🔥 TRENDING આણંદ જિલ્લામાં આંકલાવ પોલીસ સ્ટેશનમાં... बारवी धरण प्रकल्पग्रस्तांना मिळणार अनु... Prabhas: Actor's Hidden Talent Reveale... Maharashtra MLC Election: Dr. Pratapsi... Maharashtra MLC Elections 2026: 182 Ca... Maharashtra Animal Husbandry Departmen...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ମା’ଙ୍କ ଦର୍ଶନ ସାରି ଫେରୁଥିଲେ, ଡିଭାଇଡର୍‌ରେ ପିଟି ହୋଇ ଚାଲିଗଲା ୨ ଯୁବ ଆଥଲେଟଙ୍କ ଜୀବନ

✍️ Reporter: Deepak Mahapatra 🗓 23 Oct 2026, 01:06 PM 👁 12
Share: 💬 WhatsApp 📘 Facebook 𝕏 Post

ହଷ୍ଟେଲରେ ରହୁଥିବା ଜୟରାମ ଓ ମଳୟ ଦୁର୍ଗାପୂଜା ପାଇଁ ମା’ଙ୍କ ଦର୍ଶନ କରିବାକୁ ବାହାରିଥିଲେ। ସମ୍ଭବତଃ ଉଭୟ କଟକ ଯାଇଥିଲେ। କଟକରୁ ଫେରିବା ସମୟରେ ଉଭୟ ନଖରା ସ୍ଥିତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ବିଜୟା ଦଶମୀରେ ମାଆଙ୍କ ଦର୍ଶନ କରି ଖୁସିରେ ହଷ୍ଟେଲକୁ ଫେରୁଥିଲେ ଦୁଇ ଯୁବ ଆଥଲେଟ୍। ହେଲେ ଅଧ ବାଟରେ ସତେ ଯେମିତି ଛକି ବସିଥିଲା ମୃତ୍ୟୁ। ବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଦୁଇ ପ୍ରତିଭାବାନ ଆଥଲେଟଙ୍କ ଜୀବନର ଦୀପ ଲିଭି ଯାଇଛି।
କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରା ସ୍ଥିତ ଗୋଟିଏ କାର ଶୋ’ରୁମ୍ ସାମ୍ନାରେ ଘଟିଛି ଅଘଟଣ। ଦର୍ଶନ ସାରି ଫେରୁଥିବା ଦୁଇ ଆଥଲେଟଙ୍କ ବାଇକ୍‌ ଭାରସାମ୍ୟ ହରାଇ ଡିଭାଇଡରର ପିଟି ହୋଇଯାଇଥିଲା।
ତୁରନ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଭୟଙ୍କୁ କଟକ ସ୍ଥିତ ଏସସିବି ମେଡିକାଲକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିଲା ବେଳକୁ ୨ ଆଥେଲେଟଙ୍କ ଜୀବନ ଚାଲିଯାଇଥିଲା। ମୃତକ ହେଲେ ଜୟରାମ ଦଣ୍ଡପତି ଓ ମଳୟ ବାରିକ। ଏହି ଦୁଇ ଆଥଲେଟ୍‌ ଭୁବନେଶ୍ୱରର ଉଭୟେ କଳିଙ୍ଗ ଷ୍ଟାଡିୟମରେ ଥିବା ରିଲିଆନ୍ସ ହାଇ ପାରଫର୍ମାନ୍ସ ସେଣ୍ଟରେ ରହି ପ୍ରଶିକ୍ଷଣ ନେଉଥିଲେ।
ହଷ୍ଟେଲରେ ରହୁଥିବା ଜୟରାମ ଓ ମଳୟ ଦୁର୍ଗାପୂଜା ପାଇଁ ମା’ଙ୍କ ଦର୍ଶନ କରିବାକୁ ବାହାରିଥିଲେ। ସମ୍ଭବତଃ ଉଭୟ କଟକ ଯାଇଥିଲେ। କଟକରୁ ଫେରିବା ସମୟରେ ଉଭୟ ନଖରା ସ୍ଥିତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ଜୟରାମ ଆନ୍ଧ୍ରପ୍ରଦେଶର କାକିନାଡ଼ାର ବାସିନ୍ଦା ହୋଇଥିଲେ ହେଁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ରହି ନିଜ କ୍ରୀଡ଼ା ଜୀବନକୁ ଆଗକୁ ବଢ଼ାଉଥିଲେ। କିନ୍ତୁ ଆଜି ସେହି ଦ୍ରୁତଗାମୀ ପାଦ ଚିରଦିନ ପାଇଁ ଥମିଯାଇଛି। ସେହିପରି ମଳୟ ବାରିକ ହେଉଛନ୍ତି ବରଗଡ଼ ଜିଲ୍ଲା ଅତାବିରା ବାସିନ୍ଦା। ଏହି ଯୁବ ଆଥଲେଟ୍ ଜଣକ ୪୦୦ ମିଟର ଦୌଡ଼ରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଛନ୍ତି।
ତାଙ୍କ ପାଖରେ ଥିବା ଦକ୍ଷତା ତାଙ୍କୁ ଭବିଷ୍ୟତର ଜଣେ ତାରକା ଭାବେ ସଜାଇଥିଲା। ଭାରତ ତଥା ଓଡ଼ିଶା ତାଙ୍କ ଠାରୁ ଅନେକ କିଛି ଆଶା କରିଥିଲା। ହେଲେ ମଳୟ ଓ ଜୟରାମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।
ଉଭୟଙ୍କ ମୃତ୍ୟୁ ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଗୋଟିଏ ଅପୂରଣୀୟ କ୍ଷତି। ଦୁଇ ଆଥଲେଟଙ୍କ ଦୁଃଖଦ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
📲Get App