बिज़नेस
ଓଡ଼ିଶାରେ ପୁଞ୍ଜିନିବେଶକୁ ବଳ: ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାସାୟନିକ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ଆଶା
ଭୁବନେଶ୍ୱର: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ବୃହତ୍ ନିବେଶ ପ୍ରସ୍ତାବ ହାସଲ କରିବାର କିଛି ଦିନ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ମୁମ୍ବାଇ ଗସ୍ତରେ ଯିବେ। ରାଜ୍ୟରେ ରାସାୟନିକ ଓ ପେଟ୍ରୋରସାୟନ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକର୍ଷିତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।
‘ଇଣ୍ଡିଆ କେମ୍’ ୨୦୨୬ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘ଇଣ୍ଡିଆ କେମ୍’ ୨୦୨୬ର ଉଦ୍ଘାଟନୀ ଅଧିବେଶନ ଏବଂ ପ୍ରମୁଖ ସିଇଓ (CEO) ରାଉଣ୍ଡ ଟେବୁଲରେ ଯୋଗଦେବେ। କେନ୍ଦ୍ର ରାସାୟନିକ ଓ ସାର ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ବୈଠକର ଅଧ୍ୟକ୍ଷତା କରିବେ। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଦେଶର ବହୁ ଶିଳ୍ପପତି ଓ ପ୍ରମୁଖ କମ୍ପାନିର ପ୍ରତିନିଧିମାନଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଫେରିଆସିବେ।
୨୦ରୁ ଅଧିକ ପ୍ରମୁଖ କମ୍ପାନି ସହ ପ୍ରତ୍ୟକ୍ଷ ଆଲୋଚନା
ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ରାସାୟନିକ ଓ ପେଟ୍ରୋରସାୟନ କ୍ଷେତ୍ରର ୨୦ରୁ ଅଧିକ ପ୍ରମୁଖ କମ୍ପାନିର ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିବେ। ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା, ପୂର୍ବରୁ ଥିବା ଶିଳ୍ପଗୁଡ଼ିକର ସମ୍ପ୍ରସାରଣ, ଆନୁଷଙ୍ଗିକ ଶିଳ୍ପର ବିକାଶ ଏବଂ ଓଡ଼ିଶାରେ ଉପଲବ୍ଧ ଶିଳ୍ପ ଭିତ୍ତିଭୂମି, ଅନୁକୂଳ ସରକାରୀ ନୀତି ଏବଂ ଜମି ସୁବିଧା ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ। କାର୍ଯ୍ୟକ୍ରମରେ ଓଡ଼ିଶା ପକ୍ଷରୁ କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ ସମ୍ପର୍ଣ୍ଣ ଏକ ସ୍ୱତନ୍ତ୍ର ଉପସ୍ଥାପନା କରାଯିବ।
ବୃହତ୍ ରାସାୟନିକ ଶିଳ୍ପ ପାର୍କ ଘୋଷଣା ସମ୍ଭାବନା
ଓଡ଼ିଶାରେ ଏକ ବୃହତ୍ ଓ ସ୍ୱତନ୍ତ୍ର ରାସାୟନିକ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ଏହି ଅବସରରେ ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି। ଏହି ପାର୍କ କାର୍ଯ୍ୟକାରୀ ହେଲେ ରାସାୟନିକ, ପେଟ୍ରୋରସାୟନ, ପ୍ଲାଷ୍ଟିକ୍ ଏବଂ ପ୍ୟାକେଜିଂ ଶିଳ୍ପ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଆସିବା ସହ ବହୁ ସହଯୋଗୀ ଶିଳ୍ପର ବିକାଶ ଘଟିବ।
ନିବେଶ ଓ ନିଯୁକ୍ତି ସୁଯୋଗ
ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ଗତ ଦୁଇ ବର୍ଷ ଭିତରେ ଓଡ଼ିଶାରେ ରାସାୟନିକ ଓ ପେଟ୍ରୋରସାୟନ କ୍ଷେତ୍ରରେ ନିବେଶ ପାଇଁ ୫୬ଟି କମ୍ପାନି ପ୍ରସ୍ତାବ ଦେଇଛନ୍ତି, ଯାହାର ମୂଲ୍ୟ ପ୍ରାୟ ୧,୯୩,୦୮୭.୯୪ କୋଟି ଟଙ୍କା। ଏହାଦ୍ୱାରା ୧,୧୨,୩୨୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ବର୍ତ୍ତମାନ ସୁଦ୍ଧା ଏହି କ୍ଷେତ୍ରରେ ୨୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ ହୋଇସାରିଛି, ଯେଉଁଥିରେ ୬୦,୮୨୫.୩४ କୋଟି ଟଙ୍କା ନିବେଶ ହୋଇ ୩୫,୩୫୧ଟି ନିଯୁକ୍ତି ସୃଷ୍ଟି ହୋଇସାରିଛି।
ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଓଡ଼ିଶାରେ ଖଣି ଓ ଧାତୁ ଶିଳ୍ପର ଏକ ଦୃଢ଼ ଭିତ୍ତିଭୂମି ରହିଛି। ଏହି ମଜବୁତ ଆଧାରକୁ ନେଇ ରାଜ୍ୟ ଏବେ ରାସାୟନିକ ଓ ପେଟ୍ରୋରସାୟନ ପରି ଅଧିକ ସମ୍ଭାବନାମୟ କ୍ଷେତ୍ରରେ ନିଜର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।