🔥 TRENDING Tamil Nadu By‑Election 2026: Unexpecte... Tamil Nadu CM Vijay Launches Dream Oly... Tamil Nadu Election: TVK Falls Behind... शेतकऱ्यांचे राज्य सरकारला २५ ऑक्टोबरपर... Netflix Launches Kannada Romantic Come... बिहार का सबसे ऊंचा दुर्गा पूजा पंडाल:...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
Education

ବ୍ୟାସନଗର କଲେଜରେ ନିର୍ବାଚନ ସ୍ଥଗିତ; ଅନିର୍ଦ୍ଦିଷ୍ଟକାଳ ପାଇଁ ସାଇନ୍-ଏ-ଡାଏ ଘୋଷଣା, କାଲି ସକାଳ ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

✍️ Reporter: Deepak Mahapatra 🗓 09 Oct 2026, 12:36 PM 👁 20
Share: 💬 WhatsApp 📘 Facebook 𝕏 Post
ପ୍ରାକ୍‌ ନିର୍ବାଚନୀ ହିଂସା ଯୋଗୁ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। କଲେଜର ନିର୍ବାଚନ କମିଟି ଓ ଏକାଡେମିକ୍ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହା ସହିତ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଆସନ୍ତାକାଲି ସକାଳ ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଶିକ୍ଷାର୍ଥୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। କିନ୍ତୁ ବିଲମ୍ବିତ ରାତିରେ କଲେଜ ଅଧ୍ୟକ୍ଷଙ୍କ ବାସଭବନ ଓ ବାଳକ ଛାତ୍ରବାସକୁ ଲକ୍ଷ୍ୟ କରି ବୋମାମାଡ଼ କରାଯାଇଥିଲା। ଏହି ଘଟଣା ପରେ କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣା ସଂପର୍କରେ ଖବର ପାଇ ପୁଲିସ ସାଇଣ୍ଟିଫିକ ଟିମ୍ ସହିତ କଲେଜ ପରିସରରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ କଲେଜ କର୍ତ୍ତୃପକ୍ଷ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ କରିବା ସହିତ ସାଇନ-ଏ-ଡାଏ ଘୋଷଣା କରିଛନ୍ତି।
ସେହିପରି ଯାଜପୁର ଜିଲ୍ଲା ମୁଗୁପାଳ ସ୍ଥିତ ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ଅନିବାର୍ଯ୍ୟ ପରିସ୍ଥିତିର କାରଣ ଦର୍ଶାଇ କର୍ମଚାରୀ ସଂଘ (ଉଭୟ ଶିକ୍ଷକ ଓ ଅଣ-ଶିକ୍ଷକ)ର ସଦସ୍ୟଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ କଲେଜ ଅଧ୍ୟକ୍ଷଙ୍କ ଦ୍ୱାରା ଜାରି ନୋଟିସ୍‌ରେ ଉଲ୍ଲେଖ ରହିଛି। ତେବେ ନିର୍ବାଚନ ବାତିଲ କରାଯିବାକୁ ନେଇ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେମାନେ ଅଧ୍ୟକ୍ଷଙ୍କୁ ଘେରାଉ କରିଥିଲେ। ନିର୍ବାଚନ ବାତିଲ କରିବାର ପ୍ରକୃତ କାରଣ ଜଣାଇବା ସହ ଏହା ଉପରେ ପୁନର୍ବିଚାର କରି ନିର୍ବାଚନ କରିବାକୁ ଛାତ୍ରଛାତ୍ରୀମାନେ ଦାବି ଜଣାଇଥିଲେ। ଏଥିସହିତ ସ୍ଥାନୀୟ ଅଞ୍ଚଳର ଅନେକ ଯୁବକ ଓ ବୁଦ୍ଧିଜୀବୀ କଲେଜରେ ପହଞ୍ଚି ଅଧ୍ୟକ୍ଷଙ୍କ ସହ ଏନେଇ ଆଲୋଚନା କରିବା ସହ ନିର୍ବାଚନ କରିବା ନେଇ ଛାତ୍ରଛାତ୍ରୀମାନଙ୍କ ସହ ମିଶି ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ନିର୍ବାଚନ ନହେଲେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଖବର ପାଇ ସ୍ଥାନୀୟ କୁଆଖିଆ ପୋଲିସ କଲେଜରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲା। ତେବେ ନିର୍ବାଚନ ବାତିଲ କରିବା ନେଇ ଅଧ୍ୟକ୍ଷ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁ ନଥିବାରୁ କାହାରି ତାପରେ ସେ ନିର୍ବାଚନ ବନ୍ଦ କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।
📲Get App