🔥 TRENDING Doraemon: Castle of the Undersea Devil... RIGHT TO VOTE સંવિધાનના અનુચ્છેદ 326... नमस्कार! PM श्री डॉ. वाई.एस. परमार गवर... Tamil Nadu CM Stalin Urges Actor Vijay... Tamil Nadu Sparks Row Over Hindi on Go... CREDAI Tamil Nadu to Host Fifth Statec...
08 Oct 2026•
ગુજરાતી मराठी ਪੰਜਾਬੀ বাংলা
ସେବାଶ୍ରମ ସ୍କୁଲରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେ ଛାତ୍ରୀ, ଅସୁସ୍ଥ ଛାତ୍ରୀ ବିଭିନ୍ନ ମେଡିକାଲରେ ଭର୍ତ୍ତି
Local

ସେବାଶ୍ରମ ସ୍କୁଲରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେ ଛାତ୍ରୀ, ଅସୁସ୍ଥ ଛାତ୍ରୀ ବିଭିନ୍ନ ମେଡିକାଲରେ ଭର୍ତ୍ତି

✍️ Reporter: Deepak Mahapatra 🗓 08 Oct 2026, 01:30 PM 👁 15
Share: 💬 WhatsApp 📘 Facebook 𝕏 Post
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ମାଣତ୍ରୀ ସ୍ଥିତ ଏସ୍‌ଏସ୍‌ଡି (SSD) ବାଳିକା ହଷ୍ଟେଲରେ ୩୫ରୁ ଊର୍ଦ୍ଧ୍ୱ ଛାତ୍ରୀ ହଠାତ୍ ଝାଡ଼ାବାନ୍ତି ଓ ପେଟବ୍ୟଥାରେ ଆକ୍ରାନ୍ତ ହୋଇଛନ୍ତି।
ସୂଚନା ଅନୁଯାୟୀ ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ରାତ୍ରି ଭୋଜନ କିମ୍ବା ଖାଦ୍ୟ ବିଷାକ୍ତ ହେବା ଯୋଗୁଁ ହଠାତ୍ ପେଟ ବ୍ୟଥା ଏବଂ ଝାଡ଼ାବାନ୍ତିର ଶିକାର ହୋଇଥିବା ସନ୍ଦେହ କରାଯାଉଛି।
ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ମାଣତ୍ରୀ ଡାକ୍ତରଖାନାରେ କିଛି ଛାତ୍ରୀଙ୍କୁ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସ୍ଥାନାଭାବ ଏବଂ କିଛି ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତୁରନ୍ତ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଛାତ୍ରୀମାନଙ୍କ ଚିକିତ୍ସା କରୁଛନ୍ତି ।
ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ନିଜେ ସେହି ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ଛାତ୍ରୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଉଦ୍‌ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି।
📲Get App