Crime
ସାମାନ୍ୟ ବଚସାରୁ ଫୁଟିଲା ଗୁଳି, ଅବସରପ୍ରାପ୍ତ ଯବାନଙ୍କ ବନ୍ଧୁକରେ ଯୁବକ ମୃତ
Watch on:
▶️ YouTube
ଅନୁଗୋଳ: ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଗୁଳିମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ। ଥାନାଠାରୁ ମାତ୍ର ୧ କିଲୋମିଟର ଦୂରରେ ଏହି ଗୁଳିକାଣ୍ଡ ହୋଇଛି। ଅନୁଗୋଳ ଜିଲ୍ଲା ବନ୍ତଳା ଗାଁର ସୁଶାନ୍ତ ପ୍ରଧାନ(୩୭)ଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ବ୍ୟବହୃତ ବନ୍ଧୁକ ଛାଡ଼ି ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଅନୁଗୋଳ ବ୍ଲକ୍ ବନ୍ତଳା ଗାଁ ନିମ୍ବଛକ ନିକଟରେ ସୁଶାନ୍ତ ପ୍ରଧାନ ଓରଫ କାଳିଆଙ୍କ ସହ ବନ୍ତଳା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରକାଶ ସାହୁଙ୍କର କୌଣସି କାରଣକୁ ନେଇ ବିବାଦ ହୋଇଥିଲା। ହେଲେ ବିବାଦ ଏତେ ଉଗ୍ରରୂପ ଧାରଣ କଲା ଯେ ଉଭୟେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରକାଶ କାଳିଆଙ୍କୁ ଲକ୍ଷ୍ୟ କରି ନିଜର ଲାଇସେନ୍ସ ବନ୍ଧୁକରୁ ଗୁଳି ଫୁଟାଇଥିଲେ। ଗୁଳିଟି କାଳିଆଙ୍କ ଛାତିରେ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଖବର ପାଇ ବନ୍ତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାଳିଆଙ୍କୁ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଗୁଳିକାଣ୍ଡ ପରେ ବ୍ୟକ୍ତି ଜଣଙ୍କ ବନ୍ଧୁକକୁ ଫିଙ୍ଗି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ୍ଭିନ କରୁଛି।