🔥 TRENDING Rajasthan Reschedules Elections to Avo... Crane Collides With 10 Vehicles in Pal... આજ રોજ પાટણ ઘટક ૧ ના તમામ આંગણવાડી કેન... Karnataka Farmers Suffer Rising Losses... Karnataka to Roll Out AI Course for Cl... RBSE to Conduct 10th Board Exams Twice...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
ଟ୍ରକକୁ ପଛରୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌; ୨ ଜଣଙ୍କ ମୃତ୍ୟୁ
Local

ଟ୍ରକକୁ ପଛରୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌; ୨ ଜଣଙ୍କ ମୃତ୍ୟୁ

✍️ Reporter: Deepak Mahapatra 🗓 06 Oct 2026, 02:45 PM 👁 10
Share: 💬 WhatsApp 📘 Facebook 𝕏 Post
ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ ଛୁଇଁବନ୍ଧ ନିକଟରେ ପୁଣି ଭୟଙ୍କର ସଡ଼କ ଦୁର୍ଘଟଣା । ଆଜି ସକାଳୁ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି ଏକ ପିକଅପ୍‌ ଗାଡ଼ି । ଦୁର୍ଘଟଣାରେ ପିକଅପ୍‌ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।ଖବର ପାଇ ପୁଇଁତଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଡ୍ରାଇଭର୍‌ଙ୍କୁ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁଯାୟୀ, ଟ୍ରକ୍‌ଟି ଯାଉଥିବା ସମୟରେ ହଠାତ ପଛପଟୁ ଆସି ପିକଅପ ଗାଡ଼ିଟି ଧକ୍କା ଦେଇଥିଲା ।
ତେବେ ଟ୍ରକ୍‌ଟି ଚାଲୁଥିବା ସମୟରେ ଘଟଣାଟି ଘଟିଥିଲା ନା ରାସ୍ତାରେ ଟ୍ରକଟି ଛିଡ଼ା ହୋଇଥିଲା, ତାହା ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣାକୁ ନେଇ ପୁଇଁତଲା ପୁଲିସ ତଦନ୍ତ ଜାରି ରହିଛି ।
📲Get App