🔥 ट्रेंडिंग केरल हाई कोर्ट ने शिक्षक के जे.जे. एक्... गोपालगंज के खानपुर अजमत गांव में 12 सा... भोपाल में थानाप्रभारी को आदिवासी अपमान... इंदौर विश्वविद्यालय देगा 2.30 लाख छात्... चेन्नई मेट्रो फेज-2 का पीएम मोदी और सी... आगरा पुलिस कमिश्नरेट में बड़ा फेरबदल:...
14 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ରଣକ୍ଷେତ୍ର ପାଲଟିଲା ବାଣୀ ବିହାର କ୍ୟାମ୍ପସ୍, ସଭାସ୍ଥଳରେ ଉଡ଼ିଲା ଚେୟାର
शिक्षा

ରଣକ୍ଷେତ୍ର ପାଲଟିଲା ବାଣୀ ବିହାର କ୍ୟାମ୍ପସ୍, ସଭାସ୍ଥଳରେ ଉଡ଼ିଲା ଚେୟାର

✍️ रिपोर्टर: Deepak Mahapatra 🗓 14 अक्टू. 2026, 01:15 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ଉତ୍କଳ ବିଶ୍ୱ ବିଦ୍ୟାଳୟ ପରିସର । ୱାଇ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ ପୂର୍ବରୁ ଦୁଇ ନିର୍ଦ୍ଦିଷ୍ଟ ଦଳ ଏବିଭିପି ଏବଂ ବିସିଜେଡ଼ି ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି । ବୈଠକ ହଲ ଭିତରେ ଚେୟାର ଭଙ୍ଗାରୁଜା ହୋଇଥିବାବେଳେ ହାତାହାତି ମଧ୍ୟ ହୋଇଛନ୍ତି ।
ଆସନ୍ତାକାଲି ନିର୍ବାଚନ ହେବାକୁ ଥିବାବେଳେ ଆଜି ୱାଇ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ ଅନୁଷ୍ଠିତ ହେଉଛି । ବାଣୀ ବିହାର ମଧ୍ୟ ବୈଠକ ଆୟୋଜିତ ହୋଇଥିଲା । ସମସ୍ତ ଦଳର ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହିତ ବିରାଟ ପଟୁଆରରେ ବୈଠକ ସ୍ଥଳରେ ପହଁଚିଥିଲେ । ଏହି ସମୟରେ ବିଜୁ ଛାତ୍ର ଜନତା ଦଳର ସମର୍ଥକମାନେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦଳ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଏବିଭିପି ସହିତ କିଛି ଅଣଛାତ୍ର ହଲ୍ ଭିତରକୁ ପ୍ରବେଶ କରିଥିବା ନେଇ ବିସିଜେଡ଼ି ଛାତ୍ରମାନେ ନାରାବାଜି କରିଥିଲେ ।
ଏହା ପରେ ଚାହୁଁ ଚାହୁଁ ସଭାସ୍ଥଳ ରଣ କ୍ଷେତ୍ରରେ ପରିଣତ ହୋଇଥିଲା । ଉଭୟ ପକ୍ଷର ସମର୍ଥକମାନେ ହୋହାଲ୍ଲା କରିବା ସହିତ ଚେୟାର ଫିଙ୍ଗିଥିଲେ । ଏମିତିକି ହାତାହାତି ପରିସ୍ଥିତି ମଧ୍ୟ ଉତ୍ପନ୍ନ ହୋଇଥିଲା । ପରେ ଉଭୟ ପକ୍ଷରୁ ସମର୍ଥକମାନେ ବାହାରକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି । ଏଥିରେ କିଛି ଛାତ୍ରଛାତ୍ରୀ ଆହତ ହୋଇଥିବା କୁହାଯାଉଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଭୁବନେଶ୍ୱର ଡିସିପି ଶ୍ରବଣା ଘଟଣାସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ତେବେ ହଠାତ୍ କାହିଁକି ଏପରି ସ୍ଥିତି ଉତ୍ପନ୍ନ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
📲Get App