🔥 TRENDING प्राणपुर के मोहनपुर धरहन में नवरात्र प... "ਤੁਹਾਡੇ ਤੋਂ ਬੋਲਿਆ ਤਾਂ ਜਾ ਨਹੀਂ ਰਿਹਾ, ਗਾ... स्थानीय स्तर पर दुर्गा पूजा का आयोजन सिकंदराराऊ रामलीला-रासलीला में आज लक्ष... 📰 कोठी वाले बालाजी महाराज के दरबार मे... નડિયાદના માઈ મંદિર માં આઠમ નવચંડી યજ્ઞ...
19 Oct 2026•
ગુજરાતી मराठी ਪੰਜਾਬੀ বাংলা

ତ୍ରି-ଶକ୍ତି ଚାମ୍ପିୟନ ଟ୍ରଫି-୨୦୨୬: କାଲିମେଳା ଦଳ ଚାମ୍ପିୟନ

✍️ Reporter: SUKUMAR MANDAL 🗓 19 Oct 2026, 09:32 PM 👁 18
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୯ ଅକ୍ଟୋବର: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି-୨୯ କ୍ରିକେଟ୍ ପଡ଼ିଆରେ ତ୍ରି-ଶକ୍ତି ଚାମ୍ପିୟନ ଟ୍ରଫି-୨୦୨୬ର ଫାଇନାଲ ମ୍ୟାଚ୍ ରବିବାର ଅନୁଷ୍ଠିତ ହୋଇଯାଇଛି। କ୍ରିକେଟ୍ କମିଟି, ଏମପିଭି-୨୯ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍‌ରେ କାଲିମେଳା ଓ ପଡ଼ିଆ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା।
ଏହି ପ୍ରତିଯୋଗିତାରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି କାଲିମେଳା ଦଳ ୨୪୭ ରନ୍ ସଂଗ୍ରହ କରି ବିଜୟୀ ହେବା ସହ ଚାମ୍ପିୟନ ଟ୍ରଫି ହାସଲ କରିଛି। ବିଜୟ ପରେ ଦଳର ଖେଳାଳି ଓ ସମର୍ଥକଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିଲା।
ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, କାଲିମେଳା ବ୍ଲକ ଅଧ୍ୟକ୍ଷା ସୁବାସିନୀ ସୋଡ଼ି, ଚୈତନ୍ୟ ଚୌଧୁରୀ, ପ୍ରଶାନ୍ତ ଗାଇନ୍, ପବିତ୍ର ସରକାର ଓ ମିରିକଙ୍କ ମଣ୍ଡଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ବିଜେତା କାଲିମେଳା ଦଳକୁ ଟ୍ରଫି ପ୍ରଦାନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଅଞ୍ଚଳରେ କ୍ରିକେଟ୍ ଖେଳର ପ୍ରସାର ଓ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବାରେ ସହାୟକ ହୋଇଛି।
📲Get App