🔥 ट्रेंडिंग વિજ પાવરના ધાંધીયા અમદાવાદ: વોર્ડ નં. 17માં વિકાસના કામો... दो तीन दुकानों की कोई अनुमति जेडीए द्व... शिव भक्तों ने 5 घंटे में 150 किमी की ड... ध्रुव राठी की हिरासत की खबर के बाद दिल... शिवराजपुर चौराहे पर गंदगी का अंबार, प्...
10 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ବାଲେଶ୍ବର-ମୟୂରଭଞ୍ଜ ସୀମାରେ ସ୍କୋର୍ପିଓ ଦୁର୍ଘଟଣା: ଡିଭାଇଡରକୁ ଧକ୍କା ଦେଇ ଓଲଟିଲା ଗାଡ଼ି, ୩ ଅଳକେ ବର୍ତ୍ତିଲେ

✍️ रिपोर्टर: PRITAM KUMAR NAYAK 🗓 10 अक्टू. 2026, 03:12 PM 👁 22
यहाँ देखें: ▶️ YouTube 📘 Facebook 📷 Instagram
शेयर करें: 💬 WhatsApp 📘 Facebook 𝕏 Post

ବାଲେଶ୍ବର-ମୟୂରଭଞ୍ଜ ସୀମାନ୍ତ କଳମା ନିକଟରେ ଏକ ସ୍କୋର୍ପିଓ ଗାଡ଼ି ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡ଼ିଥିବା ବେଳେ ଗାଡ଼ି ଚାଳକ ଓ ତିନି ଯୁବକଯୁବତୀ ଅଳକେ ବର୍ତ୍ତି ଯାଇଛନ୍ତି। ତେବେ ଗାଡ଼ିଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ବାଲେଶ୍ବର-ମୟୂରଭଞ୍ଜ ସୀମାନ୍ତ କଳମା ନିକଟରେ ଗତ ରାତି ପ୍ରାୟ ୧୦ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୋର୍ପିଓ ଗାଡ଼ି (ଓଡ଼ି୦୧ଏ-ଏମ୩୧୩୧) ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରକୁ ଜୋରରେ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା।

ସୂଚନା ଅନୁଯାୟୀ, ଗାଡ଼ିଟି ବାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଡିଭାଇଡରରେ ପ୍ରବଳ ଜୋରରେ ବାଡ଼େଇ ହୋଇ ଗାଡ଼ିଟି ଭୟଙ୍କର ଭାବେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ତେବେ ଆଶ୍ୱସ୍ତିର ବିଷୟ ଯେ, ଏହି ଦୁର୍ଘଟଣାରେ ସ୍କୋର୍ପିଓର ଚାଳକ ସମେତ ଗାଡ଼ିରେ ଥିବା ଅନ୍ୟ ତିନି ଜଣ ଯୁବକଯୁବତୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେମାନଙ୍କର କୌଣସି ଶାରୀରିକ କ୍ଷୟକ୍ଷତି ହୋଇନାହିଁ। ମାତ୍ର ଦୁର୍ଘଟଣାରେ ଗାଡ଼ିଟି ବ୍ୟାପକ ଭାବେ ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି।
📲Get App