🔥 TRENDING આણંદમાં LCB પોલીસએ 720 બિયર ટીન ધરાવતા... राजस्थान में 14‑15 अक्टूबर को पश्चिमी... Nagaland State Lottery Draws Scheduled... BJP Women MPs to Petition President Mu... 13 Arrested in Manipur for Alleged Chi... Manipur Police Arrest Two PREPAK Cadre...
13 Oct 2026•
ગુજરાતી मराठी ਪੰਜਾਬੀ বাংলা
Politics

ଜୁଏଲ ଓରାମଙ୍କ ନୂଆ ଅବତାର: ଏବେ ମଞ୍ଚରେ ଦେଖାଇବେ ଅଭିନୟ ଯାଦୁ, ଲାଲକିଲ୍ଲା ରାମଲୀଳାରେ ସାଜିବେ 'ନିଷାଦ ରାଜ'

✍️ Reporter: Deepak Mahapatra 🗓 13 Oct 2026, 01:28 PM 👁 11
Watch on: 📘 Facebook
Share: 💬 WhatsApp 📘 Facebook 𝕏 Post
ରାଜନୀତି ମଞ୍ଚରେ ଲୋକଙ୍କ ସେବା କରିବା ପରେ ଏବେ ନାଟକ ମଞ୍ଚରେ ନିଜର ଅଭିନୟ କଳା ଦେଖାଇବାକୁ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଦିଲ୍ଲୀର ସୁପ୍ରସିଦ୍ଧ 'ଲବ-କୁଶ ରାମଲୀଳା'ରେ ଜଣେ ଅଭିନେତା ଭାବେ ଅବତୀର୍ଣ୍ଣ ହେବେ ଏହି ବରିଷ୍ଠ ନେତା। ଏଥର ଲାଲକିଲ୍ଲା ମଇଦାନରେ ଆୟୋଜିତ ହେଉଥିବା ଭବ୍ୟ ରାମଲୀଳାରେ ସେ ଶବର ରାଜା ନିଷାଦଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ନିଜେ ସ୍ପଷ୍ଟ କରିଛନ୍ତି।
ଶାରଦୀୟ ନବରାତ୍ରି ଆଗମନ ସହ ରାଜଧାନୀ ଦିଲ୍ଲୀ ସମେତ ସାରା ଉତ୍ତର ଭାରତରେ ରାମଲୀଳାର ମାହୋଲ ଜମିବାରେ ଲାଗିଛି। ଲାଲକିଲ୍ଲା ଗ୍ରାଉଣ୍ଡରେ ଲବ-କୁଶ ରାମଲୀଳା କମିଟି ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲିଉଡର ଅନେକ ନାମୀଦାମୀ କଳାକାର ଭାଗ ନେଉଥିବା ବେଳେ ଏଥର କେନ୍ଦ୍ରମନ୍ତ୍ରୀଙ୍କ ପ୍ରବେଶ ଚର୍ଚ୍ଚାର ମୁଖ୍ୟ କାରଣ ପାଲଟିଛି।
କାହିଁକି ବାଛିଲେ 'ନିଷାଦ ରାଜ' ଚରିତ୍ର ?
ନିଜେ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ଵ ସମ୍ଭାଳୁଥିବାରୁ, ରାମାୟଣର ଚରିତ୍ର ଶବର ରାଜା 'ନିଷାଦ ରାଜ'ଙ୍କ ପ୍ରତି ତାଙ୍କର ଆଗ୍ରହ ଅଧିକ ରହିଛି। ସେ କହିଛନ୍ତି ଯେ, ଶ୍ରୀରାମଙ୍କ ଅନନ୍ୟ ଭକ୍ତ ତଥା ଜନଜାତି ସମାଜର ପ୍ରତୀକ ସାଜିଥିବା ନିଷାଦ ରାଜଙ୍କ ଭୂମିକା ତାଙ୍କୁ ବେଶ୍ ପ୍ରଭାବିତ କରିଛି। ଏହି ବିଶେଷ ସୁଯୋଗ ପ୍ରଦାନ କରିଥିବାରୁ ସେ ଆୟୋଜକ କମିଟିକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
୧୪ ଅକ୍ଟୋବରରେ ମଞ୍ଚସ୍ଥ ହେବ ଅଭିନୟ
ଲବ-କୁଶ ରାମଲୀଳା କମିଟିର ସଭାପତି ଅର୍ଜୁନ କୁମାରଙ୍କ ସୂଚନା ଅନୁଯାୟୀ, ଆସନ୍ତା ୧୪ ତାରିଖରେ ମନ୍ତ୍ରୀ ଜୁଏଲ ଓରାମଙ୍କର ଅଭିନୟ ମଞ୍ଚସ୍ଥ ହେବ। ଏଥିପାଇଁ ସେ ଦୁଇ ଦିନ ଧରି ନାଟକର ସ୍ଵଶେଷ ରିହର୍ସଲ ବା ଅଭ୍ୟାସ କରିବେ। ପ୍ରଭୁ ଶ୍ରୀରାମଙ୍କ ବନବାସ ସମୟରେ ନିଷାଦ ରାଜଙ୍କ ସହ ତାଙ୍କର ସାକ୍ଷାତ ଓ ଭକ୍ତିର ଏହି ଅଧ୍ୟାୟକୁ ନେଇ ସେ ବେଶ ଉତ୍ସାହିତ ଅଛନ୍ତି। ନେତାରୁ ଅଭିନେତା ରୂପେ ଜୁଏଲଙ୍କ ଏହି ନୂଆ ଆବତାରକୁ ଦେଖିବା ପାଇଁ ଏବେ ଦର୍ଶକଙ୍କ ମଧ୍ୟରେ କୌତୂହଳ ବୃଦ୍ଧି ପାଇଛି।
📲Get App