🔥 TRENDING ब्रेक डांस झूले का ख़ौफ़नाक वीडियो वाय... Kolkata Stampede: Treasurer Arrested O... Bihar woman found dead; family alleges... Bihar MLC Election Begins with Tight S... Polling underway for eight Bihar MLC s... Farmer Union Stages Dharna in Ludhiana...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର, ବିଭିନ୍ନ ରାଜ୍ୟରେ ରହିଛି ୪୦ରୁ ଅଧିକ ମାମଲା

✍️ Reporter: Deepak Mahapatra 🗓 23 Oct 2026, 01:18 PM 👁 13
Share: 💬 WhatsApp 📘 Facebook 𝕏 Post
କେନ୍ଦୁଝର: ପୁଣି କେନ୍ଦୁଝର ପୋଲିସ ବଡ଼ ଏନକାଉଣ୍ଟର କରିଛି । ନନ୍ଦିପଦା ପୋଲିସ ଏନକାଉଣ୍ଟରେ ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀ ଅର୍ଜୁନ ପ୍ରଧାନ ଆହତ ହୋଇଛି । ତାକୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖ ରେ ସୋସୋ ଥାନା ବନ୍ତଳା ଗାଁରେ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍ କରାଯାଇଥିଲା । ସମ୍ପୃକ୍ତ ଘଟଣାରେ ମୁଖ୍ୟ ଆସାମୀ ଥିଲା ଅର୍ଜୁନ ପ୍ରଧାନ। ଅର୍ଜୁନକୁ ଧରିବାକୁ ପୋଲିସ ସେବେଠାରୁ ଚେଷ୍ଟା କରୁଥିଲା । ଆଜି ଭୋର ସମୟରେ ଅର୍ଜୁନ ଛେନାପଦୀ ନିକଟ ଅସିଆ ଗ୍ରାମ ପାଖାପାଖି ଥିବା ପୋଲିସ ସୂଚନା ପାଇ ଚଢ଼ଉ କରିଥିଲା । ଏହି ସମୟରେ ସେ ପୋଲିସ ଉପରକୁ ଗୁଳି କରି ଖସି ପଳାଇ ଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ପାଲଟା ଜବାବ ଦେଇଥିଲା । ପୋଲିସର ଜବାବୀ ଗୁଳିରେ ଅର୍ଜୁନ ଆଣ୍ଠେଇ ପଡ଼ିଥିଲା । ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି ।
ଅଜୁର୍ନ ପ୍ରଧାନ ଯାଜପୁର ଜିଲ୍ଲାର ଯଖପୁରା ଥାନା ଦଶମାଣିଆ ଗାଁର ବାସିନ୍ଦା । ତା ନାଁରେ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ପ୍ରାୟ ୪୦ରୁ ଅଧିକ ମାମଲା ରହିଛି ।
📲Get App