🔥 ट्रेंडिंग જુનાગઢ મહાનગરપાલિકાએ 15 ગૌવંશ જપ્ત, અન... સનાથલ સર્કલ વેરહાઉસમાં ₹99.98 લાખની ચો... स्वास्थ्य विभाग का बड़ा एक्शन, जयसिंहन... *शिव कुमार नवल (सम्पादक, खादी और खाकी)... अनूपपुर में महिला सरपंच पर बिल पर हस्त... दौसा पंचायत समिति चुनाव: 142 वार्डों क...
24 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
नौकरी

ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ : ରାଜସ୍ବ ମନ୍ତ୍ରୀ

✍️ रिपोर्टर: Deepak Mahapatra 🗓 24 अक्टू. 2026, 02:52 PM 👁 19
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ରାଜ୍ଯରେ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜରୁରୀକାଳୀନ ନିର୍ଦ୍ଦେଶ ଜାରି କରାଯାଇଛି।
ଯେଉଁ ଅଧିକାରୀ ବା କର୍ମଚାରୀମାନେ ପୂର୍ବରୁ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ କୁହାଯାଇଛି। ସମସ୍ତ ସରକାରୀ ଅଧିକାରୀଙ୍କୁ ବିନା ଅନୁମତିରେ ନିଜ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ମୁକାବିଲା ଏବଂ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରକାରୀ ଅଫିସଗୁଡ଼ିକ ଖୋଲା ରଖିବାକୁ କୁହାଯାଇଛି।
ରାଜସ୍ବ ମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୬ରୁ ବର୍ଷା ହେବ, ୨୭ ତାରିଖ ପାଇଁ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ହୋଇଛି। ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଅବପାତ କେଉଁଠି ଲ୍ୟାଣ୍ଡଫଲ୍‌ କରିବ IMD ସ୍ପଷ୍ଟ କରିନାହିଁ। ଆକଳନ ଅନୁସାରେ କାକିନାଡ଼ା-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ। ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଦେଇ ଝାଡ଼ଖଣ୍ଡ ଯିବ। କାଲି ସକାଳ ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ରିଲିଫ୍ ଓ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖିବାକୁ କହିଛୁ। ଓଡ୍ରାଫ୍ ଓ NDRF ଟିମ୍ ସଜାଗ ଅଛନ୍ତି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ, ଆଦୌ ବିଚଳିତ ହୁଅନ୍ତୁନି ।
ସମ୍ଭାବ୍ୟ ବାତ୍ୟା ଏବଂ କାର୍ତ୍ତିକ ବ୍ରତ ପାଇଁ ଆସୁଥିବା ହବିଷ୍ୟାଳୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ଅଧିକାରୀଙ୍କ ଛୁଟିକୁ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ବାତିଲ କରିଛି ।
📲Get App