🔥 TRENDING मिशन रक्षक से युवाओं को नई उड़ान, आमाब... 108 ambulance workers plan strike over... Vibi Sagar Reservoir in Chitradurga Ne... State Clarifies BPL Card Cancellation... BMTC to Deploy Conductor‑less Mini Fee... Prime Minister Narendra Modi Invited t...
16 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଖସି ପଡ଼ିଲା କ୍ରେନ୍‌; ଆନ୍ଧ୍ରରେ ୨ ଓଡ଼ିଆ ଶ୍ରମିକ ମୃତ

✍️ Reporter: Deepak Mahapatra 🗓 16 Oct 2026, 01:12 PM 👁 14
Share: 💬 WhatsApp 📘 Facebook 𝕏 Post
ଆନ୍ଧ୍ର ପ୍ରଦେଶରେ କ୍ରେନ୍‌ ଖସି ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦାଦନ ଖଟିବାକୁ ଯାଇ ପଡ଼ୋଶୀ ରାଜ୍ୟରେ ପ୍ରାଣ ହରାଇଥିବା ଏହି ଦୁଇ ଓଡ଼ିଆ ଶ୍ରମିକ ହେଉଛନ୍ତି, ସନ୍ତୋଷ କୁମାର ପ୍ରଧାନ ଓ କେ. ଶିବା। ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲାରେ। ସନ୍ତୋଷ ପାତ୍ରପୁର ବ୍ଲକ୍ ତମ୍ବାପୁରର ବାସିନ୍ଦା ଥିଲେ। ସେହିପରି କେ. ଶିବାଙ୍କ ଘର ଚିକିଟି ବ୍ଲକ ଅନ୍ତର୍ଗତ ଚିଲାଡ଼ି ଗ୍ରାମରେ।
ସେମାନେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ନିକଟରେ ଏକ ନିର୍ମାଣାଧୀନ କୋଠାରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଉପରେ କ୍ରେନ୍ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ଆଉ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବି ଓଡ଼ିଆ ଶ୍ରମିକ ଥିବା ଜଣାପଡ଼ିଛି।
ଆନ୍ଧ୍ରପ୍ରଦେଶ ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସନ୍ତୋଷ ଓ ଶିବାଙ୍କ ମରଶରୀର ଗ୍ରାମକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ଦୁହେଁ ବିବାହିତ ହୋଇଥିବା ବେଳେ ଉଭୟଙ୍କର ଗୋଟିଏ ଲେଖାଏ ପୁତ୍ର ସନ୍ତାନ ଅଛନ୍ତି । ଉଭୟେ ଗରିବ ପରିବାରର ହୋଇଥିବାରୁ ଦାଦନ ଖଟି ପରିବାର ଚଳାଉଥିଲେ।ସେମାନଙ୍କ ଅକାଳ ମୃତ୍ୟୁରେ ଦୁଇ ପରିବାର ଅସହାୟ ହୋଇପଡ଼ିଛନ୍ତି। ସେମାନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
📲Get App