🔥 ट्रेंडिंग ਕਈ ਸਕੂਲਾਂ, ਕਾਲਜਾਂ ਵਿਚ ਛੁੱਟੀ, ਪਰਵਿੰਦਰ ਝ... ભચાઉના કરમરિયા ગામે તળાવમાં ફસાયેલી વા... फारबिसगंज कॉलेज चौक पर अतिक्रमण: बाईपा... પત્નીએ 'ટીબી'નું બહાનું કાઢી પ્રેમી સા... श्रीकांत पाल रायपुर को भाजपा पिछड़ा वर... पूर्व मंत्री के ओएसडी को इंदौर-भोपाल ट...
14 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ବର୍ଷର ନିରବଚ୍ଛିନ୍ନ ଜନସେବା ପାଇଁ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ
राजनीति

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ବର୍ଷର ନିରବଚ୍ଛିନ୍ନ ଜନସେବା ପାଇଁ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ

✍️ रिपोर्टर: Deepak Mahapatra 🗓 14 अक्टू. 2026, 01:05 PM 👁 14
शेयर करें: 💬 WhatsApp 📘 Facebook 𝕏 Post
କଟକ ମହାନଦୀ ରିଭରଫ୍ରଣ୍ଟ ସମନ୍ୱିତ ବିକାଶ ପ୍ରକଳ୍ପ ବାବଦ ୧୩୩ କୋଟି ୭୧ ଲକ୍ଷ ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ଲ୍ୟାଣ୍ଡସ୍କେପିଂ, କଟକ ହାଟ, ଆଙ୍କର ପାଭିଲିୟନ, ମୁକ୍ତାକାଶ ରଙ୍ଗମଂଚ, ପାଦଚଲା ପଥ,ପରିବେଶ ଅନୁକୂଳ ସୁବିଧାସୁଯୋଗର ବିକାଶ କରାଯିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ୨୫ବର୍ଷର ସେବା, ସମର୍ପଣ ଓ ସଂକଳ୍ପକୁ ସମ୍ମାନ ଜଣାଇ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏକ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ 'ଇଣ୍ଡିଆ ଫାଷ୍ଟ' ନୀତି, ଅନ୍ତ୍ୟୋଦୟ ଭାବନା ଓ ବିକଶିତ ଭାରତର ପରିକଳ୍ପନା ସହିତ ତାଳ ମିଳାଇ ଓଡ଼ିଶା ସରକାର 'ଭିଜନ ୨୦୩୬' ଓ 'ଭିଜନ ୨୦୪୭'କୁ ସାକାର କରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୧ଟି ବିଭାଗର ମୋଟ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ ବର୍ଷଗୁଡ଼ିକରେ ସମଗ୍ର ଦେଶ ସହିତ ଓଡ଼ିଶାର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। ରେଳବାଇ କ୍ଷେତ୍ରରେ ୨୨୩୬ କିମି ନୂଆ ରେଳପଥ ନିର୍ମାଣ, ଶତପ୍ରତିଶତ ବିଦ୍ୟୁତକରଣ, ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ କାର୍ଯ୍ୟ ସମାପ୍ତ ହେବା ସହ ୬ଟି ବନ୍ଦେ ଭାରତ ଟ୍ରେନ୍ ଓ ୫୯ଟି ଅମୃତ ଭାରତ ଷ୍ଟେସନର ପୁନର୍ବିକାଶ ଅନ୍ତର୍ଭୁକ୍ତ। ଏହାସହିତ କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ଼, ଗ୍ରୀନଫିଲ୍ଡ ଓଡ଼ିଶା ଉପକୂଳ ରାଜପଥ, ଝାରସୁଗୁଡ଼ା ଓ ରାଉରକେଲା ବିମାନବନ୍ଦରର ଉନ୍ନତିକରଣ, ବାହୁଦା ମୁହାଣ ବନ୍ଦର ଓ କେନ୍ଦ୍ରାପଡ଼ାରେ ଜାହାଜ ନିର୍ମାଣ କ୍ଲଷ୍ଟର ପାଇଁ ବ୍ୟାପକ ନିବେଶ ମଞ୍ଜୁର କରାଯାଇଛି। ଉଚ୍ଚଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଆଇଜର ବ୍ରହ୍ମପୁର, ଆଇଆଇଏମ୍ ସମ୍ବଲପୁର, ତାଳଚେର କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ, ଭୁବନେଶ୍ୱରରେ ଆରବିଆଇର ଗ୍ରୀନ୍ ଡାଟା ସେଣ୍ଟର ତଥା ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ନିବେଶ ମାଧ୍ୟମରେ ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରାଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।
ସେହିପରି ରାଜ୍ୟ କ୍ୟାବିନେଟରେ ପାରିତ ହୋଇଥିବା ଅନ୍ୟ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ, କଟକ ମହାନଦୀ ରିଭରଫ୍ରଣ୍ଟ ସମନ୍ୱିତ ବିକାଶ ପ୍ରକଳ୍ପ ବାବଦ ୧୩୩ କୋଟି ୭୧ ଲକ୍ଷ ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ରିଭରଫ୍ରଣ୍ଟ ପ୍ରୋମେନାଡ୍‌, ଲ୍ୟାଣ୍ଡସ୍କେପିଂ, କଟକ ହାଟ, ଆଙ୍କର ପାଭିଲିୟନ, ମୁକ୍ତାକାଶ ରଙ୍ଗମଂଚ, ଜଳାଶୟଗୁଡ଼ିକର ପୁନରୁଦ୍ଧାର, ପାଦଚଲା ପଥ ଏବଂ ପରିବେଶ ଅନୁକୂଳ ସୁବିଧାସୁଯୋଗର ବିକାଶ କରାଯିବ। ଏହାର ନିର୍ମାଣ କାର୍ଯ୍ୟ ୨୦୨୬ ନଭେମ୍ବରରୁ ଆରମ୍ଭ ହୋଇ ୨୦୨୮ ନଭେମ୍ବରସୁଦ୍ଧା ସମାପ୍ତ ହେବ ଓ ଏହାପରେ ୫ବର୍ଷ ପର୍ଯ୍ୟନ୍ତ ସମ୍ପୃକ୍ତ ସଂସ୍ଥା ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବେ।
ସେହିପରି ସହରାଂଚଳରେ ଜଳବନ୍ଦୀ ସମସ୍ୟା ଦୂର କରିବା ଓ ବନ୍ୟା ନିୟନ୍ତ୍ରଣ ପାଇଁ 'ସହରାଂଚଳ ବର୍ଷା ଜଳ ନିଷ୍କାସନ ପରିଚାଳନା ଓ ଉନ୍ନୟନ କାର୍ଯ୍ୟକ୍ରମ' କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ନିଜସ୍ୱ ପାଣ୍ଠିରୁ ୫୦୦ କୋଟି ଟଙ୍କା ବ୍ୟୟରେ ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ପାଂଚ ବର୍ଷ ଧରି ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବେ। ଏହା ଅଧୀନରେ ପୌରାଂଚଳ ଓ ନିର୍ଦ୍ଦିଷ୍ଟ ବ୍ଲକ ମୁଖ୍ୟାଳୟଗୁଡ଼ିକରେ ଡ୍ରେନେଜ୍ ବ୍ୟବସ୍ଥାରୁ ପଙ୍କ ଉଦ୍ଧାର, ଆରସିସି ଡ୍ରେନ୍ ନିର୍ମାଣ, ନାଳ ଘୋଡ଼ାଇବା ଓ ପ୍ରାକୃତିକ ଜଳାଶୟ ସହ ସଂଯୋଗୀକରଣ କରାଯାଇ ଭୂତଳ ଜଳ ପୁନଃଭରଣ ଓ ପରିବେଶ ସୁରକ୍ଷା ସୁନିଶ୍ଚିତ କରାଯିବ।
ଉପକୂଳ ତଥା ମତ୍ସ୍ୟ କ୍ଷେତ୍ରର ଉନ୍ନତି ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗର ନୂଆଗଡ଼ଠାରେ ୧୩୩ କୋଟି ୮୧ ଲକ୍ଷ ଟଙ୍କା ବ୍ୟୟରେ ଦ୍ୱିତୀୟ ପର୍ଯ୍ୟାୟ ମତ୍ସ୍ୟ ବନ୍ଦର ନିର୍ମାଣ ପାଇଁ ଆର୍ଥକ ବିଡ୍ ଅନୁମୋଦିତ ହୋଇଛି। ଆଇଆଇଟି ମାଡ୍ରାସର ବୈଷୟିକ ତତ୍ୱାବଧାନରେ ଏହି କାର୍ଯ୍ୟ ୨୪ ମାସ ମଧ୍ୟରେ ଶେଷ ହେବାକୁ ଧାର୍ଯ୍ୟ କରାଯାଇଛି। ଏହି ବନ୍ଦର ଦ୍ୱାରା ୧୯୬୦ଟି ଯନ୍ତ୍ରଚାଳିତ ବୋଟ୍ ପାଇଁ ଅବତରଣ ସୁବିଧା ମିଳିବ, ବାର୍ଷିକ ପ୍ରାୟ ୫୫୮୭୬ ମେଟ୍ରିକ ଟନ୍ ମାଛ ପରିଚାଳନା ସମ୍ଭବ ହେବ ଓ ପ୍ରାୟ ୩୫ହଜାର ମତ୍ସ୍ୟଜୀବୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେବେ।
ଏହା ସହିତ ଉତ୍ପାଦନ ପରବର୍ତ୍ତୀ କ୍ଷତି ୨୦%ରୁ ୭% କୁ ହ୍ରାସ ପାଇବା ସହ ସାମୁଦ୍ରିକ ସୁରକ୍ଷା ମଧ୍ୟ ସୁଦୃଢ଼ ହେବ। ୨୦୪୭ ମସିହା ସୁଦ୍ଧା ମାଛ ଉତ୍ପାଦନ ୧୨.୭ ଲକ୍ଷ ମେଟ୍ରିକ ଟନରୁ ୫୧ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିବା ତଥା ରପ୍ତାନିକୁ ୩୫ହଜାର କୋଟି ଟଙ୍କାରେ ପହଂଚାଇବା ଲକ୍ଷ୍ୟ ରଖାଯାଇଛି।
ସେହିପରି 'ଓଡ଼ିଶା ଅଧସ୍ତନ ମତ୍ସ୍ୟ ସେବା କ୍ୟାଡର' ର ପୁନର୍ଗଠନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହି ପୁନର୍ଗଠନ ଅନୁଯାୟୀ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୪୪୫ ରୁ ୭୭୪କୁ ବୃଦ୍ଧି ପାଇଛି, ଯେଉଁଥିରେ ୩୨୯ଟି ନୂତନ ପଦବୀ ସୃଷ୍ଟି ହୋଇଛି।
📲Get App