🔥 TRENDING हामिरगढ़ में नई ई‑बाइक एजेंसी का उद्घा... 7 अक्टूबर को 8 बजे से 3 बजे तक बिजली क... ਗੁਰਦੁਆਰਾ ਬਾਬਾ ਜੀਵਨ ਸਿੰਘ ਵਿੱਚ ਨੌਜਵਾਨਾਂ... पटनावासी ADM के घर से बरामद कैश: रिश्व... કીર્તિ પટેલની સાથીદાર અને સસ્પેન્ડ થયે... ఆదిలాబాద్: రెడ్ క్రాస్ ఛైర్మన్గా ఆడే క...
05 Oct 2026•
ગુજરાતી मराठी ਪੰਜਾਬੀ বাংলা
ଭୁବନେଶ୍ୱରରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା; ଅଭିଯୁକ୍ତର ୨ ସହଯୋଗୀ ଗିରଫ
Crime

ଭୁବନେଶ୍ୱରରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା; ଅଭିଯୁକ୍ତର ୨ ସହଯୋଗୀ ଗିରଫ

✍️ Reporter: Deepak Mahapatra 🗓 05 Oct 2026, 12:14 PM 👁 8
Share: 💬 WhatsApp 📘 Facebook 𝕏 Post

ନୟାପଲ୍ଲୀ ଦୁଷ୍କର୍ମ ଅଭିଯୁକ୍ତ ଶ୍ରୀଧର ପଣ୍ଡାର ୨ ସହଯୋଗୀ ଗିରଫ । ଚକେଇସିଆଣିର ୨ ସହଯୋଗୀଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୁଲିସ । ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ଉଭୟ ଗିରଫ ।

ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ପଶି ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଗତକାଲି ପୁଲିସ ଏନକାଉଣ୍ଟର କରିଥିବାବେଳେ ଆଜି ତାର ୨ ସହଯୋଗୀଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ହରି ନାରାୟଣ ପ୍ରାସାଦ ଓ ନିଶିକାନ୍ତ ସାହୁ । ଏହି ଦୁଇ ଜଣ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଚକେଇସିଆଣି ଅଞ୍ଚଳରେ ରହନ୍ତି ।
ଶ୍ରୀଧର ଦୁଷ୍କର୍ମ କରିବା ପରେ କ୍ୟାପିଟାଲ ଥାନା ଅଞ୍ଚଳରୁ ଏକ ବାଇକ ଚୋରି କରିଥିଲା ଓ ସେଥିରେ ବାରମ୍ୱାର ବାରମ୍ୱାର ସ୍ଥାନ ପରିବର୍ତ୍ତନ କରିଥିଲା । ପରେ ସେହି ବାଇକକୁ ସେ ହରି ନାରାୟଣ ପ୍ରାସାଦ ଓ ନିଶିକାନ୍ତ ସାହୁଙ୍କୁ ବିକ୍ରି କରିଦେଇଥିଲା । ଶ୍ରୀଧର ଯେଉଁ ବାଇକ ଚୋରି କରୁଥିଲା ସେମାନଙ୍କୁ ବିକ୍ରି କରୁଥିଲା । ସେମାନେ ବାଇକ ଗୁଡ଼ିକୁ କାଟି ସବୁ ପାର୍ଟ ଅଲଗା କରି ବ୍ରିକ୍ରି କରୁଥିଲେ । କ୍ୟାପିଟାଲ ଥାନା ଅଞ୍ଚଳରୁ ଯେଉଁ ବାଇକଟି ଚୋରି ହୋଇଥିଲା, ତାହାର ମାଲିକ ଏତଲା ଦେଇଥିଲେ । ପୁଲିସ ତାହାର ତଦନ୍ତ କରି ହରି ନାରାୟଣ ପ୍ରାସାଦ ଓ ନିଶିକାନ୍ତ ସାହୁଙ୍କ ପାଖରେ ପହଞ୍ଚିଥିଲା । ଚୋରି ସାମଗ୍ରୀ କିଣିବା ଓ ବିକ୍ରି କରିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି ।
ଗତକାଲି ଅପରାହ୍ନ ଚନ୍ଦକା ଅଞ୍ଚଳରେ ଶ୍ରୀଧର ପଣ୍ଡାକୁ କାବୁ କରିଥିଲା ପୁଲିସ । ସେ ଜଣେ ଏସଆଇଙ୍କୁ ପେଚକସରେ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରିଥିବାବେଳେ ପୁଲିସ ତା ଗୋଡକୁ ଦୁଇଟି ଗୁଳି କରିଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।
📲Get App