🔥 TRENDING જામનગરમાં બાયોમેડિકલ વેસ્ટ જાહેરમાં ફે... Police Disperse Vendors After Garbage... जमशेदपुर में 17-18 अक्टूबर को होगा गरब... Fire Breaks Out in Waste Dump at Shahi... Around 500 Haryana Congress Workers Pr... Body of Unknown Youth Found on Canal T...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ ପରେ ନିର୍ବାଚନ ବାତିଲ୍
Education

ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ ପରେ ନିର୍ବାଚନ ବାତିଲ୍

✍️ Reporter: Deepak Mahapatra 🗓 12 Oct 2026, 12:04 PM 👁 13
Share: 💬 WhatsApp 📘 Facebook 𝕏 Post
ଅଧ୍ୟକ୍ଷଙ୍କୁ ହତ୍ୟା ଧମକ ପରେ ବାତିଲ ହେଲା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁସ୍ଥିତ ଜମ୍ବେଶ୍ୱର ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ।
ଗତକାଲି ନାମାଙ୍କନ ଦାଖଲ ପରେ ରାତିରେ କଲେଜରେ ଗଣ୍ଡଗୋଳ ହୋଇଥିଲା। ଏହାପରେ କଲେଜ ଅଧ୍ୟକ୍ଷଙ୍କୁ ଧମକଚମକ ଦିଆଯାଇଥିଲା । ଏମିତିକି ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହା ପରେ ଆଜି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି ।
ସେହିପରି ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯିବା ପରେ ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜରେ ସାଇଏ-ଏ-ଡାଏ ଘୋଷଣା କରାଯାଇଛି । ଅର୍ଥାତ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜକୁ ବନ୍ଦ କରାଯାଇଛି । ରାଜନୈତିକ ଅଶାନ୍ତି ଓ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଛି । ଆଜି ଅପରାହ୍ନ ୫ଟା ସୁଦ୍ଧା ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯୋଗ୍ୟ ପ୍ରାର୍ଥୀ ନ ଥିବାରୁ ଏହି କଲେଜରେ ନିର୍ବାଚନକୁ ବାତିଲ କରାଯାଇଥିଲା ।
📲Get App