🔥 TRENDING Mangalore officials to draft checklist... Karnataka CM DK Shivakumar says Congre... Rajasthan BJP Announces First-Phase Pa... NDTV Provides Live Updates on Devegane... જામનગરમાં જિયો-બીપીના પેટ્રોલ-ડીઝલના ભ... Delhi Court Allows Google, WhatsApp, B...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ଅଭିଯୋଗ; ଛାତ୍ରଛାତ୍ରୀଙ୍କ ସହତି ଧାରଣାରେ ବସିଲେ ବିଧାୟକ
Education

ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ଅଭିଯୋଗ; ଛାତ୍ରଛାତ୍ରୀଙ୍କ ସହତି ଧାରଣାରେ ବସିଲେ ବିଧାୟକ

✍️ Reporter: Deepak Mahapatra 🗓 12 Oct 2026, 12:02 PM 👁 12
Share: 💬 WhatsApp 📘 Facebook 𝕏 Post
ସମ୍ବଲପୁର ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା । ନାମାଙ୍କନ ଦାଖଲ ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ଅଭିଯୋଗ ଆଣି ଧାରଣାରେ ବସିଲେ ଛାତ୍ରଛାତ୍ରୀ । ସେମାନଙ୍କ ସହ ସାମିଲ ହେଲେ ରେଙ୍ଗାଳି ବିଧାୟକ ସୁଦର୍ଶନ ହରିପାଲ ଏବଂ ପୂର୍ବତନ ବିଧାୟକ ରୋହିତ ପୂଜାରୀ। ଖବର ପାଇ ଧନୁପାଲି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।
ନିର୍ବାଚନ ପ୍ରକ୍ରିୟାକୁ ବାତିଲ କରି ପୁନର୍ବାର ନିର୍ବାଚନ କରାଇବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ । ସେମାନେ କହିଛନ୍ତି ଯେ, କଲେଜର ଇଲେକ୍ସନ ବଦଳରେ ସିଲେକ୍ସନ ଚାଲିଛି । ସିଲେକ୍ସନ କରି କଲେଜ କର୍ତ୍ତୃପକ୍ଷ ଏବିଭିପି ପ୍ରାର୍ଥୀଙ୍କୁ ବାଛୁଛନ୍ତି । ଆମେ ୪୪ ଜଣ ପ୍ରାର୍ଥୀ ଦେଇଥିଲୁ । କିନ୍ତୁ ସେମାନଙ୍କ ମଧ୍ୟରୁ ୩୯ ଜଣଙ୍କ ନାମାଙ୍କନ ନାକଚ ହୋଇ ଯାଇଥିବା ବେଳେ ୫ ଜଣଙ୍କର ପ୍ରାର୍ଥିପତ୍ର ବୈଧ ରହିଛି । ଏପରି ନକରି ଏକାଥରେ ଇଲେକ୍ସନକୁ ବନ୍ଦ କରି ଦିଅନ୍ତୁ । କଲେଜରେ ନୋମିନେଶନର ସମୟ ୯ଟାରୁ ୧୨ ଟା ପର୍ଯ୍ୟନ୍ତ ରହିଥିଲା । ହେଲେ ଏବିଭିପି ପିଲାମାନେ ୧୨ଟା ପରେ ନୋମିନେଶନ ଫାଇଲ କରିଥିଲେ । ସେମାନଙ୍କୁ ଏପରି କରିବାକୁ କିଏ ଅନୁମତି ଦେଲା । ଏପରି ଅନିୟମିତତା ପାଇଁ ଆମେ ଚାହୁଁଛୁ କଲେଜରେ ନିର୍ବାଚନ ବାତିଲ ହେଉ ।
ଏ ନେଇ କଲେଜ ଅଧ୍ୟକ୍ଷ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ । ମୋଟ ୪୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୯ ଜଣଙ୍କର ନାକଚ ହୋଇଯାଇଛି । ୫ ଟି ପ୍ରାର୍ଥିପତ୍ର ବୈଧ ରହିଛି ।
📲Get App