ବିହାରର ଏକ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାଞ୍ଜକ୍ସନ ସମ୍ପର୍କରେ ଖବର ପାଇ ପୂରା ଗ୍ୟାଙ୍ଗକୁ ଠାବ କରିବାକୁ ସକ୍ଷମ ହୋଇଛି ହୋଇଛି ପୁଲିସ।
ପୁଲିସ୍‌ର କହିବା କଥା ଯେ ଅଭିଯୁକ୍ତ ବବୁଲୁ ମ୍ୟୁଲ ଆକାଉଣ୍ଟଗୁଡ଼ିକୁ ବିଦେଶୀ ସାଇବର ଠକମାନଙ୍କୁ ଯୋଗାଇ ଦେଉଥିଲା। ଟେଲିଗ୍ରାମ୍‌ରେ ଚାଇନିଜ୍ ଅପରେଟରଙ୍କ ଯୋଡ଼ି ହୋଇ ସେ ଆକାଉଣ୍ଟ ହସ୍ତାନ୍ତର କରୁଥିଲା।
କ୍ରିପ୍ଟୋକରେନ୍ସିରେ ହେଉଥିବା ନେଣଦେଣ। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ନେଟୱର୍କର ଅନ୍ୟ ସଦସ୍ୟ ଓ ସମ୍ପତ୍ତି କାରବାରକୁ ନେଇ ତଦନ୍ତ ଜାରି ରହିଥିବା ପୁଲିସ୍‌ କହିଛି।
ପୁଲିସ୍‌ କହିଛି ଯେ ଜାଣତରେ ହେଉ ବା ଅଜାଣତରେ ଯଦି କେହି ଆପଣଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରି ମ୍ୟୁଲ ଆକାଉଣ୍ଟ ଖୋଲୁଛନ୍ତି, ତା’ହେଲେ ପରବର୍ତ୍ତୀ ସମୟରେ ଏହା ଆପଣଙ୍କୁ ମହଙ୍ଗା ପଡିପାରେ। ଏସିପି(ସାଇବର) ସୁଚିସ୍ମିତା ଦାସ ଏ ସମ୍ପର୍କରେ ଚେତାବନୀ ଦେବା ସହ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ତଥ୍ୟ ଅନୁସାରେ, ଗତ ୯ ମାସରେ ଓଡ଼ିଶାରେ ସାଇବର ଲୁଟକୁ ନେଇ ୪୦ ହଜାର ରୁ ଅଧିକ ଅଭିଯୋଗ ହୋଇଛି। ୧୯୩୦ ନମ୍ବରକୁ ଏ ସମ୍ପର୍କରେ ଚଳିତ ବର୍ଷ ୬୨ ହଜାରରୁ ଅଧିକ କଲ ଆସିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜାନୁଆରୀରୁ ସେପ୍ଟେମ୍ବର ଶେଷ ସୁଦ୍ଧା ୨୮୩ କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଲୁଟେରା।
ଠକେଇ ଟଙ୍କାରୁ ମାତ୍ର ୭ କୋଟି ପୁଲିସ ଫେରାଇ ଆଣିବାକୁ ସକ୍ଷମ ହୋଇଥିବା ବେଳେ ୬୦ କୋଟି ଟଙ୍କା ଫ୍ରିଜ କରିପାରିଛି। ଡିଜିଟାଲ ଠକଙ୍କୁ ମୁକାବିଲା ପାଇଁ ୨୪୯ କୋଟିର ବ୍ୟୟ ବରାଦରେ ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର ଗଠନ କାମ ଦ୍ରୁତ ଗତିରେ ଚାଲିଛି।
📲Get App