🔥 ट्रेंडिंग Baramadpur mai bada hadsa हुआ hai *शुद्ध हिंदी में टाइटल:* *1.* भारत को... પોશીના પોલીસે વલસાડી ગામમાંથી કપાસની આ... जहानाबाद में यमुना नदी में मिला अज्ञात... India Loses to West Indies in T20 Seri... Bigg Boss Kannada Contestant Manja Say...
15 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ଭୋଟ୍‌ ପୂର୍ବରୁ ଦୁଇଟି ବସ୍‌ରେ ପୁରୀ ଯାଉଥିଲେ ଛାତ୍ରଛାତ୍ରୀ; ପୁଲିସ୍ ଅଟକାଇବାକୁ ନେଇ ବିବାଦ
शिक्षा

ଭୋଟ୍‌ ପୂର୍ବରୁ ଦୁଇଟି ବସ୍‌ରେ ପୁରୀ ଯାଉଥିଲେ ଛାତ୍ରଛାତ୍ରୀ; ପୁଲିସ୍ ଅଟକାଇବାକୁ ନେଇ ବିବାଦ

✍️ रिपोर्टर: Deepak Mahapatra 🗓 15 अक्टू. 2026, 01:44 PM 👁 13
शेयर करें: 💬 WhatsApp 📘 Facebook 𝕏 Post
ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଗୋଟିଏ କଲେଜର ୭୭ ଜଣ ଛାତ୍ରଛାତ୍ରୀ ଦୁଇଟି ବସ୍‌ରେ ପୁରୀ ବୁଲିବାକୁ ଯାଉଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇ ଘରକୁ ଫେରାଇ ଦେବା ଘଟଣାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା।
ମୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଚିତ୍ରଡ଼ା ମହାବିଦ୍ୟାଳୟର ତୃତୀୟ ବର୍ଷ ବିଜ୍ଞାନରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୭ ଜଣ ଦୁଇଟି ବସ୍‌ରେ ପୁରୀ ଅଭିମୁଖେ ଯାଉଥିଲେ। ମୋରଡ଼ା ଥାନା ପୁଲିସ୍ ବେତନଟୀ ଥାନା ଅଧୀନରେ ଥିବା ଦାନ୍ତିଆମୁହାଁ ଛକରେ ସେମାନଙ୍କୁ ଅଟକାଇଥିଲା। ସେଠାରେ ସେମାନଙ୍କୁ ପଚରାଉଚରା କରିଥିଲା ପୁଲିସ। ପୁଲିସ୍ ସେମାନଙ୍କୁ ସେଠାରୁ ବେତନଟୀ ଥାନାକୁ ନେଇଥିଲା। ପରେ ଅଧ୍ୟକ୍ଷଙ୍କୁ ଡକାଇ ଆଲୋଚନା କରିବା ପରେ ଛାତ୍ରଛାତ୍ରୀମାନଙ୍କୁ କଲେଜକୁ ନିଆଯାଇଥିଲା ଓ ସେମାନଙ୍କ ଅଭିଭାବକମାନେ ଆସି ସେମାନଙ୍କୁ ନେଇ ଯାଇଥିଲେ।
ମୋରୋଡା ଆଇଆଇସିଙ୍କ କହିବା କଥା ହେଲା ଏକ ନିର୍ଦ୍ଦିଷ୍ଟ ଦଳ ଛାତ୍ର ସଂସଦ ନିର୍ବାଚନରେ ଭୋଟ୍ ହାତେଇବାକୁ ଏହି ଛାତ୍ରଛାତ୍ରୀଙ୍କୁ ପୁରୀ ବୁଲାଇବାକୁ ନେଉଥିଲା, ଯାହା ଠିକ୍ ନୁହେଁ। ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ ଏହାକୁ ଖଣ୍ଡନ କରିଛନ୍ତି।
ଆଇଆଇସି ସୁମିତ କୁମାର ସୋରେନ କହିଛନ୍ତି, ଗତକାଲି ରାତି ପ୍ରାୟ ୯ଟା ବେଳେ ବିଶେଷ ସୂତ୍ରରୁ ସୂଚନା ପାଇଲୁ ଯେ ଏକ ନିର୍ଦ୍ଦିଷ୍ଟ ଦଳ ଦୁଇଟି ବସ୍‌ରେ କିଛି ଛାତ୍ରଛାତ୍ରୀଙ୍କୁ ପୁରୀ ବୁଲାଇବାକୁ ନେଉଛି। ସେହି ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଏହି ଛାତ୍ରଛାତ୍ରୀମାନଙ୍କୁ ପୁରୀ ବୁଲାଇବାକୁ ନିଆଯାଉଥିଲା। ଆମେ ସେମାନଙ୍କୁ ଅଟକାଇଥିଲୁ ଓ ପଚରାଉଚରା କରିଥିଲୁ। ସେମାନଙ୍କ ମଧ୍ୟରେ ୫୨ ଜଣ ଛାତ୍ରୀ ଓ ୨୫ ଜଣ ଛାତ୍ର ଥିଲେ। ସେମାନଙ୍କ ସହିତ ବସ୍‌ରେ କିଛି ଅଭିଭାବକ ମଧ୍ୟ ଥିଲେ। ତଦନ୍ତ ବେଳେ ଜଣାପଡ଼ିଲା ଯେ ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ସେମାନଙ୍କୁ ପୁରୀ ନିଆଯାଉଥିଲା। ଏହା ଜାଣିବା ପରେ ଏପରି ନ କରିବାକୁ ଆମେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲୁ। ଆମେ କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ଡକାଇଥିଲୁ। ତା’ ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜକୁ ନିଆଯାଇଥିଲା। ସେଠାରୁ ଅଭିଭାବକମାନେ ସେମାନଙ୍କୁ ନେଇ ଯାଇଥିଲେ।
ନିଜ ଖର୍ଚ୍ଚରେ ସେମାନେ ପୁରୀ ଯାଉଥିଲେ ବୋଲି ଛାତ୍ରଛାତ୍ରୀମାନେ କହିଥିବା ବେଳେ ଆଇଆଇସି ଶ୍ରୀ ସୋରେନ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ପାଇଁ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଛି। ଏହି ପରିସ୍ଥିତିରେ କୌଣସି ଦଳ ଧମକ ଦେଇ ପାରିବେ ନାହିଁ କି ବୁଲାଇବାକୁ ନେଇପାରିବେ ନାହିଁ। ଗୋଟିଏ କଲେଜରୁ ଏତେ ସଂଖ୍ୟକ ପିଲା ପୁରୀ ଯାଉଥିଲେ ହେଁ କଲେଜ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ନଥିଲେ। ସେମାନେ କଲେଜ ଅଧ୍ୟକ୍ଷଙ୍କୁ ଜଣାଇବା କଥା। ଅଧ୍ୟକ୍ଷ ଆମକୁ ଜଣାଇବା କଥା।
ଆଇଆଇସିଙ୍କ ଏହି ଯୁକ୍ତିରେ ସନ୍ତୁଷ୍ଟ ହୋଇନାହାନ୍ତି ଛାତ୍ରଛାତ୍ରୀ। ପୁରୀ ଯାଉଥିବା ଛାତ୍ରୀମାନଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ସେମାନଙ୍କୁ କୌଣସି ଦଳ ପୁରୀ ନେଉ ନଥିଲା। ଆଉ କାହା ଟଙ୍କାରେ ସେମାନେ ପୁରୀ ଯାଉ ନଥିଲେ। ସେମାନେ ନିଜ ଟଙ୍କାରେ ପୁରୀ ଯାଉଥିଲେ। ନିର୍ବାଚରେ ପ୍ରାର୍ଥୀ ହୋଇଥିବା ସେମାନଙ୍କର ଜଣେ ସହପାଠୀଙ୍କ ବିଜୟ କାମନା କରି ସେମାନେ ପୁରୀ ଯାଉଥିଲେ। ଏଥିପାଇଁ ସେମାନେ ଅଭିଭାବକମାନଙ୍କ ଅନୁମତି ଆଣିଥିଲେ। ସେମାନଙ୍କ ସହିତ କିଛି ଅଭିଭାବକ ମଧ୍ୟ ପୁରୀ ଯାଉଥିଲେ।
ସେ ଆହୁରି କହିଛନ୍ତି ଯେ ସେମାନେ କଲେଜ ପକ୍ଷରୁ ବୁଲିବାକୁ ଯାଉ ନଥିଲେ। ବ୍ୟକ୍ତିଗତ ଉଦ୍ୟମରେ ସେମାନେ ପୁରୀ ଯାଉଥିଲେ। ତେଣୁ ସେମାନଙ୍କୁ ଏମିତି ଅଟକାଇବା ଓ ପରେ ଘରକୁ ଫେରାଇ ଦେବା ଦ୍ୱାରା ସେମାନଙ୍କ ସହିତ ଅନ୍ୟାୟ ହୋଇଛି। ଏହା ସହିତ ପୁଲିସ ସେମାନଙ୍କ ସହିତ ଖରାପ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ପ୍ରାୟ ୨ ଘଣ୍ଟା ଧରି ଅଟକ ରଖାଯାଇଥିଲା। ଏମିତିକି ପୁରୀ ଯିବାକୁ ହେଲେ ସେମାନେ ଆଉ ଭୋଟ୍ ଦେବେ ନାହିଁ ବୋଲି ଲେଖିକି ଦେବାକୁ ସେମାନଙ୍କୁ ଆଇଆଇସି କହିଥିବା ସେ ଅଭିଯୋଗ କରିଛନ୍ତି।
📲Get App