🔥 TRENDING एटा में चोरी के इनवर्टर और गोल्ड लोन र... ખાવડા ચોરી કેસનો ફરાર રાજસ્થાની આરોપી... Telangana Power Consumers Face Rs 5,42... Student Travel Insurance: Key Benefits... Hyderabad Police Scrutinize Licensed F... Deputy CM Pravati Parida Says Women Wi...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
ଭାରସାମ୍ୟ ହରାଇ ଜଳଖିଆ ଦୋକାନକୁ ପଶିଗଲା ହାଇୱା ଟ୍ରକ, ଅଳ୍ପକେ ବର୍ତ୍ତୀଲେ୧୫ ଜଣ
Travel

ଭାରସାମ୍ୟ ହରାଇ ଜଳଖିଆ ଦୋକାନକୁ ପଶିଗଲା ହାଇୱା ଟ୍ରକ, ଅଳ୍ପକେ ବର୍ତ୍ତୀଲେ୧୫ ଜଣ

✍️ Reporter: Deepak Mahapatra 🗓 06 Oct 2026, 02:55 PM 👁 19
Share: 💬 WhatsApp 📘 Facebook 𝕏 Post
ଅନୁଗୋଳରୁ ଛେଣ୍ଡିପଦା ଯାଇଥିବା ୬୩ ନମ୍ବର ରାଜ୍ୟ ରାଜପଥ ନିଶା ଶିଳ୍ପାଞ୍ଚଳ ଥାନା ନିଶା ଛକରେ ବଡ ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ଜଳଖିଆ ଦୋକାନ ଓ ରହିବା ଘର ଭିତରେ ପଶିଯାଇଛି।ଶୋଇଥିବା ଅବସ୍ଥାରେ ୧୫ ଜଣଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଥିବ ବେଳେ ହାଇୱା ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ହାଇୱାଟି ଚଣ୍ଡିଖୋଲରୁ ଛେଣ୍ଡିପଦା ନୟନୀ କୋଇଲା ଖଣିକୁ କୋଇଲା ଲୋଡିଂ ପାଇଁ ଯାଉଥିଲା। ଏବେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍ ଅଟକି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ ଏକ ମାସରେ ଏହି ରାସ୍ତାରେ ୧୦ଟି କୋଇଲା ଟ୍ରକ୍ ଦୁର୍ଘଟଣା ଓ ୧୫ରୁ ଅଧିକ ଗାଈଗୋରୁଙ୍କ ମୃତ୍ୟୁ ହୋଇଛି।

ବାରମ୍ବାର କୋଇଲା ଟ୍ରକ ଦୁର୍ଘଟଣା ଘଟାଉଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ନିଶା ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି ।
📲Get App