🔥 TRENDING Breakingnews: गोरखपुर से ₹493 करोड़... एटा: मंडी समिति के पास ट्रैक्टर से गिर... गुलगंज पुलिस ने 3 साल पुराने चोरी के म... Bihar: Thieves loot over ₹60 lakh from... 23 साल बाद भिक्षा मांगने लौटे संन्यासी... Two Killed in Buxar‑Patna Four‑Lane Cr...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ନଦୀରେ ବୁଡ଼ି ଦୁଇ ଭାଇ ମୃତ, ଜଣେ ଗୁରୁତର

✍️ Reporter: Deepak Mahapatra 🗓 12 Oct 2026, 11:58 AM 👁 19
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ବଡ଼ ଅଘଟଣ। ଭାସିଯାଇ ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନାବାଳକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ସିଲିସୁଆଁ ନିକଟସ୍ଥ ଅରଡ଼େଇ ନଦୀରେ ଘଟିଛି ଏହି ଘଟଣା। ମୃତକ ଦୁଇ ଭାଇ ହେଲେ୧୪ ବର୍ଷୀୟ ଅହମଦ ଅନସାରୀ ଓ ୧୩ ବର୍ଷୀୟ ସାଦ୍ ଅନସାରୀ।
ଝୁମ୍ପୁରା ଥାନା ଅର୍ଶଳା ମୁସଲିମ ବସ୍ତିର ମହମ୍ମଦ ମହିବୁର ରହମାନଙ୍କ ଦୁଇ ପୁଅ ଅହମଦ ଅନସାରୀ, ସାଦ୍ ଅନସାରୀ ଏବଂ ସେମାନଙ୍କ ପଡ଼ୋଶୀ ଏମ୍.ଡି. ମଜୁମ୍‌ଙ୍କ ୧୩ ବର୍ଷୀୟ ପୁଅ ମୁସ୍ତଫା ଗାଧୋଇବା ପାଇଁ ସାଙ୍ଗ ହୋଇ ସିଲିସୁଆଁ ନିକଟସ୍ଥ ଅରଡ଼େଇ ନଦୀକୁ ଯାଇଥିଲେ। ଗାଧୋଉଥିବା ସମୟରେ ଅସାବଧାନତାବଶତଃ ୩ ଜଣ ଯାକ ନଦୀରେ ଭାସି ଯାଇଥିଲେ।
ଏହା ଦେଖି ସ୍ଥାନୀୟ କିଛି ଲୋକେ ତୁରନ୍ତ ନଦୀ ଭିତରକୁ ଡେଇଁ ୨ ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ସାଦ୍‌ ଅନସାରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ମୁସ୍ତଫାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।
ଅନ୍ୟପକ୍ଷରେ ଅହମଦ ଅନସାରୀଙ୍କ ପତ୍ତା ମିଳି ନଥିଲା। ଝୁମ୍ପୁରା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ୬ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ଅଗ୍ନିଶମ ବାହିନୀ ନଦୀରୁ ନିଖୋଜ ଅହମଦଙ୍କ ମୃତଦେହ ଉଦ୍ଧାର କରିଥିଲା। ଏକା ସାଙ୍ଗରେ ଦୁଇ ନାବାଳକ ପୁଅଙ୍କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅର୍ଶଳା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
📲Get App