🔥 TRENDING બોલિવૂડના દિગ્ગજ અભિનેતા નાના પાટેકરનુ... विष्णुपद मंदिर में पितृपक्ष की तैयारी... चंडी के आभूषण से भरा बैग लूटने की वारद... कटनी: जर्जर भवन पर चला प्रशासन का बुलड... બનાસકાંઠા પોલીસે રાજસ્થાનથી આવતા ૯.૭૧... India, Kazakhstan Review Bilateral Tie...
08 Oct 2026•
ગુજરાતી मराठी ਪੰਜਾਬੀ বাংলা
ଆସନ୍ତାକାଲି ଓଡ଼ିଶା ବନ୍ଦରେ ସାମିଲ ହେବନି କଟକ ମାଲଗୋଦାମ; ଜାରି ରହିବ କାରବାର
Local

ଆସନ୍ତାକାଲି ଓଡ଼ିଶା ବନ୍ଦରେ ସାମିଲ ହେବନି କଟକ ମାଲଗୋଦାମ; ଜାରି ରହିବ କାରବାର

✍️ Reporter: Deepak Mahapatra 🗓 08 Oct 2026, 01:34 PM 👁 13
Share: 💬 WhatsApp 📘 Facebook 𝕏 Post
କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଆସନ୍ତାକାଲି 'ଓଡ଼ିଶା ବନ୍ଦ' ଡାକରା ଦିଆଯାଇଥିବା ବେଳେ ଏଥିରେ ସାମିଲ ହେବ ନାହିଁ କଟକ ମାଲଗୋଦାମ ବ୍ୟବସାୟୀ ସଂଘ।
ସଂଘ ପକ୍ଷରୁ କୁହାଯାଇଛି ଯେ ସେମାନେ ହଠାତ୍ ଏହି ବନ୍ଦ ଡାକରାକୁ ସମର୍ଥନ କରିବା ସ୍ଥିତିରେ ନାହାନ୍ତି। ଯେକୌଣସି ରାଜନୀତିକ ଦଳ କିମ୍ବା ସଂଗଠନ ଓଡ଼ିଶା ବନ୍ଦ କିମ୍ବା ଭାରତ ବନ୍ଦ ଡାକରା ଦେଲେ, ସେମାନେ ପ୍ରଥମେ ଲିଖିତ ଭାବେ ଅନୁରୋଧ ପତ୍ର ଦିଅନ୍ତି। ତା’ ପରେ ସଂଘ ଏହି ବିଷୟରେ ଆଲୋଚନା କରେ। କେବଳ କଟକ ଚାମ୍ବର ଅଫ୍ କମର୍ସ ନୁହେଁ, ଏହା ସହିତ ରାଇସ୍ ମର୍ଚାଣ୍ଟ ଆସୋସିଏସନ୍, ରିଟେଲ୍ ଡିଲର୍ ଆସୋସିଏସନ୍, ଲେବର ଆସୋସିଏସନ୍ ଏବଂ ଟ୍ରକ୍-ଲରୀ ଆସୋସିଏସନ୍ ଭଳି ଆଉ ୫ଟି ସଂସ୍ଥା ଜଡ଼ିତ ଅଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ମିଳିତ ଭାବେ ନିଷ୍ପତ୍ତି ନିଆଯାଏ।
ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ସ୍ପଷ୍ଟ କରିଛନ୍ତି ଯେ ମାଲଗୋଦାମରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ହୋଇଥାଏ। ଏହା ଉପରେ ରାଜ୍ୟର ୬ରୁ ୭ଟି ଜିଲ୍ଲା ସମ୍ପୂର୍ଣ୍ଣ ନିର୍ଭର କରନ୍ତି। ବ୍ୟବସାୟୀମାନେ ଅତ୍ୟାବଶ୍ୟକ ସାମଗ୍ରୀ କାରବାର କରୁଥିବାରୁ ସେମାନେ ଚାହିଁଲେ ବି ହଠାତ୍ ବନ୍ଦ କରିପାରିବେ ନାହିଁ।
ଓଡ଼ିଶାର ଗଣତାନ୍ତ୍ରିକ ଅଧିକାର ଓ ସ୍ୱାର୍ଥ, ଲୋକଙ୍କ ଅଧିକାର ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡି’ ମେଣ୍ଟ ଆସନ୍ତାକାଲି ବନ୍ଦ ଡାକରା ଦେଇଛି। ଏସଆଇର ପ୍ରସଙ୍ଗ ସହିତ ଏମ୍‌ଏମ୍‌ଡିଆର ସଂଶୋଧନ ଆଇନକୁ ସଂପୂର୍ଣ୍ଣ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତ ସମସ୍ତ ଲୋକଙ୍କୁ ତୁରନ୍ତ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଇବା ଦାବିରେ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଏହି ବନ୍ଦ ପାଳନ କରାଯିବ।
📲Get App