🔥 ट्रेंडिंग BETA NA MAA KO JALAYA झारखंड के पूर्व नेता और पाकुड़ के विधा... माता रानी को उत्साहपूर्वक विदाई, ढोल‑ड... ನವರಾತ್ರಿ ಉತ್ಸವ ಪಲ್ಲಕ್ಕಿ ಮಹೋತ್ಸವ. भागलपुर में फर्जी शिक्षिका के नाम पर 9... बांका के मुरहरा स्टेशन के पास हाई वोल्...
23 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଯାତ୍ରା ଦେଖି ଫେରୁଥିବା ବେଳେ ପୋଲ ତଳକୁ ଖସି ପଡ଼ିଲା ବାଇକ୍‌, ଚାଲିଗଲା ଦାଦା-ପୁତୁରାଙ୍କ ଜୀବନ

✍️ रिपोर्टर: Deepak Mahapatra 🗓 23 अक्टू. 2026, 12:53 PM 👁 17
शेयर करें: 💬 WhatsApp 📘 Facebook 𝕏 Post
ଦୁର୍ଗା ପୂଜା ଯୋଗୁ ରାତିରେ ସାଙ୍ଗ ହୋଇ ଯାତ୍ରା ଦେଖିବାକୁ ଯାଇଥିଲେ। ଭୋରରୁ ଯାତ୍ରା ସରିଲା ଓ ଦାଦା-ପୁତୁରା ଏକାଠି ବାଇକରେ ଘରକୁ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚି ପୂର୍ବରୁ ଅଧା ରାସ୍ତାରେ ଘଟିଛି ଅଘଟଣ। ହସଖୁସିରେ ଘରକୁ ଫେରୁଥିବା ଦାଦା-ପୁତୁରାଙ୍କ ବାଇକ ହଠାତ୍‌ ପୋଲ ତଳକୁ ଖସି ପଡ଼ିଥିଲା। ଆଉ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି।
କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚକୁଳି ଠାରେ ଏପରି ଦୁଃଖଦ ଦୁର୍ଘଟଣା ଘଟିଛି। ଚକୁଳି ନିକଟ ପୋଲ ତଳକୁ ବାଇକ ସହ ଖସି ପ୍ରାଣ ହରାଇଥିବା ଦାଦା-ପୁତୁରା ହେଲେ ପଳାସ ଗାଁର ନରେଶ ନାଏକ(୩୩) ଓ ପ୍ରଦୀପ ନାଏକ (୩୨)।
ନରେଶ ଓ ପ୍ରଦୀପ ପଲସର ବାଇକ ନଂ(OD08U-5287)ରେ ସୋମବାର ବିଳମ୍ବିତ ରାତିରେ ହାବସପୁରରୁ ଯାତ୍ରା ଦେଖିବାକୁ ଯାଉଥିଲେ। ସେଠାରୁ ଫେରୁଥିବା ବେଳେ ହଠାତ୍‌ ପୋଲ ନିକଟରେ ବାଇକଟି ଭାରସାମ୍ୟ ହରାଇ ସିଧା ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ତେବେ ରାତି ତମାମ ଏହି ଖବର କାହା ପାଖରେ ନଥିଲା।
ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକ ପୋଲ ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଦେଖିଥିଲେ। ଏହାପରେ ସେଠାରେ ନରେଶ ଓ ପ୍ରଦୀପ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ।
ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏଥିସହ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନାକୁ ପଠାଇଛି। ଏପଟେ ଦାଦା-ପୁତୁରାଙ୍କ ମୃତ୍ୟୁ ଖବର ପଳାସ ଗାଁରେ ଶୋକର ଛାୟା ଖେଳାଇ ଦେଇଛି। କାନ୍ଦ ବୋବାଲିରେ ଗାଁ ଦାଣ୍ଡ ଏବେ ଫାଟି ପଡୁଛି।
📲Get App