Crime
ପୂର୍ବ ଶତ୍ରୁତା ପାଇଁ ଯୁବକଙ୍କୁ ନିର୍ମମ ହତ୍ୟା, ବାପା ଓ ୨ ପୁଅଙ୍କ ସମେତ ୪ ଅଟକ
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗାଁ ଢିମିରା ସାହିରେ ଚାଞ୍ଚଲ୍ୟ। ଦୁଇ ପଡୋଶୀଙ୍କ ମଧ୍ୟରେ ଲାଗି ରହିଥିବା ଶତ୍ରୁତା ରକ୍ତାକ୍ତ ରୂପ ନେଇଛି। ପୂର୍ବ ଶତ୍ରୁତା ପାଇଁ ଢିମିରା ସାହିର ୩୨ ବର୍ଷୀୟ ସୁଦର୍ଶନ ବେହେରାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ କରାଯାଇଛି ହତ୍ୟା। ସୋମବାର ରାତି ପ୍ରାୟ ୧୧ଟା ବେଳେ ଏପରି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ପୁଲିସ୍ ଗୋଟିଏ ପରିବାରର ୩ ଜଣଙ୍କ ସମେତ ମୋଟ ୪ ଜଣଙ୍କୁ ଉଠାଇ ନେଇ ଜେରା କରୁଛି।
ବେଶ କିଛି ବର୍ଷ ହେଲା ପୋଡ଼ାମାରି ଗାଁ ଢିମିରା ସାହିର ସ୍ୱର୍ଗତ ବିଜୟ ବେହେରାଙ୍କ ସ୍ତ୍ରୀ ସଞ୍ଜୁ ବେହେରା ଓ ତାଙ୍କ ପଡୋଶୀ ଆର୍ ହରି ପାତ୍ରଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଅନେକ ସମୟରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବାର ନଜିର ରହିଛି।
ଏହିକ୍ରମରେ ସୋମବାର ରାତି ପ୍ରାୟ ୧୧ଟାରେ ଦୁଇ ପଡ଼ୋଶୀ ମୁହାଁମୁହିଁ ହୋଇଥିଲେ। ତେବେ ଏହି ପାଟିତୁଣ୍ଡ ହଠାତ୍ ହିଂସାତ୍ମକ ରୂପ ନେଇଥିଲା। ହରି ପାତ୍ର ଓ ତାଙ୍କ ପରିବାର ଲୋକେ ସଞ୍ଜୁଙ୍କୁ ଆପତ୍ତିଜନକ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ।
ଖବରପାଇ ସାହିରେ ରହୁଥିବା ସଞ୍ଜୁଙ୍କ ଭାଇ ସୁଦର୍ଶନ ତୁରନ୍ତ ସେଠାରେ ପହଞ୍ଚିଥିଲା। ପ୍ରଥମେ ସେ ଘଟଣା ସମ୍ପର୍କରେ ହରି ଓ ତାଙ୍କ ୨ ପୁଅଙ୍କୁ ପଚାରିଥିଲେ। ହରିଙ୍କ ପରିବାର ଲୋକ ଜବାବ ଦେବା ବଦଳରେ ସୁଦର୍ଶନଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ। ସେହିପରି ହରିଙ୍କ ସାନ ପୁଅ ବଜାର ସାହିରେ ରହୁଥିବା ନିଜର ଜଣେ ସାଙ୍ଗଙ୍କୁ ଫୋନ କରି ଘରକୁ ଡାକିଥିଲେ।
ସାଙ୍ଗ ପହଞ୍ଚିବା ପରେ ହରି, ତାଙ୍କର ୨ ପୁଅ ଓ ଫୋନ ପାଇ ଆସିଥିବା ଯୁବକ ଜଣଙ୍କ ମିଳିତ ଭାବେ ସୁଦର୍ଶନଙ୍କୁ ଘେରିଯାଇ ଠେଙ୍ଗା ଓ ଟାଙ୍ଗିଆରେ ଅତ୍ୟନ୍ତ ନିର୍ମମ ଭାବେ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟ ରେ ସୁଦର୍ଶନ ଗୁରୁତର ହୋଇ ତଳେ ପଡ଼ିଯିବାରୁ ଆକ୍ରମଣକାରୀମାନେ ସେଠାରୁ ଚମ୍ପଟ ମାରିଥିଲେ।
ସୁଦର୍ଶନଙ୍କୁ ରକ୍ତାକ୍ତ ଅବସ୍ଥାରେ ସମ୍ପର୍କୀୟ ଲୋକେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରୁ ସୁଦର୍ଶନଙ୍କ ମୃତ୍ୟୁ ଘଟିଛି।
ଏହି ଖବର ପାଇ ପାଟପୁର ଥାନା ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଘଟଣାରେ ହରି, ତାଙ୍କର ୨ ପୁଅ ଓ ବଜାରସାହିର ଯୁବକଙ୍କୁ ଥାନାକୁ ଉଠାଇ ନେଇ ଅଟକ ରଖିଛି।
ସେମାନଙ୍କୁ ଘଟଣା ସମ୍ପର୍କରେ ପୁଲିସ୍ ପଚରାଉଚରା କରୁଛି। ସେହିପରି ପୁଲିସ ଉପସ୍ଥିତି ରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରି ରକ୍ତଭିଜା ମାଟି ସଂଗ୍ରହ କରିଛି।