🔥 ट्रेंडिंग જામનગરમાં બાયોમેડિકલ વેસ્ટ જાહેરમાં ફે... शाही माजरा में कूड़े की आग, पुलिस ने म... जमशेदपुर में 17-18 अक्टूबर को होगा गरब... मोहाली के शाही माजरा में कूड़े की आग स... इंडिया गठबंधन मार्च में हरियाणा के 500... बिहार के गोपालगंज में नहर की पटरी पर अ...
12 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ଗଞ୍ଜେଇ ମାଫିଆଙ୍କ ଦାଦାଗିରି; ଅବକାରୀ ବିଭାଗ ଅଧିକାରୀଙ୍କୁ ମାରଣା ଅସ୍ତ୍ରରେ ଆକ୍ରମଣ
अपराध

ଗଞ୍ଜେଇ ମାଫିଆଙ୍କ ଦାଦାଗିରି; ଅବକାରୀ ବିଭାଗ ଅଧିକାରୀଙ୍କୁ ମାରଣା ଅସ୍ତ୍ରରେ ଆକ୍ରମଣ

✍️ रिपोर्टर: Deepak Mahapatra 🗓 12 अक्टू. 2026, 12:08 PM 👁 13
शेयर करें: 💬 WhatsApp 📘 Facebook 𝕏 Post
ଚଢ଼ାଉ ବେଳେ ଗଞ୍ଜେଇ ମାଫିଆଙ୍କ ଦାଦାଗିରି । ଆଠଗଡ଼ ଅବକାରୀ ବିଭାଗର ଦେଶୀ ମଦ ଓ ଗଞ୍ଜେଇ କାରବାର ଉପରେ ଚଢ଼ାଉ ବେଳେ ଅବକାରୀ ବିଭାଗ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ଉପରେ ମାଫିଆଙ୍କ ଆକ୍ରମଣ। ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମରେ ।
ଖବର ପାଇ ଗ୍ରାମରେ ଜଣେ ଗଞ୍ଜେଇ ବ୍ୟବସାୟ କରୁଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ଘରେ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା । ଅଚାନକ ସେଠାରେ ଚଢ଼ାଉ ହେବା ଫଳରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ଅବକାରୀ ବିଭାଗର କର୍ମଚାରୀ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଆଉ ମାଫିଆ ଜଣକ ବିଭିନ୍ନ ମାରଣା ଅସ୍ତ୍ରରେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ଅବକାରୀ ବିଭାଗର କର୍ମଚାରୀ ଆହତ ହୋଇଛନ୍ତି । ଘଟଣାକୁ ନେଇ ବଡ଼ମ୍ବା ଥାନାରେ ଏତଲା ଦିଆଯାଇଛି ।
ମାଫିଆଙ୍କ ଘରୁ ତିନି କେକି ଗଞ୍ଜେଇ ସହିତ ୨୨୪୦ ଦେଶୀ ମଦ ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ଆଠଗଡ଼ ଅବକାରୀ ବିଭାଗ ।
📲Get App