🔥 ट्रेंडिंग Karnataka declares 7 more taluks droug... બનાસકાંઠા: અંબાજી મંદિરમાં ચોથા નોરતે... रामलीला चंदे के पैसों को लेकर चली गोली... उत्तर प्रदेश 2026-27 छात्रवृत्ति: नवीन... केरल हाई कोर्ट ने शिक्षक के जे.जे. एक्... गोपालगंज के खानपुर अजमत गांव में 12 सा...
14 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ବୁଧବାର ୩୯୩୮୨ କୋଟିର ୪୬ଟି ପ୍ରକଳ୍ପ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

✍️ रिपोर्टर: Deepak Mahapatra 🗓 14 अक्टू. 2026, 01:18 PM 👁 16
यहाँ देखें: ▶️ YouTube 📘 Facebook
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଆସନ୍ତାକାଲି (ବୁଧବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଏକ ବୃହତ୍ ଶିଳ୍ପ ଭିତ୍ତିଭୂମି କାର୍ଯ୍ୟକ୍ରମରେ ୩୯,୩୮୩ କୋଟି ଟଙ୍କା ମୂଲ୍ୟର ୪୬ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ।
ଇମ୍ଫା, JSL ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରିର ଗ୍ରାଉଣ୍ଡ ବ୍ରେକିଙ୍ଗ କରିବେ ମୁଖ୍ୟମନ୍ତ୍ରୀ । କଳିଙ୍ଗନଗରରେ ୧୪ ଜିଲ୍ଲା ପାଇଁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ୪୬ଟି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ପ୍ରାୟ ୪୨,୫୧୨ ଜଣଙ୍କ ପାଇଁ ନୂତନ କର୍ମସଂସ୍ଥାନ ବା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପଗୁଡ଼ିକ କେବଳ କଳିଙ୍ଗନଗରରେ ସୀମିତ ନରହି ଓଡ଼ିଶାର ୧୪ଟି ଜିଲ୍ଲାକୁ ବ୍ୟାପିବ । ଏଥିରେ ଇସ୍ପାତ ଠାରୁ ଆରମ୍ଭ କରି ଆଇଟି କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ପ୍ରକଳ୍ପ ସାମିଲ ରହିଛି ବୋଲି ଶିଳ୍ପ ମନ୍ତ୍ରୀ ସୂଚନା ଦେଇଛନ୍ତି ।
📲Get App