🔥 TRENDING Madhya Pradesh Releases MD, MS College... D.P. Jewellers taps Madhya Pradesh Cri... Madhya Pradesh Spa Staff Assault Custo... પાવાગઢમાં ગુડ્સ રોપવેનો કેબલ તૂટ્યો, ટ... Donald Trump Orders 28 Advanced B-2 Bo... Kerala Synagogue Fire Suspected Extrem...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
ସଭାପତି ପ୍ରାର୍ଥୀଙ୍କ ଉପରେ କିଏ ପକାଉଛି ଚାପ? କଲେଜ ସମ୍ମୁଖରେ ବିକ୍ଷୋଭ କଲେ ଛାତ୍ରଛାତ୍ରୀ
Education

ସଭାପତି ପ୍ରାର୍ଥୀଙ୍କ ଉପରେ କିଏ ପକାଉଛି ଚାପ? କଲେଜ ସମ୍ମୁଖରେ ବିକ୍ଷୋଭ କଲେ ଛାତ୍ରଛାତ୍ରୀ

✍️ Reporter: Deepak Mahapatra 🗓 15 Oct 2026, 01:38 PM 👁 19
Share: 💬 WhatsApp 📘 Facebook 𝕏 Post
ବିଜୁ ଛାତ୍ର ଜନତା ଦଳ (BCJD) ସଭାପତି ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରି ଦଳର ଅନ୍ୟ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଛାତ୍ର ସଂସଦ ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ହେବାକୁ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଉଦଳା ମହାବିଦ୍ୟାଳୟରେ ଦେଖାଯାଇଛି ଅଶାନ୍ତି। ବିଜୁ ଛାତ୍ର ଜନତା ଦଳ (BCJD) ସଭାପତି ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରି ଦଳର ଅନ୍ୟ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
BCJD ପକ୍ଷରୁ ଏହି କଲେଜ ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ଶୁଭଲକ୍ଷ୍ମୀ ହାତୀ। ଆଜି ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ ଅନୁଷ୍ଠିତ ହୋଇଥିବା ବେଳେ କଲେଜକୁ ଆସି ନଥିଲେ ସେ। ଏହା ବଦଳରେ ସେ ଏକ ଭିଡିଓ ବାର୍ତ୍ତା ପଠାଇଥିଲେ। କିନ୍ତୁ ମିଟିଂରେ ସେହି ଭିଡିଓକୁ ଚଲାଇବାକୁ ଅନୁମତି ଦିଆଯାଇ ନଥିଲା। ଏହା ପରେ ତାଙ୍କ ଦଳର ଅନ୍ୟ ପ୍ରାର୍ଥୀ ଓ ସେମାନଙ୍କର ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ କଲେଜର ମୁଖ୍ୟ ଫାଟକ ସାମ୍ନାରେ ବସି ଏହାର ପ୍ରତିବାଦ କରିବା ସହିତ ଶୁଭଲକ୍ଷ୍ମୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଥିଲେ। ବିରୋଧୀ ଦଳ ତାଙ୍କ ଉପରେ ଚାପ ପକାଇ ତାଙ୍କୁ ଆସିବାକୁ ଦେଲା ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ତାଙ୍କୁ କୌଣସି ସ୍ଥାନରେ ଲୁଚାଇ ରଖାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଶୁଭଲକ୍ଷ୍ମୀ ଯେଉଁ ଭିଡିଓ ଜାରି କରିଛନ୍ତି, ସେଥିରେ ସେ କହିଛନ୍ତି ଯେ ଏହି ନିର୍ବାଚନରୁ ଓହରିଯିବାକୁ ତାଙ୍କ ଉପରେ ଚାପ ପକା ଯାଉଛି। ଗୋଟିଏ ଦଳ ତାଙ୍କ ପରିବାର ଉପରେ ଚାପ ପକାଉଛି। ଆଉ ପରିବାର ଲୋକେ ତାଙ୍କ ଉପରେ ଚାପ ପକାଉଛନ୍ତି। ପିଲାମାନଙ୍କ ଅସୁବିଧା ସମୟରେ ସ୍ୱର ଉତ୍ତୋଳନ କରିବା ଦାୟିତ୍ୱ ତାଙ୍କର। କିନ୍ତୁ ଏବେ ସେ ଅସୁବିଧାରେ ଅଛନ୍ତି। ତେଣୁ ତାଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାକୁ ସେ ଅନୁରୋଧ କରିଛନ୍ତି। ଏହା ସହିତ ତାଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ସେ କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି।
ସେହିପରି ଢେଙ୍କାନାଳ ଓଡ଼ାପଡ଼ା କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ସଭାପତି ପଦରେ ଏବିଭିପିରୁ ଟୁନା ରାଉତ ପ୍ରାର୍ଥୀ ହୋଇଥିବା ବେଳେ ସେ ଏକ ଭିଡିଓ ଜାରି କରି ପରିବାର ଚାପରେ ଏହି ନିର୍ବାଚନରୁ ଓହରିଯିବାକୁ ଚାହୁଁଥିବା କହିଛନ୍ତି। ଅନ୍ୟପକ୍ଷରେ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ କରି ଏବିଭିପି ସମର୍ଥିତ ଛାତ୍ରଙ୍କ ପକ୍ଷରୁ କଲେଜ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଏହା ପରେ କଲେଜକୁ ସାଇନ ଏ ଡାଏ ଘୋଷଣା କରାଯାଇଛି ଓ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।
📲Get App