🔥 TRENDING Mangalore officials to draft checklist... Karnataka CM DK Shivakumar says Congre... Rajasthan BJP Announces First-Phase Pa... NDTV Provides Live Updates on Devegane... જામનગરમાં જિયો-બીપીના પેટ્રોલ-ડીઝલના ભ... Delhi Court Allows Google, WhatsApp, B...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
ମହଙ୍ଗା ପଡ଼ିଲା ରିଲ୍ସ ନିଶା; ଟ୍ରେନ ଟ୍ରାକରୁ ମିଳିଳା ନାବାଳକର ମୃତଦେହ
Local

ମହଙ୍ଗା ପଡ଼ିଲା ରିଲ୍ସ ନିଶା; ଟ୍ରେନ ଟ୍ରାକରୁ ମିଳିଳା ନାବାଳକର ମୃତଦେହ

✍️ Reporter: Deepak Mahapatra 🗓 12 Oct 2026, 12:12 PM 👁 7
Share: 💬 WhatsApp 📘 Facebook 𝕏 Post
ବୌଦ୍ଧ ବାଉଁଶୁଣି ତାଲୁପାଳି ରେଳ ଧାରଣାରେ ରିଲ୍ସ କରିବା ହେଲା କାଳ। ଅକାଳରେ ଝଡ଼ିଗଲା ନାବାଳିକର ଜୀବନ। ରେଳ ଧାରଣାରେ ଶୋଇଥିବା ବେଳେ ଟ୍ରେନ୍ ଧକ୍କାରେ ଜଣେ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଳକ ଜଣକ ହେଉଛନ୍ତି ତାଲୁପାଳି ଗାଁର ରିଙ୍କୁ ମାହାନନ୍ଦିଆ । ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ରିଙ୍କୁ ପୂର୍ବରୁ ରେଳ ଧାରଣା ଉପରେ ଶୋଇ ଷ୍ଟଣ୍ଟ କରୁଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏହାପରେ ବଲାଙ୍ଗୀର ରେଳବାଇ ପୁଲିସ ଓ ବାଉଁଶୁଣୀ ପୁଲିସର ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର କାର୍ଯ୍ୟାଳୟକୁ ନିଆଯାଇଥିଲା। ଏନେଇ ମାମଲା ରୁଜୁ ହେବା ସହ ଭବିଷ୍ୟତରେ ଏଭଳି ବିପଜ୍ଜନକ କାର୍ଯ୍ୟ ନକରିବା ପାଇଁ ବାପାମାଆଙ୍କ ଉପସ୍ଥିତିରେ ଲିଖିତ ଅଙ୍ଗୀକାରନାମା ନିଆଯାଇ ତାଙ୍କୁ ଛାଡ଼ି ଦିଆଯାଇଥିଲା।
ପୁଣିଥରେ ରେଳ ଧାରଣା ଉପରେ ଷ୍ଟଣ୍ଟ ଶୋଇବାକୁ ଯାଇ ଜୀବନ ହାରିଛନ୍ତି ରିଙ୍କୁ। ଗତ କାଲି ସନ୍ଧ୍ୟା ସମୟରେ ବଲାଙ୍ଗୀର ପୁରୁଣାକଟକ ପାସେଞ୍ଜର ଟ୍ରେନ ଆସୁଥିବା ଟ୍ରେନ୍ ତଳେ ଶୋଇଥିବାବେଳେ ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ବାଉଁଶୁଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ରେଳ ଧାରଣାରେ ଏଭଳି ବିପଜ୍ଜନକ ଷ୍ଟଣ୍ଟ କରିବା କେତେ ଭୟଙ୍କର ହୋଇପାରେ, ଏହି ଘଟଣା ଉଦାହରଣ ପାଲଟିଛି।
📲Get App