🔥 ट्रेंडिंग જામનગરમાં બાયોમેડિકલ વેસ્ટ જાહેરમાં ફે... शाही माजरा में कूड़े की आग, पुलिस ने म... जमशेदपुर में 17-18 अक्टूबर को होगा गरब... मोहाली के शाही माजरा में कूड़े की आग स... इंडिया गठबंधन मार्च में हरियाणा के 500... बिहार के गोपालगंज में नहर की पटरी पर अ...
12 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ନାଗ ସାପ ସହ ରିଲ୍ସ କରିବା ହେଲା କାଳ, ଗଲା ଜୀବନ
स्थानीय

ନାଗ ସାପ ସହ ରିଲ୍ସ କରିବା ହେଲା କାଳ, ଗଲା ଜୀବନ

✍️ रिपोर्टर: Deepak Mahapatra 🗓 12 अक्टू. 2026, 12:05 PM 👁 16
शेयर करें: 💬 WhatsApp 📘 Facebook 𝕏 Post
ସାପ ସହ ରିଲ୍ସ କରିବା ପଡ଼ିଲା ମହଙ୍ଗା। ସାପ ଚୋଟରେ ଚାଲିଗଲା ଜୀବନ । ଘଟଣା ଘଟିଛି ପୁରୀ ସଦର ଥାନା କଣ୍ଠପୁର ଗ୍ରାମରେ । ମୃତକ ଜଣଙ୍କ ହେଲେ ତପନ କୁମାର ପ୍ରଧାନ।
ପୂର୍ବରୁ ତପନ ବିଷାକ୍ତ ସାପକୁ ବିଭିନ୍ନ ସମୟରେ ଧରିବା ସହ ତାକୁ ସହଜରେ କାବୁ ମଧ୍ୟ କରିଆସୁଥିଲେ । ଯାହା ଘରେ ସାପ ପଶୁଥିଲା ତପନ ସେଠାରେ ପହଞ୍ଚି ସାପକୁ ଧରୁଥିଲେ । ଶୁକ୍ରବାର ଅପରାହ୍ନରେ ତପନ ନିଜ ଘର ବାରଣ୍ଡାରେ ଏକ ନାଗ ସାପକୁ ଧରି ରିଲ୍ସ କରୁଥିଲେ। ସେହି ସମୟରେ ତପନଙ୍କ ହାତକୁ ସାପଟି ଚୋଟ ମାରିଥିଲା। ଏହା ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ତପନ ତାଙ୍କ ଜୀବନରେ ଅନେକ ସାପ ଧରିଥିବା ପରିବାର ଲୋକେ କହିଛନ୍ତି। ସେହିପରି ତପନ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ମଧ୍ୟ ସାପ ସହିତ ଅନେକ ରିଲ୍ସ କରି ଭିଡିଓ ଅପଲୋଡ଼ କରିଥିବା ଦେଖିବାକୁ ମିଳିଛି।
ସେହିପରି ବୌଦ୍ଧ ଜିଲ୍ଲା ବାଉଁଶୁଣି ତାଲୁପାଳି ରେଳ ଧାରଣାରେ ରିଲ୍ସ କରିବା ବେଳେ ଅକାଳରେ ଝଡ଼ିଗଲା ଜଣେ ନାବାଳିକଙ୍କର ଜୀବନ । ତାଙ୍କ ନାମ ରିଙ୍କୁ ମାହାନନ୍ଦିଆ । ତାଙ୍କୁ ୧୪ ବର୍ଷ ହୋଇଥିଲା । ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ରିଙ୍କୁ ପୂର୍ବରୁ ରେଳ ଧାରଣା ଉପରେ ଶୋଇ ଷ୍ଟଣ୍ଟ କରୁଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏହାପରେ ବଲାଙ୍ଗୀର ରେଳବାଇ ପୁଲିସ ଓ ବାଉଁଶୁଣୀ ପୁଲିସର ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର କାର୍ଯ୍ୟାଳୟକୁ ନିଆଯାଇଥିଲା। ଏନେଇ ମାମଲା ରୁଜୁ ହେବା ସହ ଭବିଷ୍ୟତରେ ଏଭଳି ବିପଜ୍ଜନକ କାର୍ଯ୍ୟ ନକରିବା ପାଇଁ ବାପାମାଆଙ୍କ ଉପସ୍ଥିତିରେ ଲିଖିତ ଅଙ୍ଗୀକାରନାମା ନିଆଯାଇ ତାଙ୍କୁ ଛାଡ଼ି ଦିଆଯାଇଥିଲା।
ପୁଣିଥରେ ରେଳ ଧାରଣା ଉପରେ ଷ୍ଟଣ୍ଟ ଶୋଇବାକୁ ଯାଇ ଜୀବନ ହାରିଛନ୍ତି ରିଙ୍କୁ। ଗତ କାଲି ସନ୍ଧ୍ୟା ସମୟରେ ବଲାଙ୍ଗୀର ପୁରୁଣାକଟକ ପାସେଞ୍ଜର ଟ୍ରେନ ଆସୁଥିବା ଟ୍ରେନ୍ ତଳେ ଶୋଇଥିବାବେଳେ ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
📲Get App