मौसम
ଆଇଏମଡି ଡିଜିଙ୍କ ବଡ଼ ସୂଚନା: ୨୬ରେ ବାତ୍ୟା, ୨୮ ସକାଳେ ସ୍ଥଳ ଭାଗ ଛୁଇଁବ
ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୨୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ଆଉ ୨୮ ତାରିଖ ସକାଳେ ଏହା ଛୁଇଁ ପାରେ ସ୍ଥଳଭାଗ।
ଏହାର ପ୍ରଭାବରେ ଓଡ଼ିଶା ଓ ପଡ଼ୋଶୀ ଆନ୍ଧ୍ର ସମେତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ୨୬ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୨୭ ତାରିଖ ବେଳକୁ ଏହାର ତୀବ୍ରତା ବଢ଼ିବ। ବର୍ଷା ସାଙ୍ଗକୁ ପବନର ବେଗ ସର୍ବାଧିକ ୯୦ କିମି ରହିପାରେ। ପୂର୍ବରୁ ବିଭିନ୍ନ ଘରୋଇ ପାଣିପାଗ ସଂସ୍ଥା ବାତ୍ୟାର ଆକଳନ କରିଥିଲେ। ଏବେ ପ୍ରଥମଥର ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟାକୁ ନେଇ ପୂର୍ବାନୁମାନ କରାଯାଇଛି।
ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା କଥା ଯେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ତ୍ତମାନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୟକ୍ରମେ ଅଧିକ ଘନୀଭୂତ ହେବ। ଆସନ୍ତାକାଲି ସୁଦ୍ଧା ଏହି ଲଘୁଚାପ ଅବପାତ ଓ ୨୫ ବେଳକୁ ଗଭୀର ଅବପାତର ରୂପ ନେବ।
ସେହିପରି ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ୨୬ ତାରିଖରେ ବାତ୍ୟାର ରୂପ ନେବ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ଏହାପରେ ଏହି ବାତ୍ୟା ୨୮ ତାରିଖ ସକାଳେ କିମ୍ବା ଭୋର ସମୟରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାରେ ଉପକୂଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି।
ସମ୍ଭାବ୍ୟ ବାତ୍ୟା ଯୋଗୁ ଆସନ୍ତା ୨୬ ଓ ୨୭ ତାରିଖରେ ଓଡ଼ିଶା ଉପକୂଳରେ ବର୍ଷା ହେବ। ବିଶେଷ କରି ୨୭ ତାରିଖରେ ଓଡ଼ିଶା ଉପକୂଳରେ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି। ୨୬ରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।
୨୭ ତାରିଖରେ ସର୍ବାଧିକ ୯୦ କିମି ବେଗରେ ପବନ ବହିବା ନେଇ ଆକଳନ କରାଯାଇଛି। ୨୭ରୁ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଆଇଏମଡି ଡିଜି ପରାମର୍ଶ ଦେଇଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଆଜି ସକାଳେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ସୁଦ୍ଧା ଏହି ଲଘୁଚାପ ଅବପାତ ଓ ୨୫ ବେଳକୁ ଗଭୀର ଅବପାତର ରୂପ ନେବ। ସେହିପରି ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ୨୬ ତାରିଖ ସକାଳ ବେଳକୁ ଏହା ଘୂର୍ଣ୍ଣି ବାତ୍ୟାର ରୂପ ନେଇପାରେ। କେନ୍ଦ୍ରୀୟ ବଙ୍ଗୋପସାଗରରେ ହିଁ ଏହା ବାତ୍ୟାରେ ପରିଣତ ହେବ।
ସମ୍ଭାବ୍ୟ ବାତ୍ୟା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ। ୨୮ ତାରିଖ ଭୋରରୁ କିମ୍ବା ସକାଳୁ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ରରେ ପହଞ୍ଚିବ। ଉପକୂଳ ଆସିବା ବେଳେ ବାତ୍ୟା ଆହୁରି ଘନୀଭୂତ ହେବ। ପବନର ବେଗ ମଧ୍ୟ ବଢ଼ିପାରେ। ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କିମି ରହିଛି।
ପାଗ ମେଘୁଆ ରହିଛି ଓ ସମୁଦ୍ର ଅଶାନ୍ତ ହୋଇଯାଇଛି। ଆସନ୍ତାକାଲି ବେଳକୁ ପବନର ବେଗ ବୃଦ୍ଧି ପାଇଁ ଘଣ୍ଟାପ୍ରତି ୫୫ କିମି ଓ ଝଟକା ପବନର ବେଗ ଘଣ୍ଟା ପ୍ରତି ୬୫ କିମିରେ ପହଞ୍ଚିବ।
୨୫ ତାରିଖ ବେଳକୁ ପବନର ଘଣ୍ଟାପ୍ରତି ବେଗ ୬୫ ଓ ଝଟକା ପବନର ବେଗ ୭୫ କିମି ଛୁଇଁବ। ୨୬ ତାରିଖ ସକାଳ ବେଳକୁ ପବନର ଘଣ୍ଟାପ୍ରତି ବେଗ ୭୦ରୁ ୮୦ କିମି ଓ ଝଟବା ପବନର ବେଗ ୯୦ କିମି ହେବ।
ଏହାପରେ ମଧ୍ୟ ପବନର ବେଗ କମିବ ନାହିଁ। ବାତ୍ୟା ଉପକୂଳ ମୁହାଁ ହେବା ମାତ୍ରେ ପବନର ବେଗ ସେହି ଅନୁସାରେ ବଢ଼ିବ। କିନ୍ତୁ ବର୍ତ୍ତମାନ ବାତ୍ୟାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି କେତେ ରହିବ, ତା’ର ପୂର୍ବାନୁମାନ କରାଯାଇ ନାହିଁ। ଲଘୁଚାପ ପ୍ରଥମେ ଅବପାତରେ ପରିଣତ ହେବା ପରେ ବାତ୍ୟା ପ୍ରଭାବରେ ପବନର ବେଗ ସର୍ବାଧିକ କେତେ ରହିବ, ସେକଥା ସ୍ପଷ୍ଟ ହେବ।
ଏବେ କେବଳ ବାତ୍ୟା ଆସୁଥିବା ସ୍ପଷ୍ଟ ହୋଇଛି। ଏବେ ଠାରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନେ ଆଜି ଠାରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରକୁ ଯିବା ଉଚିତ ନୁହେଁ।
ସେହିପରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରକୁ ମଧ୍ୟ ମତ୍ସ୍ୟଜୀବୀମାନେ ୨୬ରୁ ୨୯ ଯାଏ ମତ୍ସଜୀବୀଙ୍କୁ ବାରଣ କରାଯାଇଛି। ଯେଉଁମାନେ ଏବେ ସମୁଦ୍ର ମଧ୍ୟରେ ରହିଛନ୍ତି, ସେମାନେ ତୁରନ୍ତ ଉପକୂଳକୁ ଫେରି ଆସନ୍ତୁ।
ବର୍ଷା ଓଡ଼ିଶା ଉପକୂଳରେ ୨୬ ତାରିଖରୁ ଆରମ୍ଭ ହେବ। ୨୭ରେ ପ୍ରବଳରୁ ଅତି ପ୍ରବଳ, ୨୮ ଓ ୨୯ ତାରିଖରେ ଅତ୍ୟନ୍ତ ବା ଭୀଷଣ ବର୍ଷା ହୋଇପାରେ। କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷାର ଆଶଙ୍କା ରହିଛି।
୨୭ ତାରିଖରୁ ଓଡ଼ିଶାରେ ପବନର ବେଗ ମଧ୍ୟ ବଢ଼ିବ। ପ୍ରଥମେ ଘଣ୍ଟାପ୍ରତି ୪୦ରୁ ୫୦ କିମି ଓ ପରେ ଏହା ଆହୁରି ଅଧିକ ହେବ। ବାତ୍ୟା ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେବା କ୍ଷଣି ପବନର ବେଗ ସେହି ଅନୁସାରେ ବୃଦ୍ଧି ପାଇବ। ବାତ୍ୟା କେଉଁ ସ୍ଥାନରେ ସ୍ଥଳ ଭାଗ ଛୁଇଁବ , ସେକଥା ଏଯାଏ ସ୍ପଷ୍ଟ ହୋଇ ନଥିବା ଶ୍ରୀ ମହାପାତ୍ର କହିଛନ୍ତି।