🔥 TRENDING Mangalore officials to draft checklist... Karnataka CM DK Shivakumar says Congre... Rajasthan BJP Announces First-Phase Pa... NDTV Provides Live Updates on Devegane... જામનગરમાં જિયો-બીપીના પેટ્રોલ-ડીઝલના ભ... Delhi Court Allows Google, WhatsApp, B...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଖେଳ ଛୁଟିରେ ଛାତ୍ରୀଙ୍କୁ ଶ୍ରେଣୀ ଗୃହକୁ ଡାକି ଅସଦାଚରଣ କରୁଥିଲେ ଶିକ୍ଷକ, ବାନ୍ଧିଲା ପୁଲିସ

✍️ Reporter: Deepak Mahapatra 🗓 12 Oct 2026, 12:02 PM 👁 13
Watch on: 📘 Facebook
Share: 💬 WhatsApp 📘 Facebook 𝕏 Post
ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ରଣସାହି ପଞ୍ଚାୟତର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଗିରଫ କରିଛି ପୁଲିସ।
ଅଭିଯୋଗ ଅନୁଯାୟୀ, ଏହି ଶିକ୍ଷକ ଜଣଙ୍କ ଦୀର୍ଘ ଦିନ ହେବ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଆସୁଥିଲେ। ଖେଳ ଛୁଟିରେ ସେ ଛାତ୍ରୀ ଜଣଙ୍କୁ ଶ୍ରେଣୀ ଗୃହକୁ ଡାକି ଅସଦାଚରଣ କରୁଥିଲେ। ସେ ଖରାପ ଉଦ୍ଦେଶ୍ୟ ରଖି ତାଙ୍କ ଶରୀର ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରୁଥିଲେ। ଛାତ୍ରୀ ଜଣଙ୍କ ଏ ସଂପର୍କରେ ତାଙ୍କ ଘରେ କହିଥିଲେ। ପରିବାର ଲୋକଙ୍କ ସହିତ ଗ୍ରାମବାସୀମାନେ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଉକ୍ତ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ।
ଗତ ଗୁରୁବାର ଖେଳ ଛୁଟି ସମୟରେ ଶିକ୍ଷକ ଜଣଙ୍କ ପୁଣି ଥରେ ସେହି ଛାତ୍ରୀଙ୍କୁ ଶ୍ରେଣୀ ଗୃହକୁ ଡାକି ଅସଦାଚରଣ କରୁଥିବା ବେଳେ ଅଭିଭାବକ ଓ ଗ୍ରାମବାସୀ ତାଙ୍କୁ ଧରିଥିଲେ। ଉତ୍ତ୍ୟକ୍ତ ଲୋକ ତାଙ୍କୁ ନିସ୍ତୁକ ପିଟିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଏହା ସହିତ ଘଟଣାର ତଦନ୍ତ କରିଥିଲା। ତଦନ୍ତ ପରେ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କୁ ଆଇନ ଅନୁସାରେ କଠିନ ସଜ୍ଜା ଦେବା ସହିତ ଚାକିରିରୁ ବାହାର କରିବାକୁ ଦାବି ହୋଇଛି।
📲Get App