🔥 TRENDING Gujarat Government Bars Outsiders from... EPFO Board to Discuss Raising Minimum... જામનગર ખોડીયાર કોલોનીમાં સાત રસ્તાઓ પર... New Platform Cover Sheds Inaugurated a... Karnataka MLC Elections Kick Off: Cong... Bengaluru hits magnitude 3 earthquake;...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

✍️ Reporter: Deepak Mahapatra 🗓 23 Oct 2026, 12:57 PM 👁 22
Share: 💬 WhatsApp 📘 Facebook 𝕏 Post
ଶେଷରେ ୫ ଦିନ ହେଲା ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ମିଳିଛି। ଜଙ୍ଗଲ ଭିତରୁ ନାବାଳିକାଙ୍କ ଗଳିତ ମୃତଦେହ ମିଳିବା ପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକ।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ଫାଣ୍ଡି ଅଧୀନ ବର୍ତ୍ତନା ଗ୍ରାମ ପଞ୍ଚାୟତର ଗୋଟିଏ ଜଙ୍ଗଲରୁ ଆଜି ନାବାଳିକାଙ୍କ ମୃତଦେହ ମିଳିବା ପରେ ଏପରି ଆଶଙ୍କା କରିଛନ୍ତି ଲୋକେ। ପୁଲିସ୍ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛନ୍ତି। କିନ୍ତୁ ପୁଲିସ ଏ ସମ୍ପର୍କରେ କିଛି ବି କହି ନାହିଁ। ଏବେ ଘଟଣାର ତଦନ୍ତ ଚାଲିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।
ପରିବାର ଲୋକଙ୍କ କହିବା କଥା ଯେ ନାବାଳିକା ଜଣଙ୍କ ୫ ଦିନ ତଳେ ଘରେ ଥିଲେ। ସେ କୌଣସି କାମରେ ଘରୁ ବାହାରି ଥିବା ବେଳେ ଆଉ ଫେରି ନଥିଲେ। ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ସହ ପୁଲିସରେ ମଧ୍ୟ ଅଭିଯୋଗ କରିଥିଲେ।
୫ ଦିନ ହେଲା ପୁଲିସ୍‌ ଘଟଣାର ଯାଞ୍ଚ କରୁଥିବା ବେଳେ ଆଜି ବର୍ତ୍ତନା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଠାବ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଜଳେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ନାବାଳିକାଙ୍କ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣା ପଛରେ ଥିବା ସତ୍ୟାସତ୍ୟ ଏଯାଏ ସ୍ପଷ୍ଟ ହୋଇନାହିଁ। ତଥାପି ତାଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜଳେଶ୍ୱର ପୁଲିସ ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ ଚଳାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।
📲Get App