🔥 TRENDING ધાનપુર તાલુકામાં વિકાસકાર્યોમાં કથિત ભ... सांसद डॉ.महेश शर्मा जी व विधायक पंकज स... ଅନୁଦାନ ନୀତି ଘୋଷଣାରେ ବିଳମ୍ବ: ଭୁବନେଶ୍ୱର... जालौन पुलिस को मिला प्रशिक्षित ट्रेकर... गुरुग्राम के शीतला माता मंदिर में उमड़... साहेबगंज #राजेपुर चौक के पास बिजली के...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
ୟୁକେ ମହାବୀର କଲେଜରେ ସାଇନ୍‌ ଏ ଡାଏ ଘୋଷଣା
Education

ୟୁକେ ମହାବୀର କଲେଜରେ ସାଇନ୍‌ ଏ ଡାଏ ଘୋଷଣା

✍️ Reporter: Deepak Mahapatra 🗓 12 Oct 2026, 11:52 AM 👁 13
Share: 💬 WhatsApp 📘 Facebook 𝕏 Post
କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ୟୁକେ ମହାବୀର କଲେଜରେ ନିର୍ବାଚନ ବାତିଲ । ପରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ ଅଧ୍ୟକ୍ଷ ସାଇନ୍‌ ଏ ଡାଏ ଘୋଷଣା କରିଛନ୍ତି ।
ଗତକାଲି ଛାତ୍ର ସଂସଦ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ବିଜୁ ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀ ଦୀପଙ୍କର ରାଉତଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ବିବାଦ ଦେଖାଦେଇଥିଲା । ବିସିଜେଡି ସମର୍ଥୀତ ଛାତ୍ରଛାତ୍ରୀମାନେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଏହାପରେ ଦୀପଙ୍କର ଅସୁସ୍ଥ ଅବସ୍ଥାରେ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସା ହେଉଥିବା ସମୟରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।
ପରେ ରାଜନଗର ବିଧାୟକ ଧୃବ ସାହୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ଦୀପଙ୍କରଙ୍କ ସୁରକ୍ଷା ଦାବିକରି ସମର୍ଥକମାନଙ୍କ ସହିତ ଧାରଣାରେ ବସିଥିଲେ । ଫଳରେ ଛାତ୍ର ଅଶାନ୍ତିକୁ ନଜରରେ ରଖି କଲେଜ ଅଧ୍ୟକ୍ଷ ନିର୍ବାଚନ ବାତିଲ ସହିତ କଲେଜକୁ ସାଇନ୍ ଡାଏ ଘୋଷଣା କରିଛନ୍ତି ।
📲Get App