🔥 ट्रेंडिंग વિજયનગરમાં રાજીનામાની માંગતી રેલી, તુષ... वेस्ट बंगाल ने महिलाओं के लिए 50,000 र... बिहार में 7 अक्टूबर 2026 को 22 और 24 क... बिहार में घोटाला: नकली एससी/एसटी केस क... बीहड़ में 17‑साल के NEET aspirant की म... भाजपा नेता शीतल अंगुराल ने कहा, सीबीआई...
07 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭: ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବୈଠକ, ଅକ୍ଟୋବର ୨୬ରୁ ହେବ ଘରକୁ ଘର ସର୍ଭେ

✍️ रिपोर्टर: Deepak Mahapatra 🗓 07 अक्टू. 2026, 01:04 PM 👁 25
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୨୦୨୭ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଏବେଠାରୁ ଜୋରଦାର ହୋଇଛି। ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଆଗାମୀ ନିର୍ବାଚନ ପାଇଁ କିଭଳି ଭୋଟର ତାଲିକାକୁ ଅଧିକ ସୁଦୃଢ଼ କରାଯାଇପାରିବ, ସେ ସମ୍ପର୍କରେ ସମସ୍ତେ ନିଜର ମତାମତ ଓ ପରାମର୍ଶ ଦେଇଥିଲେ।
ବୈଠକରେ ଆଗାମୀ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ଏହି ସର୍ଭେ ଜରିଆରେ ଯୋଗ୍ୟ ଭୋଟରମାନଙ୍କ ନାମ ସଠିକ୍ ଭାବେ ସାମିଲ ହେବା ସହ ମୃତ, ସ୍ଥାନାନ୍ତରିତ ଏବଂ ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦିଆଯିବା ନେଇ ଯାଞ୍ଚ କରାଯିବ।
ଏହି ସର୍ଭେ ପ୍ରକ୍ରିୟାକୁ ସଫଳ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜନୈତିକ ଦଳକୁ ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ପ୍ରତ୍ୟେକ ଦଳ ନିଜର ବୁଥ୍ ସ୍ତରୀୟ ଏଜେଣ୍ଟ (BLA) ମାନଙ୍କୁ ନିୟୋଜିତ କରି ଏହି ସର୍ଭେରେ ସହଯୋଗ କରିବାକୁ କୁହାଯାଇଛି।
ସମସ୍ତ ରାଜନୈତିକ ଦଳକୁ ଆସନ୍ତା ଅକ୍ଟୋବର ୧୫ ତାରିଖ ଭିତରେ BLAଙ୍କ ତାଲିକା ସମ୍ପୃକ୍ତ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳ ପାଇଁ ବିଡିଓ, ସହରାଞ୍ଚଳ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ମହାନଗର ନିଗମ ପାଇଁ ଡେପୁଟି କମିଶନର ବା ଆସିଷ୍ଟାଣ୍ଟ କମିଶନରଙ୍କ ନିକଟରେ ଏହି ତାଲିକା ଦାଖଲ କରିବାକୁ ଆୟୋଗ ପକ୍ଷରୁ କୁହାଯାଇଛି।
📲Get App