🔥 ट्रेंडिंग જામનગરમાં બાયોમેડિકલ વેસ્ટ જાહેરમાં ફે... शाही माजरा में कूड़े की आग, पुलिस ने म... जमशेदपुर में 17-18 अक्टूबर को होगा गरब... मोहाली के शाही माजरा में कूड़े की आग स... इंडिया गठबंधन मार्च में हरियाणा के 500... बिहार के गोपालगंज में नहर की पटरी पर अ...
12 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ପାର୍ବଣ ପୂର୍ବରୁ ପୋଲିସକୁ ବଡ଼ ସଫଳତା: ମୟୂରଭଞ୍ଜରେ ପଣ୍ଡ ହେଲା ଡକାୟତି ଯୋଜନା, ମାରଣାସ୍ତ୍ର ସହ ୮ ଗିରଫ
अपराध

ପାର୍ବଣ ପୂର୍ବରୁ ପୋଲିସକୁ ବଡ଼ ସଫଳତା: ମୟୂରଭଞ୍ଜରେ ପଣ୍ଡ ହେଲା ଡକାୟତି ଯୋଜନା, ମାରଣାସ୍ତ୍ର ସହ ୮ ଗିରଫ

✍️ रिपोर्टर: Deepak Mahapatra 🗓 12 अक्टू. 2026, 12:20 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ରାଇରଙ୍ଗପୁର: ପାର୍ବଣ ଋତୁରେ ପୂଜା ପୂର୍ବରୁ ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାରେ ବଡ଼ ଧରଣର ଡକାୟତି ପାଇଁ ଚାଲିଥିବା ଯୋଜନାକୁ ପଣ୍ଡ କରିବାରେ ବହଳଦା ପୋଲିସ ସଫଳ ହୋଇଛି। ଝାଡ଼ଖଣ୍ଡ ଓ ମୟୂରଭଞ୍ଜ ସୀମାନ୍ତ ଅଞ୍ଚଳରୁ ଦୁଇଟି ପୃଥକ ପୃଥକ ଡକାୟତି ଗ୍ୟାଙ୍ଗର ମୋଟ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଖଣ୍ଡା, ମାରଣାସ୍ତ୍ର ଏବଂ ଚାରିଚକିଆ ଯାନ ଜବତ କରାଯାଇଛି।
ପାର୍ବଣ ପାଇଁ କଡ଼ା ପେଟ୍ରୋଲିଂ, ପଣ୍ଡ ହେଲା ବଡ଼ ଷଡ଼ଯନ୍ତ୍ର
ପାର୍ବଣ ସମୟରେ ଅସାମାଜିକ କାର୍ଯ୍ୟକଳାପ ଓ ଅପରାଧ ନିୟନ୍ତ୍ରଣ ପାଇଁ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁରେଶ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଥିଲା। ଶନିବାର ବିଳମ୍ବିତ ରାତିରେ ବହଳଦା ଓ ଗମ୍ଭାରିଆ ଅଞ୍ଚଳରେ ଡକାୟତି କରିବା ଉଦ୍ଦେଶ୍ୟରେ କେତେକ ଦୁର୍ବୃତ୍ତ ଗମ୍ଭାରିଆ ରାବଣ ପୋଡ଼ି ପଡ଼ିଆ ନିକଟ ନିଛାଟିଆ ଜାଗାରେ ଏକତ୍ରିତ ହୋଇ ପ୍ରସ୍ତୁତି ଚଳାଇଥିଲେ।
ବିଶେଷ ସୂତ୍ରରୁ ଖବର ପାଇ ବହଳଦା ଥାନା ଅଧିକାରୀ ଭାସ୍କର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଘଟଣାସ୍ଥଳରୁ ୭ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା। ସେହିପରି ଅନ୍ୟ ଏକ ସ୍ଥାନ ଖେଜୁରିତାଣ୍ଡି ନିକଟରୁ ଡକାୟତି ଯୋଜନା କରୁଥିବା ବେଳେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।
ଗିରଫ ଅଭିଯୁକ୍ତ ଓ ଜବତ ସାମଗ୍ରୀ
ପୋଲିସ ଦ୍ୱାରା ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତ ହେଲେ:
ରାଜା ବେହେରା (୧୯) - ଡୁମୁରିଆ, ଝାରପୋଖରିଆ
ଶେଖ ସଫରଉଦ୍ଦିନ (୨୪) - ବଡ଼ମକୂରାଡିହି, ରାଇରଙ୍ଗପୁର
ଶେଖ ଅଜମଲ (୩୨) - ବଡ଼ମକୂରାଡିହି, ରାଇରଙ୍ଗପୁର
ଜୟୀ ସିଟ୍ (୨୫) - କୁୱାଲି, ଇଷ୍ଟ ସିଂହଭୂମ (ଝାଡ଼ଖଣ୍ଡ)
ଜଗଜିତ ମହାନ୍ତ (୨୦) - ଦେଓଗାଁ, ବାଦାମପାହାଡ଼
ଶେଖ ରାଜାଉଦ୍ଦିନ (୨୩) - ବଡ଼ମକୂରାଡିହି, ରାଇରଙ୍ଗପୁର
ଏବଂ ଅନ୍ୟ ୨ ଜଣ ସହଯୋଗୀ।
ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଗୋଟିଏ ଚାରିଚକିଆ ଗାଡ଼ି, ୨ଟି ଖଣ୍ଡା, ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି।
ପୂର୍ବରୁ ରହିଛି ଏକାଧିକ ମାମଲା
ରାଇରଙ୍ଗପୁରଠାରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ବୀରେନ୍ଦ୍ର କୁମାର ସେନାପତି, ଥାନା ଅଧିକାରୀ ଭାସ୍କର ପ୍ରଧାନ ଓ ଅନ୍ୟ ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଗିରଫ ହୋଇଥିବା ଅଭିଯୁକ୍ତମାନେ ଅଭ୍ୟାସଗତ ଅପରାଧୀ। ସେମାନଙ୍କ ନାମରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଥାନାରେ ପୂର୍ବରୁ ଅନେକ ସଙ୍ଗୀନ ଅପରାଧିକ ମାମଲା ରହିଛି। ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତମାନେ ଡକାୟତି ଯୋଜନା କରିଥିବା ସ୍ୱୀକାର କରିଛନ୍ତି।
📲Get App