🔥 TRENDING माता रानी को उत्साहपूर्वक विदाई, ढोल‑ड... ನವರಾತ್ರಿ ಉತ್ಸವ ಪಲ್ಲಕ್ಕಿ ಮಹೋತ್ಸವ. भागलपुर में फर्जी शिक्षिका के नाम पर 9... बांका के मुरहरा स्टेशन के पास हाई वोल्... MP Govt Employees Protest 'Black Diwal... MP Road Rage: Father-Son Perilously Ha...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ , ପାଣିପାଗ ବିଭାଗ ଏପରି କଲା ପୂର୍ବାନୁମାନ...

✍️ Reporter: Deepak Mahapatra 🗓 23 Oct 2026, 01:25 PM 👁 16
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ବର : ଦକ୍ଷିଣପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଆଣ୍ଡାମାନ ଦୀପ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ସକାଳ ୮ଟା ୩୦ ସୁଦ୍ଧା ହୋଇଥିବା ପର୍ଯ୍ୟବେକ୍ଷଣ ଅନୁଯାୟୀ ସକ୍ରିୟ ଘୂର୍ଣ୍ଣିବଳୟ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତିକରି ଦକ୍ଷିଣ-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଆଣ୍ଡାମାନ ଦ୍ୱିପ ଅଞ୍ଚଳ ଉପରେ ବାୟୁମଣ୍ଡଳର ୫. ୮ କିମି ଉଚ୍ଚତା ଯାଏଁ ବ୍ୟାପିଛି l ଏହା ପରାଵର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ଓ ଏହାକୁ ଲାଗି ରହିଥିବା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି ବଜାୟ ରଖିବା ସହ ଆହରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।
ଏପର୍ଯ୍ୟନ୍ତ ବାତ୍ଯା ନେଇ ଆଇଏମଡି ପକ୍ଷରୁ କୌଣସି ଆକଳନ କରାଯାଇନାହିଁ। କିନ୍ତୁ ଲଘୁଚାପ ସୃଷ୍ଟି ହେବା ପରେ ବାତ୍ଯା ନେଇ ସଠିକ୍ ତଥ୍ଯ ସାମନାକୁ ଆସିବ।
📲Get App