🔥 TRENDING DK Shivakumar alleges sting attempt on... गोरखपुर के तरकुलही माता स्थल पर शुक्रव... बिना व्यापार लाइसेंस के बजाज शोरूम पर... Sensex Surges 300 Points, Crosses 73,5... Supreme Court: Pre-Trial Detention Sho... Rain and Thunderstorms Expected in Raj...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ପୂଜା ମଣ୍ଡପ ଭିଡ଼ର ଫାଇଦା ଉଠାଇ କରୁଥିଲେ ଲୁଟ୍‌, ଧରା ପଡ଼ିଲେ ୨ ମହିଳାଙ୍କ ସମେତ ୫ ଜଣ

✍️ Reporter: Deepak Mahapatra 🗓 23 Oct 2026, 12:59 PM 👁 18
Share: 💬 WhatsApp 📘 Facebook 𝕏 Post
ପୂଜା ବେଳର ଭିଡ଼ରେ ଖୋଜୁଥିଲେ ମୌକା। ସୁଯୋଗ ମିଳିବା ମାତ୍ରେ ଜାମ୍ପି ନେଉଥିଲେ ସବୁ କିଛି। ଭିଡ଼ ଭିତରେ ଲୋକଙ୍କୁ କରୁଥିଲେ ଟାର୍ଗେଟ। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ହେଉଥିବା ଭିଡ଼ରେ କରୁଥିଲେ ଲୁଟପାଟ।
ହେଲେ ଚୋର ଘର ସବୁବେଳେ ଅନ୍ଧାର ନଥିବା ବେଳେ ଏବେ ସବୁ କିଛି ଫସର ଫାଟି ଯାଇଛି। ଭିଡ଼ରେ ଲୋକଙ୍କୁ ଲୁଟ କରୁଥିବା ବେଳେ ରଙ୍ଗେ ହାତ ଧରାପଡ଼ି ଯାଇଛନ୍ତି ବଞ୍ଜରା ଗ୍ୟାଙ୍ଗର ୫ ସଦସ୍ୟ। ଆଉ ତା’ ପରେ ଲୋକମାନେ ପ୍ରବଳ ଛେଚି ପୁଲିସ୍‌ରେ ଜିମା ଦେଇଛନ୍ତି।
ଭୁବନେଶ୍ୱରର ଷ୍ଟେସନ୍ ବଜାର ପୂଜା ପେଣ୍ଡାଲ ନିକଟରେ ଚୋରି କରୁଥିବା ବେଳେ ଧରାପଡ଼ିଛନ୍ତି ବଞ୍ଜାର ଗ୍ୟାଙ୍ଗର ୫ ଜଣ ସଦସ୍ୟ। ଏମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ ମହିଳା। ମଣ୍ଡପ ସମ୍ମୁଖରେ ହେଉଥିବା ଭିଡ଼ର ଫାଇଦା ଉଠାଇ ଏହି ଗ୍ୟାଙ୍ଗର ସଦସ୍ୟମାନେ କାହାର ମନି ପର୍ସ ତ ପୁଣି କାହାର ସୁନା ଚେନକୁ ଆଖି ପିଛୁଳାକେ କରୁଥିଲେ ଗାଏବ। ହେଲେ ସେମାନଙ୍କ ଖେଳ ମଙ୍ଗଳବାର ରାତିରେ ଶେଷ ହୋଇଛି।
ଷ୍ଟେସନ ବଜାର ପୂଜା ମଣ୍ଡପରେ ସବୁ ଦିନ ଭଳି ମଙ୍ଗଳବାର ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା। ଏହି ଭିଡ଼ର ଫାଇଦା ଉଠାଇ ଗ୍ୟାଙ୍ଗର ଜଣେ ସଦସ୍ୟ ଲୁଟ ପାଇଁ କରିଥିଲା ଯୋଜନା। ଭିଡ଼ରେ ମା’ଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ମହିଳାଙ୍କ ବେକରୁ ସେ ସୁନା ଚେନ ଛିଣ୍ଡାଇ ନେବାକୁ ଚେଷ୍ଟା କରିଥିଲା।
ହେଲେ ମହିଳା ଜଣକ ଏକଥା ଜାଣି ପାରି ଚେନ ଛିଣ୍ଡାଇବାକୁ ଚେଷ୍ଟା କରୁଥିବା ଲୁଟେରାକୁ ଧରି ପକାଇଥିଲେ। ସେ ଖସିବାକୁ ଚେଷ୍ଟା କରିଥିଲେ ହେଁ ଭିଡ଼ରେ ଥିବା ଲୋକମାନେ ତା’କୁ ଓ ଗ୍ୟାଙ୍ଗର ଅନ୍ୟ ୪ ଜଣଙ୍କୁ ମଧ୍ୟ ମାଡ଼ି ବାସିଥିଲେ।
ବାସ୍‌ ଏହାପରେ ଆରମ୍ଭ ହୋଇଥିଲା ନିର୍ଦ୍ଧୁମ ଛେଚା। ଲୋକମାନେ ମାଡ଼ ମାରୁଥିବା ଜାଣିପାରି ତୁରନ୍ତ ପୂଜା କମିଟିର ଲୋକମାନେ ସେଠାରେ ପହଞ୍ଚିଥିଲେ। ସେମାନେ ଲୋକଙ୍କୁ ବୁଝାସୁଝା କରି ୫ ଲୁଟେରାଙ୍କୁ ମଣ୍ଡପ ସ୍ଥିତ ଅଫିସକୁ ଆଣିଥିଲେ। ଶେଷରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ପ୍ରାଥମିକ ଯାଞ୍ଚ ଓ ଭିଡିଓ ଦେଖିବା ପରେ ସମସ୍ତ ୫ ଜଣଙ୍କୁ ଗିରଫ କରିଛି।
📲Get App