Local
ଟ୍ରକକୁ ପଛରୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍; ୨ ଜଣଙ୍କ ମୃତ୍ୟୁ
ବଲାଙ୍ଗୀର-ସମ୍ବଲପୁର ଏନ୍ଏଚ୍-୨୬ ଛୁଇଁବନ୍ଧ ନିକଟରେ ପୁଣି ଭୟଙ୍କର ସଡ଼କ ଦୁର୍ଘଟଣା । ଆଜି ସକାଳୁ ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଛି ଏକ ପିକଅପ୍ ଗାଡ଼ି । ଦୁର୍ଘଟଣାରେ ପିକଅପ୍ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।ଖବର ପାଇ ପୁଇଁତଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭର୍ଙ୍କୁ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁଯାୟୀ, ଟ୍ରକ୍ଟି ଯାଉଥିବା ସମୟରେ ହଠାତ ପଛପଟୁ ଆସି ପିକଅପ ଗାଡ଼ିଟି ଧକ୍କା ଦେଇଥିଲା ।
ତେବେ ଟ୍ରକ୍ଟି ଚାଲୁଥିବା ସମୟରେ ଘଟଣାଟି ଘଟିଥିଲା ନା ରାସ୍ତାରେ ଟ୍ରକଟି ଛିଡ଼ା ହୋଇଥିଲା, ତାହା ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣାକୁ ନେଇ ପୁଇଁତଲା ପୁଲିସ ତଦନ୍ତ ଜାରି ରହିଛି ।
ତେବେ ଟ୍ରକ୍ଟି ଚାଲୁଥିବା ସମୟରେ ଘଟଣାଟି ଘଟିଥିଲା ନା ରାସ୍ତାରେ ଟ୍ରକଟି ଛିଡ଼ା ହୋଇଥିଲା, ତାହା ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣାକୁ ନେଇ ପୁଇଁତଲା ପୁଲିସ ତଦନ୍ତ ଜାରି ରହିଛି ।