🔥 TRENDING Mangalore officials to draft checklist... Karnataka CM DK Shivakumar says Congre... Rajasthan BJP Announces First-Phase Pa... NDTV Provides Live Updates on Devegane... જામનગરમાં જિયો-બીપીના પેટ્રોલ-ડીઝલના ભ... Delhi Court Allows Google, WhatsApp, B...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
Education

କଲେଜ ନିର୍ବାଚନ: ଶୈଳବାଳା ମହିଳା ମହାବିଦ୍ୟାଳୟ ଗେଟ୍ ସମ୍ମୁଖରେ ଉତ୍ତେଜନା

✍️ Reporter: Deepak Mahapatra 🗓 12 Oct 2026, 12:14 PM 👁 8
Share: 💬 WhatsApp 📘 Facebook 𝕏 Post
ଶୈଳବାଳା ମହିଳା ମହାବିଦ୍ୟାଳୟ ଗେଟ୍ ସମ୍ମୁଖରେ ଉତ୍ତେଜନା। ଟାୟାର ଜାଳି ରାସ୍ତା ଅବରୋଧ ସହ ଏବିଭିପି ଛାତ୍ରୀଙ୍କ ବିକ୍ଷୋଭ। ଏବିଭିପି ପ୍ରାର୍ଥୀଙ୍କ ନାମାଙ୍କନ ବାତିଲକୁ ନେଇ ଅସନ୍ତୋଷ।
ଛାତ୍ରସଂସଦ ନିର୍ବାଚନ: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ନାମାଙ୍କନ ଶେଷ ହୋଇଥିବା ବେଳେ ମୋଟ ୩୭ ଜଣ ଛାତ୍ରୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ୨ ଛାତ୍ରୀଙ୍କ ପ୍ରାର୍ଥୀପତ୍ର ଋଦ୍ଦ ହୋଇଥିବା ସୂଚନା ମିଳିଛି। ୭ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।
ବିଜେବି କଲେଜରେ ୬୨ ଜଣ ଛାତ୍ରଛାତ୍ରୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ ଜଣଙ୍କର ରଦ୍ଦ ହୋଇଥିବା ସୂଚନା ମିଳିଛି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୧ ଜଣ ଛାତ୍ରଛାତ୍ରୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି।
ରାଜ୍ୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ବିଭିନ୍ନ କଲେଜରେ ନାମାଙ୍କନ ଶେଷ ହୋଇଛି। ସମୁଦାୟ ୩୪୮ କଲେଜରେ ଦାଖଲ ହୋଇଛି ୮୩୨୫ ନାମାଙ୍କନ ପତ୍ର। ୧୧୭୫ ଜଣ ଛାତ୍ରଛାତ୍ରୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। ନିର୍ବାଚନୀ ମଇଦାନରେ ମୋଟ ୭୧୬୮ ଜଣ ପ୍ରାର୍ଥୀ ଅଛନ୍ତି।
📲Get App