🔥 TRENDING Uttar Pradesh CM Yogi Adityanath Criti... Calgary police issue photos of 17 Indi... Violent family feud in Bamori village,... राजकिशोर नगर में त्रिशूल पर झूलते हुए... Krupya no tras Major Entertainment Channel Announces...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ପୁଲିସ ଏସଆଇ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ: ଆସନ୍ତାକାଲିଠୁ ଅନଲାଇନରେ ନିଜ ତଥ୍ୟ ଯାଂଚ କରିବେ ପରୀକ୍ଷାର୍ଥୀ

✍️ Reporter: Deepak Mahapatra 🗓 15 Oct 2026, 01:30 PM 👁 8
Share: 💬 WhatsApp 📘 Facebook 𝕏 Post
ବୟସ କୋହଳ ସୁବିଧା ପାଇବାକୁ ଥିବା ଯୋଗ୍ୟ ପ୍ରାର୍ଥୀଙ୍କ ସମେତ ସମସ୍ତ ଆବେଦନକାରୀ ଆସନ୍ତାକାଲି ଅକ୍ଟୋବର ୧୫ ତାରିଖ ସକାଳ ୧୦ଟାରୁ ୨୯ ତାରିଖ ରାତି ୧୦ଟା ମଧ୍ୟରେ ନିଜ ତଥ୍ୟ ଯାଂଚ, ବୈଧିକରଣ ଓ ଅପଡେଟ୍ କରିବାକୁ ପଡ଼ିବ।ବହୁଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ତଦନ୍ତ ଜାରି ରହିଥିବାବେଳେଏହି ପରୀକ୍ଷାକୁ ପୁଣିଥରେ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂତନ ଭାବେ ଗଠିତ କମିଶନ ପକ୍ଷରୁ ଆଜି ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି । ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ଦ୍ୱାରା ପରିଚାଳିତ ଏସଆଇ ପରୀକ୍ଷା ବିବାଦ ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ 'ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ସିଲେକ୍ସନ କମିଶନ' (ଓୟୁଏସଏସଏସସି) ପକ୍ଷରୁ କମ୍ବାଇଣ୍ଡ ପୁଲିସ ସର୍ଭିସ ପରୀକ୍ଷା-୨୦୨୪ (ସିପିଏସଇ-୨୦୨୪) ପାଇଁ ଆବେଦନ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଆସନ୍ତାକାଲି ଅର୍ଥାତ୍ ୧୫ତାରିଖଠୁ ସେମାନଙ୍କର ସମସ୍ତ ତଥ୍ୟ ଅନଲାଇନରେ ଯାଂଚ, ବୈଧିକରଣ ଓ ଅପଡେଟ୍ କରିବାକୁ କୁହାଯାଇଛି।
କମିଶନ ପକ୍ଷରୁ ଜାରି ସଦ୍ୟତମ ସୂଚନା ଅନୁଯାୟୀ, ବୟସ କୋହଳ ସୁବିଧା ପାଇବାକୁ ଥିବା ଯୋଗ୍ୟ ପ୍ରାର୍ଥୀଙ୍କ ସମେତ ସମସ୍ତ ଆବେଦନକାରୀ ଆସନ୍ତାକାଲି ଅକ୍ଟୋବର ୧୫ ତାରିଖ ସକାଳ ୧୦ଟାରୁ ୨୯ ତାରିଖ ରାତି ୧୦ଟା ମଧ୍ୟରେ ନିଜ ତଥ୍ୟ ଯାଂଚ କରିବାକୁ ପଡ଼ିବ।
ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ଓୟୁଏସଏସଏସସିର ସରକାରୀ ୱେବସାଇଟ୍ http://ousssc.odisha.gov.in ରେ ଲଗ୍‌-ଇନ୍ କରି ନିଜର ପ୍ରମାଣପତ୍ର ଓ ଆବେଦନ ତଥ୍ୟକୁ ପୁନଃ-ଯାଞ୍ଚ ଏବଂ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟସୀମା ମଧ୍ୟରେ ଯାଂଚ ହୋଇଥିବା ତଥ୍ୟକୁ ହିଁ ପରୀକ୍ଷାର ସମସ୍ତ ଭବିଷ୍ୟତ ପର୍ଯ୍ୟାୟ ତଥା ପରବର୍ତ୍ତୀ ପ୍ରକ୍ରିୟା ପାଇଁ ସମ୍ପୂର୍ଣ୍ଣ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ ଏବଂ ପରେ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୩୦ତାରିଖରେ ଭୁବନେଶ୍ୱରରୁ ବିଜୟନଗରମ୍ ଯାଉଥିବା ୧୧୪ଜଣ ପୁଲିସ ଏସଆଇ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ର ସୀମାରୁ ବ୍ରହ୍ମପୁର ପୁଲିସ ଗିରଫ କରିବା ପରେ ଏହି ପ୍ରଶ୍ନପତ୍ର ଲିକ୍ ପଦାକୁ ଆସିଥିଲା। ଆଉ ସରକାର ପରୀକ୍ଷାକୁ ବାତିଲ କରିଥିଲେ। ଏହି ମାମଲାର ତଦନ୍ତ ଏବେ ସିବିଆଇ କରୁଛି। ଗତ ସପ୍ତାହରେ କମିଶନ ଅଧ୍ୟକ୍ଷ ରଶ୍ମୀରଞ୍ଜନ ସ୍ୱାଇଁ ଏସଆଇ ପରୀକ୍ଷା(Odisha Police SI Exam) ଖୁବଶୀଘ୍ର କରାଯିବ ବୋଲି ସୂଚନା ଦେଇଥିଲେ।
ପ୍ରଶ୍ନପତ୍ର ଲିକ୍ ମାମଲାରେ ବହୁ ଅଯୋଗ୍ୟ ପ୍ରାର୍ଥୀ, ଦଲାଲ ଗୋଷ୍ଠୀ ଓ ନକଲି ପ୍ରମାଣପତ୍ରଧାରୀ ସାମିଲ ଥିବା ଅଭିଯୋଗ ହୋଇଥିଲା, ଯାହାକି ଏବେ ସିବିଆଇ ସ୍କାନରରେ ରହିଛି । ପୂର୍ବ ଆବେଦନ ତଥ୍ୟରେ ଥିବା ସମ୍ଭାବ୍ୟ ଅସଙ୍ଗତି, ନକଲି ପରିଚୟ କିମ୍ବା ବୟସ କୋହଳର ଅନୁଚିତ ଫାଇଦା ଉଠାଇଥିବା ଅସାଧୁ ଲୋକଙ୍କୁ ନୂଆ ଚୟନ ପ୍ରକ୍ରିୟାରୁ ଦୂରେଇ ରଖିବା ପାଇଁ ଓୟୁଏସଏସଏସସି ପକ୍ଷରୁ ଏହି 'ଡାଟା ଭାଲିଡେସନ୍‌' ବ୍ୟବସ୍ଥା ଲାଗୁ କରାଯାଇଛି ବୋଲି ଜଣାପଡ଼ିଛି । ପ୍ରାର୍ଥୀମାନେ ନିଜେ ଲଗ୍‌-ଇନ୍ କରି ସଠିକ୍ ତଥ୍ୟ ପ୍ରମାଣିତ କରିବା ଦ୍ୱାରା ଭବିଷ୍ୟତରେ କୌଣସି ଆଇନଗତ କିମ୍ବା ବୈଷୟିକ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିବ ନାହିଁ ବୋଲି କମିଶନ ଆଶା ରଖିଛନ୍ତି । ଶେଷ ମୁହୂତ୍ତରେ କୌଣସି ବୈଷୟିକ ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଧାର୍ଯ୍ୟ ତାରିଖ ମଧ୍ୟରେ ହିଁ ନିଜର ସମସ୍ତ ପ୍ରମାଣପତ୍ର ଓ ବିବରଣୀ ସତର୍କତାର ସହ ଯାଂଚ କରିବାକୁ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।
ତେବେ ମାତ୍ର ଦୁଇ ସପ୍ତାହର ଏହି ସୀମିତ ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ଅଂଚଳରେ ଥିବା ଲକ୍ଷାଧିକ ଆଶାୟୀ ପରୀକ୍ଷାର୍ଥୀ ଯଦି ସର୍ଭର ସମସ୍ୟା କିମ୍ବା ୱେବସାଇଟ୍ ତ୍ରୁଟି ଯୋଗୁଁ ନିଜ ତଥ୍ୟ ଯାଂଚ କରିବାରୁ ବଂଚିତ ହୁଅନ୍ତି, ତେବେ ସେମାନଙ୍କର ଭବିଷ୍ୟତ କ’ଣ ହେବ, ତାହା ମଧ୍ୟ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୯୩୩ଟି ଏସଆଇ ପଦବୀ ପାଇଁ ପ୍ରାୟ ୧.୩୦ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଥିବା ଜଣାପଡ଼ିଛି।
ପ୍ରଶ୍ନପତ୍ର ଲିକ୍ ବିବାଦ ଯୋଗୁ ଓପିଆରବି ପରିବର୍ତ୍ତେ ୟୁନିଫର୍ମ ସେବାରେ ପାଇଁ ନୂତନ ଭାବେ ଗଠନ ହୋଇଥିବା ଏହି ନିଯୁକ୍ତି କମିଶନ କେତେଦୂର ସ୍ୱଚ୍ଛତା ବଜାୟ ରଖି ପରୀକ୍ଷା ପରିଚାଳନା କରିପାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।
📲Get App