🔥 TRENDING Uttar Pradesh CM Yogi Adityanath Criti... Calgary police issue photos of 17 Indi... Violent family feud in Bamori village,... राजकिशोर नगर में त्रिशूल पर झूलते हुए... Krupya no tras Major Entertainment Channel Announces...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
ବୃହତ୍ ଶିଳ୍ପ ସମାରୋହ : ୧୪ ଜିଲ୍ଲାକୁ ୩୯ ହଜାର କୋଟିର ୪୬ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ୪୨ ହଜାରରୁ ଊର୍ଦ୍ଧ୍ୱ ଯୁବକଯୁବତୀ ପାଇବେ ରୋଜଗାର
Business

ବୃହତ୍ ଶିଳ୍ପ ସମାରୋହ : ୧୪ ଜିଲ୍ଲାକୁ ୩୯ ହଜାର କୋଟିର ୪୬ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ୪୨ ହଜାରରୁ ଊର୍ଦ୍ଧ୍ୱ ଯୁବକଯୁବତୀ ପାଇବେ ରୋଜଗାର

✍️ Reporter: Deepak Mahapatra 🗓 15 Oct 2026, 01:28 PM 👁 12
Share: 💬 WhatsApp 📘 Facebook 𝕏 Post
ପୂର୍ବରୁ ଶିଳ୍ପ ନିବେଶ କେବଳ ସ୍ଲୋଗାନ ଓ ପ୍ରଚାର ପ୍ରସାର ମଧ୍ୟରେ ଆବଦ୍ଧ ରହିଥିବାବେଳେ ବର୍ତ୍ତମାନର ସରକାର ପ୍ରତ୍ୟେକ ବୁଝାମଣାପତ୍ରକୁ କାର୍ଯ୍ୟକାରୀ କରି କାରଖାନା ନିର୍ମାଣ, ଉତ୍ପାଦନ ଆରମ୍ଭ ଓ ସ୍ଥାନୀୟ ଓଡ଼ିଆ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାରେ ସଫଳ ହୋଇଛନ୍ତି।ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଆଜି କଳିଙ୍ଗନଗରଠାରେ ବୃହତ୍ ଶିଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ନିବେଶକୁ କେବଳ କାଗଜପତ୍ର କିମ୍ବା ବୁଝାମଣାପତ୍ରରେ ସୀମିତ ନରଖି ବାସ୍ତବ ରୂପାୟନ କରିବା ଉଦ୍ଦେଶ୍ୟରେ ଏହି ରାଜ୍ୟସ୍ତରୀୟ ଶିଳ୍ପ ସମାରୋହରେ ଗୁରୁତ୍ୱ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମାରୋହରେ ଯୋଗ ଦେଇ ରାଜ୍ୟର ୧୪ଟି ଜିଲ୍ଲା ପାଇଁ ମୋଟ୍ ୩୯୩୮୩ କୋଟି ଟଙ୍କାର ୪୬ଟି ମଧ୍ୟମ ଓ ବୃହତ୍ ଶିଳ୍ପ ପ୍ରକଳ୍ପର ଭୂମିପୂଜନ ଓ ଉଦଘାଟନ କରିଛନ୍ତି। ଏହି ମହତ୍ୱାକାଂକ୍ଷୀ ପଦକ୍ଷେପ ଯୋଗୁ ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୨୫୧୨ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ଯାହା ରାଜ୍ୟର ଅର୍ଥନୈତିକ ପ୍ରଗତିକୁ ନୂଆ ଗତି ଦେବା ସହ ଯୁବପିଢ଼ିଙ୍କ ଆତ୍ମନିର୍ଭରଶୀଳତାର ପଥ ପ୍ରଶସ୍ତ କରିବ।
ଏହି ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଓଡ଼ିଶାରେ ଆରମ୍ଭ ହୋଇଥିବା ଏହି ମହାଯଜ୍ଞ ରାଜ୍ୟର ଦ୍ୱିତୀୟ ଶିଳ୍ପ ବିପ୍ଲବର ସ୍ପଷ୍ଟ ସଙ୍କେତ। ପୂର୍ବରୁ ଶିଳ୍ପ ନିବେଶ କେବଳ ସ୍ଲୋଗାନ ଓ ପ୍ରଚାର ପ୍ରସାର ମଧ୍ୟରେ ଆବଦ୍ଧ ରହିଥିବା ବେଳେ ବର୍ତ୍ତମାନର ସରକାର ପ୍ରତ୍ୟେକ ବୁଝାମଣାପତ୍ରକୁ କାର୍ଯ୍ୟକାରୀ କରି କାରଖାନା ନିର୍ମାଣ, ଉତ୍ପାଦନ ଆରମ୍ଭ ଏବଂ ସ୍ଥାନୀୟ ଓଡ଼ିଆ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାରେ ସଫଳ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ପରିକଳ୍ପନାର କେନ୍ଦ୍ରବିନ୍ଦୁ ଭାବେ ଓଡ଼ିଶା ଉଭା ହେଉଛି ଓ ଆଗାମୀ ଏକ ଦଶନ୍ଧି ମଧ୍ୟରେ ରାଜ୍ୟର ଅର୍ଥନୀତିକୁ ୫୦୦ ବିଲିୟନ ଆମେରିକୀୟ ଡଲାରରେ ପହଂଚାଇ ‘ସମୃଦ୍ଧ ଓଡ଼ିଶା’ ଗଠନ କରିବା ସରକାରଙ୍କ ସଂକଳ୍ପ। ନିତି ଆୟୋଗ ସୂଚକାଙ୍କରେ ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିବା ସରକାରଙ୍କ ଉପରେ ଶିଳ୍ପପତିଙ୍କ ଭରସାକୁ ସ୍ପଷ୍ଟ କରୁଛି। ଆଜିର ପ୍ରକଳ୍ପକୁ ମିଶାଇ ରାଜ୍ୟରେ ମୋଟ ୩.୫ ଲକ୍ଷ କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ଶୁଭାରମ୍ଭ ହୋଇସାରିଛି। ବିରୋଧୀ ଦଳଗୁଡ଼ିକ କେବଳ ରାଜନୀତିରେ ବ୍ୟସ୍ତ ଥିବାବେଳେ ରାଜ୍ୟ ସରକାର ଜନକଲ୍ୟାଣ ଓ ବିକାଶ କାର୍ଯ୍ୟରେ ସମ୍ପୂର୍ଣ୍ଣ ସମର୍ପିତ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି।
ଏହି ସମାରୋହରେ କଳିଙ୍ଗନଗରଠାରେ ଜିନ୍ଦଲ ଷ୍ଟେନଲେସ୍‌, ଟାଟା ଷ୍ଟିଲର ଡାଉନଷ୍ଟ୍ରିମ୍ ପ୍ରକଳ୍ପ ସମେତ ଇମ୍ଫା , ଜଟିଆ ଷ୍ଟିଲ୍ ଓ ଶ୍ରୀଏମକେ. ଷ୍ଟିଲ୍ ଭଳି ବହୁ କମ୍ପାନୀର ଶିଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଯାଜପୁର ସମେତ କଟକ, ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ପୁରୀ, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଜଗତସିଂହପୁର, ମୟୂରଭଞ୍ଜ ଓ ସମ୍ବଲପୁର ଆଦି ୧୪ଟି ଜିଲ୍ଲାରେ ଇସ୍ପାତ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ଓ ପର୍ଯ୍ୟଟନ କ୍ଷେତ୍ରର ଏହି ୪୬ଟି ପ୍ରକଳ୍ପ ସ୍ଥାପନ କରାଯାଉଛି। ବାହାର ରାଜ୍ୟକୁ ଶ୍ରମିକ ପ୍ରବାସ ରୋକିବା ପାଇଁ ବୟନଶିଳ୍ପ ଓ ଫାର୍ମା ଭଳି ଅଧିକ ରୋଜଗାରକ୍ଷମ କ୍ଷେତ୍ର ଉପରେ ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ଏହି ଉତ୍ସବରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯାଜପୁରର ଖଣିଜ ସମ୍ପଦକୁ ଉପଯୋଗ କରି ଅଂଚଳବାସୀଙ୍କୁ ନିଯୁକ୍ତି ଦେବା କଥା କହିଥିବାବେଳେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ଜିଲ୍ଲାର ବିଧାୟକଗଣ, ମୁଖ୍ୟ ସଚିବ ଅନୁ ଗର୍ଗ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସମେତ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା,ଜେଏସଏଲ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ଓ ବହୁ ବିଶିଷ୍ଟ ଶିଳ୍ପପତିମାନେ ଉପସ୍ଥିତ ଥିଲେ।
📲Get App