🔥 TRENDING Karnataka declares 7 more taluks droug... બનાસકાંઠા: અંબાજી મંદિરમાં ચોથા નોરતે... रामलीला चंदे के पैसों को लेकर चली गोली... Uttar Pradesh 2026-27 Scholarship: Ren... Kerala HC Dismisses Teacher's Juvenile... 12-year-old girl's body found in Gopal...
14 Oct 2026•
ગુજરાતી मराठी ਪੰਜਾਬੀ বাংলা
ଆସନ୍ତାକାଲି ନେତା ବାଛିବେ ଛାତ୍ରଛାତ୍ରୀ, ଆଜି ‘ୱାଇ ଆଇ ଷ୍ଟାଣ୍ଡ୍ ଫର୍’
Education

ଆସନ୍ତାକାଲି ନେତା ବାଛିବେ ଛାତ୍ରଛାତ୍ରୀ, ଆଜି ‘ୱାଇ ଆଇ ଷ୍ଟାଣ୍ଡ୍ ଫର୍’

✍️ Reporter: Deepak Mahapatra 🗓 14 Oct 2026, 01:16 PM 👁 19
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାତି ପାହିଲେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ । ସେଥିପାଇଁ ଆଜି ଆଶାୟୀ ପ୍ରାର୍ଥୀ ମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ‘ୱାଇ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ’ରେ ନିଜର ଲକ୍ଷ୍ୟ ଓ ପ୍ରତିଶ୍ରୁତି ଉପରେ ବକ୍ତବ୍ୟ ରଖିବେ ।
ସେପଟେ ଗତକାଲି ପ୍ରଚାରର ଶେଷ ଦିନ ଥିଲା । ସମସ୍ତ କଲେଜ କ୍ୟାମ୍ପସରେ ଜୋରଦାର ପ୍ରଚାର କରାଯାଇଛି । ପ୍ରାର୍ଥୀମାନେ ହଷ୍ଟେଲରୁ ହଷ୍ଟେଲରୁ ବୁଲି ବୁଲି ଭୋଟ୍ ମାଗିଥିଲେ । କଲେଜରେ ବିକାଶ ମୂଳକ କାର୍ଯ୍ୟ କରିବା ସହିତ ପିଲାଙ୍କ ସମସ୍ୟାର ସମାଧାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
କିଛିଟା କଲେଜରେ ନିର୍ବାଚନ ପୂର୍ବରୁ ସାମାନ୍ୟ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷମାନେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଥିବା ମଧ୍ୟ ନଜିର ରହିଛି । ଅନ୍ୟ କିଛିଟା କଲେଜରେ କେହି ପ୍ରତିଦ୍ୱନ୍ଦୀ ନ ଥିବାରୁ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।
ଆସନ୍ତାକାଲି, ଅକ୍ଟୋବର ୧୫ ତାରିଖରେ କ୍ୟାମ୍ପସରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷକରି ଅଣଛାତ୍ରଙ୍କ ଅନୁପ୍ରବେଶ ଉପରେ କଡ଼ା ନଜର ରଖିଛି ପୋଲିସ । ନିର୍ବାଚନ ପରେ ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।
📲Get App