🔥 ट्रेंडिंग કારંજ પોલીસ દ્વારા ઢાલગરવાડમાં કાકા-ભત... झेंझी फार्मास्युटिकलमधील कामगारांचे न्... MD ડ્રગ્સ 41 લાખની કિંમતનું કબ્જો, મધ્... BBMP Faces 15-Day Deadline to Repair B... पूर्व मणिपुर मुख्यमंत्री बिरेन सिंह का... कोफ़ी विद करन सीज़न 9 का प्रीमियर 14 अ...
13 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ୱେବ ଚ୍ୟାନେଲ ସମ୍ପାଦକ ସୁଧାଂଶୁ ରାଉତଙ୍କୁ ଗିରଫ କଲା ପୋଲିସ୍

✍️ रिपोर्टर: Deepak Mahapatra 🗓 13 अक्टू. 2026, 01:31 PM 👁 16
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ୱେବ ଚ୍ୟାନେଲ ଫୋକସ ପ୍ଲସ' ର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ପୁଣି ଗିରଫ କରାଯାଇଛି । ଆଜି (୧୨ ଅକ୍ଟୋବର) ଓଡ଼ିଶା ପୋଲିସ ତାଙ୍କୁ ହତ୍ୟା ଉଦ୍ୟମ ଏବଂ ଭୟଭୀତ ପ୍ରଦର୍ଶନ କରିବା ଅଭିଯୋଗରେ ଖଣ୍ଡଗିରି ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି ।
ଏହା ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ମାମଲା ରହିଛି। ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କୁ ଲାଞ୍ଚ ଯାଚିଥିବା ନେଇ ସୁଧାଂଶୁ ମିଛ ଖବର ପ୍ରସାରଣ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଓଡ଼ିଶା ତତାଙ୍କର ଅଗ୍ରିମ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ସେ ଏନେଇ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ। ସେଠାରେ ସେ ଆଶ୍ବସ୍ତ ହୋଇଥିଲେ ଏବଂ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା।
ପର୍ବରୁ ସୋସିଆଲ ମିଡିଆରେ ଅଶ୍ଳୀଳ ତଥା ମିଛ ଖବର ପ୍ରସାରଣ ଏବଂ ଆଥଲେଟ୍ ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ବ୍ଲାକମେଲିଂ ମାମଲାରେ ମଧ୍ୟ ସେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ ।
ତେବେ ଆଜି ହୋଇଥିବା ଗିରଫଦାରୀକୁ ନେଇ ପୋଲିସ୍ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।
📲Get App