🔥 TRENDING ग्रामसभा सझौली में रामलीला के उपलक्ष्य... જામનગર: એરપોર્ટ રોડ પરથી 9 વર્ષના બાળક... बक्सर के आशा पड़री में मां दुर्गा के न... Heartfelt Brithday Wishes To Advocate... President Murmu Highlights Economic Re... टीकमगढ़ में सेवा संकल्प अभियान के तहत...
14 Oct 2026•
ગુજરાતી मराठी ਪੰਜਾਬੀ বাংলা
ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ
Education

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

✍️ Reporter: Deepak Mahapatra 🗓 14 Oct 2026, 01:04 PM 👁 11
Share: 💬 WhatsApp 📘 Facebook 𝕏 Post
ଛାତ୍ର ସଂସଦ ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବାକୁ ଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦିଆଯାଇଛି ହତ୍ୟା ଧମକ।
ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ ଦେଇଥିବା ଦୁର୍ବୃତ୍ତ ଅଭିଯୋଗ କରିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନରେ ସେ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଛନ୍ତି। ତେଣୁ ସେ ଛାତ୍ର ସଂସଦ ନିର୍ବାଚନରୁ ଦୂରେଇ ରହିବା ଉଚିତ୍। ନହେଲେ ତାଙ୍କୁ ହତ୍ୟା କରାଯିବ।
ଆଜି ସକାଳେ ମହାବିଦ୍ୟାଳୟର ଫାଟକରେ ଏକ ଧଳା ଗାମୁଛା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ସେଥିରେ କଳା ରଙ୍ଗରେ ଲେଖାଯାଇଥିଲା ଯେ- ପ୍ରିନ୍ସିପାଲ ଛାତ୍ର ନିର୍ବାଚନରେ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଛ। ଏଣୁ ତୁମେ ଛାତ୍ର ସଂସଦ ନିର୍ବାଚନରୁ ଦୂରେଇ ରୁହ ନହେଲେ ତୁମକୁ ହତ୍ୟା କରାଯିବ।
ଏନେଇ ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଧୀରେନ୍ଦ୍ର ନାୟକ କହିଛନ୍ତି ଯେ ନିୟମ ପ୍ରକାରେ ଆମ କଲେଜରେ ନିର୍ବାଚନ କରାଯାଉଛି। ଯେଉଁ ଅଭିଯୋଗ ତାଙ୍କ ନାଁରେ ଅଣାଯାଇଛି, ତାହା ଭିତ୍ତିହୀନ। ଏହାର କିଛି ସତ୍ୟତା ନାହିଁ।
ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ହ୍ୱାଇ ଆଇ ସାଣ୍ଡ ଷ୍ଟାଣ୍ଡ ଫର ମିଟିଂ ଅନୁଷ୍ଠିତ ହେଉଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ଶୋଭାଯାତ୍ରାରେ ଆସୁଥିବା ବେଳେ ABVP-BCJD ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି। ସଭାସ୍ଥଳରେ ଚେୟାର ଫିଙ୍ଗା ଫୋପଡ଼ା ଓ ଭଙ୍ଗାରୁଜା କରିଛନ୍ତି। କ୍ୟାମ୍ପସରେ ପହଞ୍ଚି ଡିସିପି ବୁଝାସୁଝା କରୁଛନ୍ତି।
📲Get App