Crime
ଭୁବନେଶ୍ୱରରେ ଏକତରଫା ପ୍ରେମରୁ ଯୁବତୀଙ୍କ ଉପରେ ଏସିଡ୍ ଆକ୍ରମଣ: ୭୨ ବର୍ଷୀୟ ବୃଦ୍ଧ ଗିରଫ
Watch on:
▶️ YouTube
ଏକତରଫା ପ୍ରେମ ଓ ପ୍ରତିଶୋଧ ମନୋଭାବରୁ ଜଣେ ଯୁବତୀଙ୍କ ଉପରେ ଏସିଡ୍ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ୭୨ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ।
ଭୁବନେଶ୍ୱରରେ ଏକତରଫା ପ୍ରେମ ଓ ପ୍ରତିଶୋଧ ମନୋଭାବରୁ ଜଣେ ଯୁବତୀଙ୍କ ଉପରେ ଏସିଡ୍ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ୭୨ ବର୍ଷୀୟ ବୃଦ୍ଧ ବସନ୍ତ ଅଶ୍ୱିନୀ ଚୌଧୁରୀଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ। ଅଭିଯୁକ୍ତ ଭୁବନେଶ୍ୱରର ୟୁନିଟ୍-୩ ଅଞ୍ଚଳର ବାସିନ୍ଦା।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ବୃଦ୍ଧ ଜଣକ ଯୁବତୀଙ୍କୁ ଏକତରଫା ଭଲ ପାଉଥିଲେ ଏବଂ ତାଙ୍କ ପ୍ରେମ ପ୍ରତ୍ୟାଖ୍ୟାନ ହେବାରୁ ପ୍ରତିଶୋଧ ନେବା ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଏସିଡ୍ ଆକ୍ରମଣରେ ଯୁବତୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ବୃଦ୍ଧଙ୍କୁ ପଚରାଉଚରା କରାଯାଉଛି ଏବଂ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାହାର ମଧ୍ୟ ତଦନ୍ତ କରାଯାଉଛି।