🔥 ट्रेंडिंग બોલિવૂડના દિગ્ગજ અભિનેતા નાના પાટેકરનુ... विष्णुपद मंदिर में पितृपक्ष की तैयारी... चंडी के आभूषण से भरा बैग लूटने की वारद... कटनी: जर्जर भवन पर चला प्रशासन का बुलड... બનાસકાંઠા પોલીસે રાજસ્થાનથી આવતા ૯.૭૧... भारत और कज़ाख़स्तान ने द्विपक्षीय संबं...
08 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ପାର୍ବଣ ଋତୁରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପଦକ୍ଷେପ , ପୂଜା କମିଟି ଗୁଡ଼ିକର ଗ୍ରାଉଣ୍ଡ ରେଣ୍ଟ ଛାଡ଼
राजनीति

ପାର୍ବଣ ଋତୁରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପଦକ୍ଷେପ , ପୂଜା କମିଟି ଗୁଡ଼ିକର ଗ୍ରାଉଣ୍ଡ ରେଣ୍ଟ ଛାଡ଼

✍️ रिपोर्टर: Deepak Mahapatra 🗓 08 अक्टू. 2026, 01:22 PM 👁 14
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଗ୍ରାଉଣ୍ଡ ରେଣ୍ଟ ଛାଡ଼ ହୋଇଛି। ପୂଜା କମିଟିଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାଉଣ୍ଡ ରେଣ୍ଟ (ଜମି ଭଡ଼ା) ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି । ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱ ଏବଂ ଜନସାଧାରଣଙ୍କ ଉତ୍ସାହକୁ ସମ୍ମାନ ଜଣାଇ ସରକାରଙ୍କ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।
ଏହି ଗ୍ରାଉଣ୍ଡ ରେଣ୍ଟ ଛାଡ଼ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ୧୭ ଅକ୍ଟୋବରରୁ ୧୮ ନଭେମ୍ବର ପର୍ଯ୍ୟନ୍ତ ଲାଗୁ ରହିବ । ଏହି ସମୟସୀମା ମଧ୍ୟରେ ବିଏମସି (BMC) ଅଞ୍ଚଳରେ ଆୟୋଜିତ ହେବାକୁ ଥିବା ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା, ରାବଣପୋଡ଼ି, ଭସାଣି ଉତ୍ସବ ସମେତ ସମ୍ପୃକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏହି ସୁବିଧା ମିଳିବ । ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ଭଳି ପର୍ବ କେବଳ ଧାର୍ମିକ ଉତ୍ସବ ନୁହେଁ, ଏଗୁଡ଼ିକ ସାମାଜିକ ଓ ସାଂସ୍କୃତିକ ଜୀବନର ଅବିଚ୍ଛେଦ ଅଂଶ ଅଟେ । ବିଭିନ୍ନ ଅଞ୍ଚଳରେ ପୂଜା କମିଟିଗୁଡ଼ିକ ପକ୍ଷରୁ ପୂଜା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଓ ଅନ୍ୟାନ୍ୟ ଜନସମ୍ପୃକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।
ସାଧାରଣତଃ ବିଭିନ୍ନ ପୂଜା କମିଟିକୁ ୧୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରାଉଣ୍ଡ ରେଣ୍ଟ ଦେବାକୁ ପଡ଼ୁଥିଲା, ଯାହା ଏବେ ସମ୍ପୂର୍ଣ୍ଣ ରୂପେ ଛାଡ଼ ହୋଇଯାଇଛି ।
ପାର୍ବଣ ସମୟରେ ଏହି ଉତ୍ସବଗୁଡ଼ିକ ପ୍ରତି ସାଧାରଣ ଲୋକଙ୍କ ଉତ୍ସାହ ଓ ଆଗ୍ରହକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ରେଣ୍ଟ ଛାଡ଼ ଭଳି ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ପୂଜା କମିଟିଗୁଡ଼ିକ ଉତ୍ସବ ଆୟୋଜନରେ ଅଧିକ ସୁବିଧା ପାଇବେ । ଗ୍ରାଉଣ୍ଡ ରେଣ୍ଟ ଛାଡ଼ ଘୋଷଣା ସହିତ ପୂଜା କମିଟିଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ଭାବେ ପାର୍ବଣ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ପରିବେଶ ଅନୁକୂଳ ଭାବେ ପୂଜା ଆୟୋଜନ କରିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।
📲Get App